7 Lies For Your Child / ପିତାମାତା ଧ୍ୟାନ ଦିଅନ୍ତୁ; ନିଜ ପିଲାକୁ ଶିଖାନ୍ତୁ ଏହି ୭ଟି ମିଛ...
·1 day ago·3 min read

Key Points
ଛୋଟପିଲାଟିର ଲାଳନପାଳନ ନିହାତି ଚ୍ୟାଲେଞ୍ଜିଂ
ଆଜିର ଦୁନିଆରେ ପିଲାଟିକୁ ବେଳ ହୁଁ ସାବଧାନ କରିବା ଉଚିତ
ଏଥିପ୍ରତି ପିତାମାତା ଓ ଅଭିଭାବକ ଧ୍ୟାନ ଦେବା ଜରୁରୀ
ଘରେ ଛୋଟପିଲା ଥିଲେ ସେମାନଙ୍କୁ ଶିଖାନ୍ତୁ ଏହି ୭ଟି ମିଛ

ଆଜିକାଲି ଦୁନିଆରେ ପିଲାଙ୍କ ସୁରକ୍ଷା ପ୍ରତିଟି ପିତାମାତାଙ୍କ ସବୁଠୁ ବଡ଼ ଦାୟିତ୍ଵରୁ ଗୋଟିଏ । ପିଲାଟି ସ୍କୁଲକୁ ଯିବାଠୁ ଆରମ୍ଭ କରି ପାର୍କରେ ସାଙ୍ଗଙ୍କ ସହିତ ଖେଳିବା ଏବଂ କୌଣସି କାର୍ଯ୍ୟବଶତଃ ଘରୁ ବାହାରେ ଏକା ରୁହନ୍ତି । ଏପରି ସ୍ଥିତିରେ ସେମାନଙ୍କୁ କେବଳ ଭଲ ଅଭ୍ୟାସ ନୁହେଁ, ବରଂ ନିଜର ସୁରକ୍ଷା ସହିତ ଜଡ଼ିତ କିଛି ଜରୁରୀ ନିୟମ ସମ୍ପର୍କରେ ଜଣାଇବା ନିହାତି ଗୁରୁତ୍ଵପୂର୍ଣ୍ଣ ହୋଇଥାଏ ।
ଛୋଟ ଛୋଟ ସତର୍କତା ମୂଳକ ପଦକ୍ଷେପ ଓ କିଛି ସୂଚନା ବିପଦ ସ୍ଥିତିରେ ଶିଶୁଙ୍କୁ ସୁରକ୍ଷା ପ୍ରଦାନ କରିପାରେ ଏବଂ ସେମାନଙ୍କୁ କୌଣସି ବଡ଼ ବିପଦରୁ ରୋକିପାରେ । ଏଥିଲାଗି ପୋଲିସ ତାଲିମ କେନ୍ଦ୍ରରେ ସେବା ଯୋଗାଉଥିବା ଜଣେ ବ୍ୟକ୍ତି ଏପରି ୭ଟି ମିଛ କଥା ବା ସୁରକ୍ଷା ସମ୍ବନ୍ଧିତ କଥା କହିଛନ୍ତି ଯାହାକି ପ୍ରତ୍ୟେକ ପିତାମାତା ନିଜ ଶିଶୁକୁ ଛୋଟବେଳୁ ଶିଖାଇବା ଜରୁରୀ ।
କାହାଠୁ ଲିଫ୍ଟ ନିଅନ୍ତୁ ନାହିଁ: ଯଦି ରାସ୍ତାରେ କୌଣସି ଅଜଣା ବ୍ୟକ୍ତି କାର କିମ୍ବା ବାଇକରେ ଛାଡ଼ିଦେବ ବୋଲି କହେ ତେବେ ପିଲାଟିକୁ ତୁରନ୍ତ ମନା କରିବା ଉଚିତ ଓ ଗାଡ଼ିଠାରୁ ଯଥେଷ୍ଟ ଦୂରତା ବଜାୟ ରଖିବା ଉଚିତ । ଏହାବ୍ୟତୀତ 'ମୋର ପିତାମାତା ମୋତେ ନେବାକୁ ଆସୁଛନ୍ତି' ବୋଲି ଜୋରରେ ପାଟି କରି କହିବା ଉଚିତ । ଏହାଦ୍ଵାରା ଅଜଣା ବ୍ୟକ୍ତିଠାରୁ ଶିଶୁଟି ବର୍ତ୍ତିପାରିବ।
