Videos
|
Lifestyle

Vastu Tips / ଠାକୁର ଘରେ ଏସବୁ ଜିନିଷ ରଖିଛନ୍ତି କି ? ହୋଇପାରେ ଅର୍ଥ ସମସ୍ୟା

Banajyotshna Ray
Browse all articles by Banajyotshna Ray
·10 months ago·2 min read
ଠାକୁର ଘରେ ଏସବୁ ଜିନିଷ ରଖିଛନ୍ତି କି ? ହୋଇପାରେ ଅର୍ଥ ସମସ୍ୟା

Key Points

ଏମିତି କଲେ ଘରେ ବଢ଼ିବ ସୁଖ ସମୃଦ୍ଧି
ଠାକୁର ଘରେ ଏସବୁ ଜିନିଷ ରଖିଛନ୍ତି କି ?
ହିନ୍ଦୁ ଧର୍ମରେ ବାସ୍ତୁଶାସ୍ତ୍ରର ଅନେକ ମହତ୍ୱ ରହିଛି । ଏହା ଏକ ପ୍ରାଚୀନ ବିଜ୍ଞାନ ଯାହା ଘର, କାର୍ଯ୍ୟାଳୟ ଏବଂ ଘର ନିର୍ମାଣ ପାଇଁ ସଠିକ ପଥ ପ୍ରଦାନ କରେ । ସନାତନ ଧର୍ମରେ ବିଶ୍ବାସ କରାଯାଏ ଯେ, ଯଦି ବାସ୍ତୁଶାସ୍ତ୍ରର ନିୟମ ପାଳନ କରାଯାଏ, ତେବେ ଘରେ ସକାରାତ୍ମକ ଶକ୍ତିର ପ୍ରବାହ ବୃଦ୍ଧି ପାଏ । ଯାହାଦ୍ୱାରା ଘର ସୁଖ, ସମୃଦ୍ଧି ଓ ହସଖୁସିରେ ପରିପୂର୍ଣ୍ଣ ହୋଇଥାଏ । ବାସ୍ତୁଶାସ୍ତ୍ରର ନିୟମ ପାଳନ କରିବା ଦ୍ୱାରା ଘରେ ହେଉଥିବା ସମସ୍ତ ପ୍ରକାରର ଅସୁବିଧା ଏବଂ ସମସ୍ୟା ଦୂର ହୋଇଥାଏ । ଏହା ଘରର ପରିବେଶକୁ ସୁଖଦ କରିଥାଏ ଏବଂ ପାରିବାରିକ କଳହକୁ ହ୍ରାସ କରିବାରେ ସହାୟକ ହୋଇଥାଏ ।

ଏମିତି କିଛି ବିଶେଷ କଥା ରହିଛି, ଯାହା ଉପରେ ଟିକେ ନଜର ଦେଲେ ଘରର ସୁଖ, ସମୃଦ୍ଧି ବୃଦ୍ଧି ପାଇଥାଏ ବୋଲି ବାସ୍ତୁଶାସ୍ତ୍ରରେ ଉଲ୍ଲେଖ ରହିଛି। ଯେମିତିକି: ଶୋଇକି ଉଠିବା ପରେ ଅସଜଡ଼ା ଶେଯକୁ ଟିକେ ସଜାଡ଼ିଦେବା, ନ ହେଲେ ଶନି ଦେବତାