ରାମନବମୀରେ ପ୍ରଭୁ ଶ୍ରୀରାମଙ୍କୁ ଲଗାନ୍ତୁ ଏହି ଭୋଗ: ମନସ୍କାମନା ହେବ ପୂର୍ଣ୍ଣ

ଅର୍ଗସ ବ୍ୟୁରୋ: ଆସନ୍ତାକାଲି ସାରା ଦେଶ ପାଳିବ ପବିତ୍ର ରାମନବମୀ। ଚୈତ୍ର ମାସ ନବରାତ୍ରିର ନବମ ଦିନକୁ ଧୁମଧାମରେ ପାଳନ କରାଯାଏ ରାମନବମୀ ପର୍ବ ଭାବେ। ସାରା ଦେଶରେ ଏହି ପର୍ବକୁ ଅତି ଧୁମଧାମରେ ପାଳନ କରାଯାଏ। କିନ୍ତୁ ଉତ୍ତର ଭାରତରେ ଏହି ପର୍ବକୁ ଅତ୍ୟନ୍ତ ଧୁମଧାମରେ ପାଳନ କରନ୍ତି ଲୋକମାନେ। ଶାସ୍ତ୍ର ଅନୁସାରେ ଏହି ଦିନ ଭଗବାନ ରାମଙ୍କର ଜନ୍ମ ହୋଇଥିଲା। ଯେଉଁଥିପାଇଁ ଶ୍ରଦ୍ଧାଳୁଙ୍କର ମନରେ ଭରି ରହିଛି ଅଦମ୍ୟ ଉତ୍ସାହ। ଭଗବାନ ରାମଙ୍କୁ ବିଷ୍ଣୁଙ୍କର ଅବତାର ବୋଲି ମଧ୍ୟ କୁହାଯାଏ। ଆସନ୍ତକାଲି ରାମଙ୍କର ବାଲ୍ୟ ସ୍ବରୂପକୁ ପୂଜା କରାଯାଏ। ପୁରା ରୀତିନୀତି ଭାବେ ପ୍ରଭୁ ଶ୍ରୀରାମଙ୍କର ପୂଜାର୍ଚ୍ଚନା କରାଯିବ। ଆଉ ପ୍ରଭୁ ଶ୍ରୀରାମଙ୍କ ମନପସନ୍ଦ ଭୋଗ ମଧ୍ୟ ଅର୍ପଣ କରାଯାଏ। ଚାଲନ୍ତୁ ଜାଣିବା ପ୍ରଭୁ ଶ୍ରୀରାମଙ୍କ ମନପସନ୍ଦର ଭୋଗ ବିଷୟରେ।
ପଞ୍ଜିରୀ: ପ୍ରଭୁ ଶ୍ରୀ ରାମଙ୍କୁ ରାମନବମୀରେ ପଞ୍ଜିରୀ ଭୋଗ ଲଗାଯାଇଥାଏ। ପଞ୍ଜିରୀ ବିଭିନ୍ନ ପ୍ରକାରର ହୋଇଥାଏ। ଅଟା ପଞ୍ଜିରୀ ପାଟିକୁ ସୁଆଦିଆ ଲାଗିବା ସହ ଏହା ସ୍ବାସ୍ଥ୍ୟ ପାଇଁ ମଧ୍ୟ ବହୁ ହିତକର ହୋଇଥାଏ। ଭଗବାନ ରାମଙ୍କୁ ଧନିଆଁ ପଞ୍ଜିରୀ ଭୋଗ ଭାବେ ଅର୍ପଣ କରାଯାଇଥାଏ। ପ୍ରଥମେ ଅଟା ଏବଂ ଧନିଆକୁ ଘିଅରେ ହାଲୁକା ଭାବେ ଭାଜି ନିଅନ୍ତୁ। ପରେ ସେଥିରେ ଚିନି ଏବଂ ଡ୍ରାଏଫୁଟ୍ସ ପକାଇ ଲଡୁ ଆକାରର କରି ଦିଅନ୍ତୁ। ଏହାପରେ ଭଗବାନଙ୍କୁ ପ୍ରସାଦ ପ୍ରସ୍ତୁତ।
କ୍ଷୀରି: କ୍ଷୀରି ମଧ୍ୟ ପ୍ରଭୁ ଶ୍ରୀରାମଙ୍କର ଅତି ପ୍ରିୟ। ଚାଉଳ କ୍ଷୀରି ତ ଭଗବାନଙ୍କର ପ୍ରିୟ ହୋଇଥାଏ। ଏହାଛଡ଼ା ଲାଉ କ୍ଷୀରି ଏବଂ ସାଗୁ କ୍ଷୀରି ମଧ୍ୟ ଆପଣ ପ୍ରସ୍ତୁତ କରି ପ୍ରଭୁ ଶ୍ରୀରାମଙ୍କୁ ଭୋଗ ଲଗାଇପାରିବେ। ଆପଣ କ୍ଷୀରିରେ ଚିନି ବଦଳରେ ଗୁଡ଼ ପକାଇ ମଧ୍ୟ ପ୍ରସ୍ତୁତ କରିପାରିବେ। କ୍ଷୀରି ପ୍ରସ୍ତୁତ ହେଲାପରେ ଆପଣ କଦଳୀପତ୍ରରେ ଏହାକୁ ପରଷି ପ୍ରଭୁ ବାଲ ଶ୍ରୀରାମଙ୍କୁ ଅର୍ପଣ କରନ୍ତୁ।
ଶ୍ରୀଖଣ୍ଡ: ଶ୍ରୀଖଣ୍ଡ ହେଉଛି ମହାରାଷ୍ଟ୍ର ଏବଂ ଗୁଜରାଟର ଅତି ଲୋକପ୍ରିୟ ଡିସ। ଯାହା ମିଠା ଭାବେ ଖାଇବା ପରେ ଶେଷରେ ଖିଆଯାଏ। ଏହା ଖୁବ କମ ସମୟରେ ହୋଇଥାଏ। ଆଉ ଏହା ପ୍ରଭୁ ଶ୍ରୀରାମଙ୍କର ଅତି ପସନ୍ଦର ଭୋଗ। ଏହି ଶ୍ରୀଖଣ୍ଡ ବସାଦହିରୁ ପ୍ରସ୍ତୁତ କରାଯାଏ। ଆଉ ଏହା ଖୁବ କମ ସମୟ ମଧ୍ୟରେ ପ୍ରସ୍ତୁତ ହୋଇଥାଏ।
📱 Get Argus News App
✨ଅଧିକ ପଢ଼ନ୍ତୁ ଧର୍ମ ଓ ସଂସ୍କୃତି ଖବର