ଚକୋଲେଟ୍ ଲୋଭରେ ଫସନ୍ତୁ ନାହିଁ: ବହୁ ସମୟରେ ଅଜଣା ଓ ଖରାପ ଉଦ୍ଦେଶ୍ୟ ରଖୁଥିବା ବ୍ୟକ୍ତି ଜଣକ ଛୋଟପିଲାଙ୍କୁ ନିଜ ନିୟନ୍ତ୍ରଣକୁ ନେବା ଲାଗି ଚକୋଲେଟ୍ ଓ ଖେଳନାର ଲୋଭ ଦେଖାନ୍ତି । ଏପରି ସ୍ଥିତିରେ ପିଲାଟିକୁ ସିଧା ସିଧା ଅଜଣା ବ୍ୟକ୍ତିଙ୍କଠାରୁ କୌଣସି ଜିନିଷ ନ ନେବାକୁ ମନା କରିବା ଉଚିତ । ସେ ନିଜ ଅଭିଭାବକଙ୍କ ସହିତ ଅଛି ବୋଲି କହିବା ଉଚିତ ।
ପିତାମାତାଙ୍କୁ କୌଣସି କଥା ଲୁଚାନ୍ତୁ ନାହିଁ: ଯଦି କୌଣସି ବ୍ୟକ୍ତି ପିଲାଟିକୁ କହେ ଯେ 'ଏହି କଥା ନିଜ ପିତାମାତାଙ୍କୁ କହିବୁ ନାହିଁ', ତେବେ ଶିଶୁଟିକୁ ବୁଝାଇବା ଉଚିତ ଯେ ସେହି କଥା ବିପଦର ସଙ୍କେତ ହୋଇପାରେ । ଘରକୁ ଯାଇ ସେହି କଥାକୁ ତୁରନ୍ତି ପିତାମାତା ବା ଘରର କୌଣସି ବଡ଼ ଲୋକଙ୍କୁ କହିବା ଉଚିତ ।
ବ୍ୟକ୍ତିଗତ ସୂଚନା ସେୟାର କରନ୍ତୁ ନାହିଁ: ପିଲାମାନଙ୍କୁ ଶିଖାନ୍ତୁ ଯେ ନିଜ ଘରର ଠିକଣା, ବିଦ୍ୟାଳୟର ନାମ, ମୋବାଇଲ ନମ୍ବର ଓ ପରିବାର ସହିତ ଜଡ଼ିତ କୌଣସି ବି ସୂଚନା ଅଜଣା ବ୍ୟକ୍ତିଙ୍କ ସହିତ ସେୟାର କରିବା ଉଚିତ ନୁହେଁ । ଯଦି ଏ ସମ୍ପର୍କରେ କିଏ ପଚାରୁଛନ୍ତି, ତେବେ ପିଲାଟି ସିଧାସଳଖ ମନା କରିବା ଉଚିତ ବୋଲି ନିଜ ସନ୍ତାନଙ୍କୁ ଶିଖାନ୍ତୁ ।
ପଢନ୍ତୁ ଏହି ଖବର: ପିଲାଙ୍କ ସ୍ୱାସ୍ଥ୍ୟ ନଷ୍ଟ କରୁଛି ଜଙ୍କ ଫୁଡ୍: ପ୍ୟାକେଟ୍ ଖାଦ୍ୟରୁ ବଢ଼ୁଛି ରୋଗ
ରାସ୍ତା ଭୁଲିଗଲେ କାହାଠୁ ସାହାଯ୍ୟ ନିଅନ୍ତୁ ନାହିଁ: ଯଦି ପିଲାଟି ଭିଡ଼ରେ ରାସ୍ତା ଭୁଲିଯାଉଛି, ତେବେ ଏ ସମ୍ପର୍କରେ କୌଣସି ଅଜଣା ବ୍ୟକ୍ତିଙ୍କୁ କୁହନ୍ତୁ ନାହିଁ । ଭିଡ଼ରେ ଜଗିଥିବା ପୋଲିସ କର୍ମଚାରୀ, ସୁରକ୍ଷାକର୍ମୀ କିମ୍ବା କୌଣସି ମହିଳା ଓ ପରିବାର ଦେଖିଲେ ସେମାନଙ୍କୁ କୁହନ୍ତୁ । ସବୁଠୁ ନିରାପଦ ଏ ସମ୍ପର୍କରେ ଭିଡ଼ରେ ଥିବା ସୂଚନା ଗୃହରେ କୁହନ୍ତୁ ।
ବିପଦ ଥିବା ଅନୁଭବ କଲେ ଚିତ୍କାର କରନ୍ତୁ: ଯଦି ପିଲାଟିକୁ କେହି ଜୋର ଜବରଦସ୍ତ କୌଣସି ସ୍ଥାନକୁ ନେଇଯିବାକୁ ଉଦ୍ୟମ କରୁଛି..ସେହି ସମୟରେ ପାଖରେ ଥିବା ଲୋକଙ୍କୁ ସୂଚିତ କରିବା ଲାଗି ଜୋରରେ ଚିତ୍କାର କରନ୍ତୁ । ଯଥାଶୀଘ୍ର କୌଣସି ସୁରକ୍ଷିତ ସ୍ଥାନକୁ ଯିବା ଉଚିତ ।

- ଶିଶୁଙ୍କ ସୁରକ୍ଷା ପାଇଁ ୭ଟି ମିଛ

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories