Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ସକାଳର ଜଳଖିଆ ଭଲ ଓ ସୁସ୍ଥ ହେଵା ଦରକାର

Lifestyle

ସକାଳର ଜଳଖିଆ ଭଲ ଓ ସୁସ୍ଥ ହେଵା ଦରକାର

Rashmita Mishra
Browse all articles by Rashmita Mishra
·2 years ago·1 min read
ସକାଳର ଜଳଖିଆ ଭଲ ଓ ସୁସ୍ଥ ହେଵା ଦରକାର

ଅର୍ଗସ ବ୍ୟୁରୋ:ସୁସ୍ଥ ରହିଵା ପାଇଁ ସକାଳର ଜଳଖିଆ ଦେହ ପାଇଁ ନିହାତି ଆଵଶ୍ୟକ। ସକାଳର ଜଳଖିଆ ଭଲ ଓ ସୁସ୍ଥ ହେଵା ଦରକାର ।ଏହା ହଜମ ଶକ୍ତିକୁ ଵଢାଏ ଏବଂ ମସ୍ତିଷ୍କକୁ ବୁଷ୍ଟର୍ ପରି କାମ କରେ । ସକାଳ ଜଳିଖିଆ ଭଲରେ ଖାଇଲେ ଶରୀର ଶକ୍ତି ପାଇଥାଏ ଏବଂ ମୋଟାପଣ କିମ୍ବା ଥାଇରଏଡ୍ ପରି ଅନେକ ରୋଗରୁ ରକ୍ଷା କରିଥାଏ । କିନ୍ତୁ ସମୟର ଖାଦ୍ୟର ଅଭାବ ହେତୁ ଆମକୁ ଜଳଖିଆ ଖାଇବାକୁ ସମୟ ହୁଏନାହିଁ। ଯାହା ଶରୀର ପାଇଁ କ୍ଷତି କାରକ ହୋଇଥାଏ ।ତେଣୁ, ଏହି ସବୁ ଜିନିଷକୁ ଏଡାଇବା ପାଇଁ ଆପଣ ଏହି ସହଜ ଜଳଖିଆ ପ୍ରସ୍ତୁତ କରି ଖାଇପାରିବେ। ସବୁ ବୟସର ଲୋକଙ୍କ ପାଇଁ ଏହା ଏକ ସୁସ୍ଥ ଜଳଖିଆ । ଆସନ୍ତୁ ଜାଣିଵା ଏହାକୁ କିପରି ପ୍ରସ୍ତୁତ କରିବେ ଓଟସ୍‌ ଉପମା।

ଏକ ପ୍ୟାନରେ କିଛି ତେଲ ପକାଇ ସେଥିରେ  ସୋରିଷ ,ଜିରା, ଲଙ୍କା,ଭୃଷଙ୍ଗ ପତ୍ର ,ପିଆଜ ପକେଇ ଗୋଳାନ୍ତୁ ।ସେଥିରେ ଗାଜର,କ୍ୟାପସିକମ୍ ,ମଟର ,ପକାଇ ଭଲଭାଵରେ ଭାଜନ୍ତୁ । ପରିଵା ଭଲଭାଵରେ ଭାଜି ହୋଇଗଲା ପରେ ସେଥିରେ ଓଡସ୍ ମିଶାଇ ଭଲଭାଵରେ ହେଵା ପାଇଁ ଛାଡନ୍ତୁ  । ହୋଇଗଲା ପରେ ସେଥିରେ ଧନିଆ ପତ୍ର ମିଶାଇ ପରଷି ଦିଅନ୍ତୁ ଗରମ ଗରମ ଓଟସ୍ ଉପମା।

ଅଧିକ ପଢ଼ନ୍ତୁ ଜୀବନଶୈଳୀ ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
oats upama | Argus News