Videos
|
Lifestyle

Marriage Dream Meaning / ସ୍ଵପ୍ନରେ ନିଜେ ବାହା ହେବା ଦେଖୁଛନ୍ତି କି ? ଶୁଭ ନା ଅଶୁଭ, କଣ କହୁଛି ସ୍ଵପ୍ନ ଶାସ୍ତ୍ର

Debashree Debasmita Sahoo
Browse all articles by Debashree Debasmita Sahoo
·3 months ago·2 min read
ସ୍ଵପ୍ନରେ ନିଜେ ବାହା ହେବା ଦେଖୁଛନ୍ତି କି ? ଶୁଭ ନା ଅଶୁଭ, କଣ କହୁଛି ସ୍ଵପ୍ନ ଶାସ୍ତ୍ର
Marriage Dream Meaning

Key Points

ସ୍ଵପ୍ନରେ ନିଜର ବାହାଘର ଦେଖୁଛନ୍ତି କି
ଯଦି ହଁ ତେବେ ଏହା ଶୁଭ ନା ଅଶୁଭ
ଆସନ୍ତୁ ଜାଣିବା କଣ କହୁଛି ସ୍ଵପ୍ନ ଶାସ୍ତ୍ର
କୁହାଯାଏ ସ୍ଵପ୍ନ ଉପରେ କାହାର ନିୟନ୍ତ୍ରଣ ନ ଥାଏ । ନିଦରେ ଆମେ କୌଣସି ଅଲଗା ଦୁନିଆରେ ପହଞ୍ଚିଯାଉ । କିଛି ଲୋକ ଭାବନ୍ତି ଯେ ସ୍ଵପ୍ନର କୌଣସି ଅର୍ଥ ନାହିଁ । ମାତ୍ର ସତ କଥା ହେଉଛି ସବୁ ସ୍ଵପ୍ନ ନିଜ ସହିତ କିଛି ନା କିଛି ସଙ୍କେତ ଧରି ଆସିଥାଏ । ଆଜି ଆମେ ଏକ ଖାସ୍ ସ୍ଵପ୍ନ ବିଷୟରେ ଜାଣିବା ଅର୍ଥାତ ସ୍ଵପ୍ନରେ ନିଜର ବାହାଘର । ଏହି ସ୍ଵପ୍ନ ଶୁଣିବାକୁ ସାଧାରଣ ଲାଗେ, କିନ୍ତୁ ଏହାର ଗଭୀର ଅର୍ଥ ହୋଇପାରେ ।

ଯଦି କେହି ଯୁବତୀ ନିଜ ପ୍ରେମିକକୁ ସ୍ଵପ୍ନରେ ଅନ୍ୟ କୌଣସି ଝିଅ ସହିତ ବିବାହ କରିବା ଦେଖୁଛି, ତେବେ ଏହା ଶୁଭ ହୋଇଥାଏ । ଏହାର ସଙ୍କେତ ହେଉଛି ଯେ ଯୁବତୀଙ୍କ ବିବାହ ଶୀଘ୍ର ହୋଇପାରେ । ମାତ୍ର ଏହା ଜରୁରୀ ନୁହେଁ ଯେ ବିବାହ ତାଙ୍କ ପ୍ରେମୀଙ୍କ ସହିତ ହେବ । ସେହିପରି ଯଦି କୌଣସି ଯୁବତୀ ନିଜକୁ ବିବାହ ବସ୍ତ୍ରରେ ଦେଖେ, ତେବେ ଏହାକୁ ଭଲ ସଙ୍କେତ କୁହାଯାଏ । ଏହାର ଅର୍ଥ ଯୁବତୀଙ୍କ ଇଚ୍ଛା ଖୁବଶୀଘ୍ର ପୂରଣ ହୋଇପାରେ, ଯେଉଁ କାମକୁ ସେ ବହୁ ଦିନ ଧରି ଚେଷ୍ଟା କରୁଛନ୍ତି ।

