Videos
|
Lifestyle

ଏଇଟି ପିଜା ସବୁଠୁ ଶସ୍ତା, ସନ୍ଧ୍ୟା ହେଲେ ଲାଗୁଛି ଭିଡ...

Swayangprajna Mishra
Browse all articles by Swayangprajna Mishra
·2 years ago·2 min read
ଏଇଟି ପିଜା ସବୁଠୁ ଶସ୍ତା, ସନ୍ଧ୍ୟା ହେଲେ ଲାଗୁଛି ଭିଡ...

ଅର୍ଗସ ବ୍ୟୁରୋ : ପିଜା । ନାଁ ଶୁଣିବା ମାତ୍ରେ ପାଟିରୁ ଲାଳ ବୋହିବା ଆରମ୍ଭ କରେ । ଯୁବପିଢୀଙ୍କର ବେଶ ପସନ୍ଦ ପିଜା । ହେଲେ ଏହି ଖାଇବା ଚିଜଟିର ନାଁ ଯେମିତି ଦାମ ବି ସେମିତି । ଟେଷ୍ଟ ଅନୁଯାୟୀ ବିଭିନ୍ନ ସ୍ଥାନରେ ଏହାର ଦାମ ସେତିକି ସେତିକି ଅଧିକ ହୋଇଥାଏ । ହେଲେ ଆପଣ କେବେ ଶୁଣିଛନ୍ତି କି ପିଜାର ଦାମ ମାତ୍ର ୩୯ ଟଙ୍କା ? ଶୁଣିବା ପରେ ବି ଆପଣ ବିଶ୍ବାସ କରିବେନି, କି ଏତେ କମ ଦାମରେ କଣ ସତରେ ପିଜା ବିକ୍ରି ହୁଏ ? ହେଲେ ଏହି କଥାଟା ସତ ଆଜ୍ଞା । ଏପରି ଏକ ଦୋକାନ ଅଛି ଯେଉଁଠି ପିଜା ଖୁବ କମ ମୂଲ୍ୟରେ ମିଳିଥାଏ । ଯେଉଁଠିକୁ ଅନେକ ଦୂର ଦୂରାନ୍ତରୁ ଲୋକେ ପିଜା ଖାଇବାକୁ ଆସିଥାନ୍ତି 

ଅଧିକ ପଢନ୍ତୁ : ଓଜନ ହ୍ରାସ କରିବ ଏହି ସ୍ଥାନର "ଛୋଲେ ବଟୁରେ"

ତେବେ ଆପଣଙ୍କୁ ଯଦି ଏପରି ସ୍ବାଦିଷ୍ଟ ପିଜା କମ ମୂଲ୍ୟରେ ଖାଇବାର ଅଛି ଆପଣଙ୍କୁ ଛତିଶଗଡ ଯିବାକୁ ପଡିବ ।  ଛତିଶଗଡର ରାଜଧାନୀରେ ଥିବା ଏକ ଦୋକାନରେ ଖୁବ ସୁଦ୍ଧ ଏବଂ କମ ମୂଲ୍ୟରେ ଏହି ପିଜା ତିଆରି କରାଯାଏ । ଯାହାର ମୂଲ୍ୟ ରହିଛି ମାତ୍ର ୩୯ ଟଙ୍କା । ସନ୍ଧ୍ୟା ହେବାକ୍ଷଣି ଏଠାରେ ପିଜା ଖାଇବା ପାଇଁ ଲୋକଙ୍କର ଭିଡ ଜମିଥାଏ । ଏହି ଦୋକାନର ନାଁ ହେଉଛି 'ଦ ଭୁକଡ' । ଏହି ଦୋକାନର ମାଲିକ ଦୀପକ ଜାଲ କହିଛନ୍ତି , ସେ ମାତ୍ର କିଛି ମାସ ହେବ ଏହି ଦୋକାନ ଖୋଲିଛନ୍ତି । ରାୟପୁରରେ ସବୁଠୁ ଶସ୍ତା ପିଜା ତାଙ୍କ ଦୋକାନରେ ସେ ବିକ୍ରି କରନ୍ତି । ହେଲେ ପିଜାର ସ୍ବାଦରେ କୌଣସି ପରିବର୍ତ୍ତନ ହୁଏନି । ସବୁ ଫ୍ଲେବରର ପିଜା ସେ ତିଆରି କରିଥାନ୍ତି ।  ଏବଂ ସେ ଏହା ମଧ୍ୟ କହିଛନ୍ତି, ଯେ ଅନେକ ଲୋକ ଅଛନ୍ତି, ଯେଉଁମାନଙ୍କୁ ପିଜା ପସନ୍ଦ, ହେଲେ ପିଜାର ଦାମ ଅଧିକ ଯୋଗୁଁ  ସେ ଖାଇନଥାନ୍ତି । ସେକଥାକୁ ଚିନ୍ତା କରି ସେ ମାତ୍ର ୩୯ ଟଙ୍କାରେ ପିଜା ବିକ୍ରି କରୁଛନ୍ତି । ତେବେ ଏହି ଦୋକାନରେ ମଧ୍ୟ ପିଜା ଖାଇବାକୁ ଗ୍ରାହକ ମାନେ ବେଶ ପସନ୍ଦ କରୁଥିବା ମତାମତ ଦେଇଛନ୍ତି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
pizza's rate 30 in this place | Argus News