Work Atmosphere / ଅଫିସ ରୋମାନ୍ସରେ ଏହି ଦେଶ ଦ୍ବିତୀୟ...ପୁରୁଷମାନେ ମହିଳାକର୍ମୀଙ୍କୁ କରୁଛନ୍ତି ପ୍ରେମ
·10 months ago·2 min read

Key Points
ରିପୋର୍ଟରୁ ଜଣାପଡ଼ିଛି ଯେ, ଅଫିସରେ ପ୍ରେମ କରିବାରେ ଭାରତ ବିଶ୍ୱରେ ଦ୍ୱିତୀୟ ସ୍ଥାନରେ ରହିଛି। ମେକ୍ସିକୋ ପ୍ରଥମ ସ୍ଥାନରେ ଥିବା ଏକ ଅଧ୍ୟୟନରୁ ଜଣାପଡ଼ିଛି।
ଭାରତରେ ଅଫିସ୍ ରୋମାନ୍ସ ବା କାର୍ଯ୍ୟସ୍ଥଳୀରେ ଏକ୍ସଟ୍ର ମ୍ୟାରିଟାଲ ଆଫେୟାର ଏବେ ଅଧିକ ଦେଖାଦେଉଛି। ଡେଟିଂ ପ୍ଲାଟଫର୍ମ ‘ଆଶ୍ଲେ ମ୍ୟାଡିସନ’ ପକ୍ଷରୁ କରାଯାଇଥିବା ବିଶ୍ୱସ୍ତରୀୟ ଅଧ୍ୟୟନ ଅନୁଯାୟୀ କର୍ମକ୍ଷେତ୍ରରେ ହେଉଥିବା ରୋମାନ୍ସ ବିଷୟରେ ଲୋକେ କରିଥିବା ଏକ ରିପୋର୍ଟରୁ ଜଣାପଡ଼ିଛି ଯେ, ଭାରତ ବିଶ୍ୱରେ ଦ୍ୱିତୀୟ ସ୍ଥାନରେ ରହିଛି। ମେକ୍ସିକୋ ପ୍ରଥମ ସ୍ଥାନରେ ଥିବା ଏକ ଅଧ୍ୟୟନରୁ ଜଣାପଡ଼ିଛି।
ଏହାସହ ପଢ଼ନ୍ତୁ: ଶୀତଦିନେ ପାଦ ଫୁଲୁଛି କି ? ଏହି ଟିପ୍ସ୍ ଆପଣାନ୍ତୁ ମିଳିବ ଅନେକ ଫାଇଦା
ଅଫିସ୍ ରୋମାନ୍ସ ସଂକ୍ରାନ୍ତରେ ୧୧ଟି ଦେଶ ଅଷ୍ଟ୍ରେଲିଆ, ବ୍ରାଜିଲ୍, କାନାଡା, ଜର୍ମାନୀ, ଭାରତ, ଇଟାଲୀ, ମେକ୍ସିକୋ, ସ୍ପେନ୍, ସୁଇଜରଲାଣ୍ଡ, ବ୍ରିଟେନ୍ ଓ ଆମେରିକାର ପ୍ରାପ୍ତବୟସ୍କ ୧୩,୫୮୧ ଜଣଙ୍କ ମତାମତକୁ ନେଇ ସର୍ଭେ କରାଯାଇଥିଲା। ଏଥିରେ କୁହାଯାଇଛି ଯେ, ୧୦ ଭାରତୀୟଙ୍କ ମଧ୍ୟରୁ ୪ ଜଣ ସହକର୍ମୀଙ୍କ ସହ ରୋମାଣ୍ଟିକ୍ ମୁଡ୍ରେ ଅଛନ୍ତି ବା ଡେଟିଂ କରୁଛନ୍ତି। ମେକ୍ସିକୋରେ ୪୩% ଉତ୍ତରଦାତା କହିଛନ୍ତି, ସେମାନେ ସହକର୍ମୀଙ୍କ ସହ ରୋମାଣ୍ଟିକ୍ ଭାବରେ ଜଡ଼ିତ ଅଛନ୍ତି। ଭାରତରେ ୪୦ ପ୍ରତିଶତ ଉତ୍ତରଦାତା ସେହି ସମାନ କଥା କହିଛନ୍ତି। ଆମେରିକା, ବ୍ରିଟେନ୍ ଓ କାନାଡା ଭଳି ରାଷ୍ଟ୍ରରେ ଏହା ୩୦ ପ୍ରତିଶତ ଥିବା ଲୋକଙ୍କ ସ୍ବୀକାରୋକ୍ତିରୁ ଜଣାପଡ଼ିଛି। ଆଶ୍ଚର୍ଯ୍ୟଜନକ ଭାବେ ପୁରୁଷମାନେ ମହିଳାମାନଙ୍କ ଅପେକ୍ଷା ସହକର୍ମୀଙ୍କ ସହ ଡେଟିଂ କରିବାରେ ଅଧିକ ସମ୍ଭାବନା ରଖନ୍ତି, ଯେଉଁଥିରେ ପ୍ରାୟ ୫୧% ପୁରୁଷ ଥିବା ବେଳେ ମହିଳାଙ୍କ ପ୍ରତିଶତ ରହିଛି ୩୬।
ଏହାସହ ପଢ଼ନ୍ତୁ: ବିଟ୍ ଜୁସ୍ ପିଇବା ଦ୍ଵାରା କେଉଁ ଫାଇଦା ମିଳେ, ଆସନ୍ତୁ ଜାଣିବା ଏହାର ଉପକାରିତା...

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ତେବେ ମହିଳାମାନେ ବୃତ୍ତିଗତ ଓ ବ୍ୟକ୍ତିଗତ ଜୀବନକୁ ମିଶାଇବାର ସମ୍ଭାବ୍ୟ ପରିଣାମ ବିଷୟରେ ଅଧିକ ସାବଧାନ ଥାଆନ୍ତି। ପ୍ରାୟ ୨୯% ମହିଳା କହିଥାଆନ୍ତି, ପେସାଦାରି ଭୟ ଯୋଗୁ ସେମାନେ କର୍ମକ୍ଷେତ୍ରରେ ସମ୍ପର୍କ ସ୍ଥାପନ ନେଇ ନିରୁତ୍ସାହିତ ରହିବାକୁ ଚାହିଁଥାଆନ୍ତି, ଯାହା ସମାନ ଧରଣର ଅନୁଭବ କରୁଥିବା ୨୭ ପ୍ରତିଶତ ପୁରୁଷଙ୍କ ଅପେକ୍ଷା ସାମାନ୍ୟ ଅଧିକ। ଅନ୍ୟପକ୍ଷରେ ପୁରୁଷମାନେ ବ୍ୟକ୍ତିଗତ ପରିଣାମଗୁଡ଼ିକ ବିଷୟରେ ଅଧିକ ଚିନ୍ତା କରିଥାଆନ୍ତି।
ଅଧ୍ୟୟନରୁ ଆହୁରି ଜଣାପଡ଼ିଛି ଯେ, ୧୮ରୁ ୨୪ ବର୍ଷ ବୟସ୍କ ଯୁବ କର୍ମଚାରୀ ଏ ନେଇ ସର୍ବାଧିକ ସତର୍କତା ଅବଲମ୍ବନ କରିଥାଆନ୍ତି। ଏମାନଙ୍କ ମଧ୍ୟରୁ ୩୪ ପ୍ରତିଶତ ଏହି ରୋମାଣ୍ଟିକ୍ ସମ୍ପର୍କ ସେମାନଙ୍କ କ୍ୟାରିୟର ଉପରେ କିପରି ପ୍ରଭାବ ପକାଇପାରେ ସେ ନେଇ ଚିନ୍ତିତ ଥାଆନ୍ତି। ବିବାହ ବାହାରେ ସମ୍ପର୍କ ବା ପରକୀୟା ପ୍ରୀତି ସ୍ଥାପନ କରିବାକୁ ଚାହୁଁଥିବା ଲୋକଙ୍କ ପାଇଁ ଏକ ଡେଟିଂ ଆପ୍ ଗ୍ଲିଡେନ୍ର ସର୍ଭେ ଅନୁଯାୟୀ ୩୫% ଭାରତୀୟ ବର୍ତ୍ତମାନ ଏକ ଖୋଲାଖୋଲି ସମ୍ପର୍କରେ ଅଛନ୍ତି। ୪୧% ମତ ଦିଅନ୍ତି ଯେ ଯଦି ସେମାନଙ୍କ ସହକର୍ମୀ ପ୍ରସ୍ତାବ ଦିଅନ୍ତି, ତେବେ ସେମାନେ ତାହାକୁ ବିବେଚନା କରିବେ।
କୌତୂହଳର କଥା ଯେ ଏଭଳି ରୋମାଣ୍ଟିକ୍ ସମ୍ପର୍କ କେବଳ ମେଟ୍ରୋ ସହରଗୁଡ଼ିକରେ ସୀମିତ ନୁହେଁ, ଛୋଟ ସହରରେ ମଧ୍ୟ ଏଭଳି ଧାରା ଦେଖିବାକୁ ମିଳୁଛି। ଭାରତର ତାମିଲନାଡୁର କାଞ୍ଚିପୁରମ୍ ତାଲିକାର ଶୀର୍ଷରେ ରହିଛି, ଯେଉଁଠାରେ ପରକୀୟା ପ୍ରୀତି ସମ୍ପର୍କରେ ଅଧିକ ଆଗ୍ରହ ଦେଖାଇଥାଆନ୍ତି ବୋଲି ଉକ୍ତ ସର୍ଭେରୁ ଜଣାପଡ଼ିଛି।

Related Topics
Explore more stories