  • ସ୍ଵପ୍ନରେ ନବବଧୂକୁ କାନ୍ଦିବା ଦେଖୁଛନ୍ତି କି ?
ଯଦି ଆପଣ ସ୍ଵପ୍ନରେ କୌଣସି ନବବଧୂକୁ କାନ୍ଦିବା ଦେଖୁଛନ୍ତି ବା ବିଦାଈର ସମୟ ସ୍ଵପ୍ନରେ ଦେଖୁଛନ୍ତି, ତେବେ ଏହାକୁ ଅଶୁଭ ସଙ୍କେତ କୁହାଯାଏ । ଏହାର ଅର୍ଥ ହେଉଛି ଯେ ଆପଣଙ୍କ କାମରେ ବାଧା ଆସିପାରେ । ଏଥିଲାଗି ଆପଣଙ୍କୁ ନିଜ ନିଷ୍ପତ୍ତି ଉପରେ ପୁଣିଥରେ ଚିନ୍ତା କରିବା ଉଚିତ । ଯଦି ସ୍ଵପ୍ନରେ ବରକନ୍ୟା ସାତଫେରା ନେଉଛନ୍ତି, ତେବେ ଏହାକୁ ଅଶୁଭ ବୋଲି ଧରାଯାଏ । ଏହାର ଅର୍ଥ ଆପଣଙ୍କ କାମରେ ବାଧା ଆସିପାରେ ।

ପଢନ୍ତୁ ଏହି ଖବର: ସ୍ଵପ୍ନରେ ନିଜକୁ କାନ୍ଦିବା ଦେଖୁଛନ୍ତି କି ? କଣ ହୋଇପାରେ କାରଣ

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସ୍ଵପ୍ନରେ ବିବାହ ସହିତ ଜଡ଼ିତ ଜିନିଷ ଯେପରିକି ସିନ୍ଦୂର, ମଙ୍ଗଳସୂତ୍ର ବା ମୁଦି ଦେଖୁଛନ୍ତି ତେବେ ସାବଧାନ ରହିବା ଉଚିତ । ଏହାର ଅର୍ଥ ହେଉଛି ଯେ କୌଣସି ବ୍ୟକ୍ତି ଆପଣଙ୍କ ବିରୋଧରେ ଷଡ଼ଯନ୍ତ୍ର କରୁଛି ଓ ଆପଣଙ୍କ କାମରେ ବାଧା ଆସିପାରେ । ଯଦି ଆପଣ ସ୍ଵପ୍ନରେ ବରଯାତ୍ରୀଙ୍କୁ ଦେଖୁଛନ୍ତି, ତେବେ ଏହା ସ୍ଵାସ୍ଥ୍ୟ ଲାଗି ଭଲ ସଙ୍କେତ ନୁହେଁ । ଏହା କୌଣସି ରୋଗ ବା ପରିବାରରେ କୌଣସି ସଦସ୍ୟଙ୍କ ପ୍ରତି ସମସ୍ୟା ଆସିବାର ସଙ୍କେତ ହୋଇପାରେ । ଯଦି ଆପଣ ବିବାହିତ ଏବଂ ନିଜକୁ ସ୍ଵପ୍ନରେ ପୁଣିଥରେ ବିବାହ ବସ୍ତ୍ରରେ ଦେଖୁଛନ୍ତି, ତେବେ ଏହାକୁ ଅଶୁଭ ବୋଲି ଧରାଯାଏ ।

  • ଶୁଭ ସ୍ଵପ୍ନ
ଅନ୍ୟପଟେ କିଛି ସ୍ଵପ୍ନ ଶୁଭ ମଧ୍ୟ ହୋଇଥାଏ । ଅର୍ଥାତ ଯଦି ଆପଣ ସ୍ଵପ୍ନରେ ନୀଳକଣ୍ଠ ବା ସାରସ ପକ୍ଷୀ ଦେଖୁଛନ୍ତି ତେବେ ଏହା ଜଣେ ଭଲ ଜୀବନସାଥୀ ମିଳିବାର ସଙ୍କେତ ହୋଇପାରେ । ଏହାବ୍ୟତୀତ ଜୀବନସାଥୀ ସହିତ ଅନ୍ତରଙ୍ଗ ମୁହୂର୍ତ୍ତ ବା କିଛି ବିଶେଷ ମୁହୂର୍ତ୍ତକୁ ସ୍ଵପ୍ନରେ ଦେଖିବା ମଧ୍ୟ ଭଲ ସଙ୍କେତ ହୋଇଥାଏ । ଏହା ଆପଣଙ୍କ ଜୀବନରେ ସକରାତ୍ମକ ପରିବର୍ତ୍ତନ ଓ ଖୁସି ଆଣିବାର ସଙ୍କେତ ହୋଇଥାଏ । ଏଥିଲାଗି ଯଦି ଆଗକୁ ଆପଣଙ୍କୁ କୌଣସି ସ୍ଵପ୍ନ ଆସେ, ତେବେ ଏହାକୁ ଅଣଦେଖା କରନ୍ତୁ ନାହିଁ । ହୋଇପାରେ ଏହା ଆପଣଙ୍କ ଭବିଷ୍ୟତ ପାଇଁ କୌଣସି ସଙ୍କେତ ହୋଇପାରେ ।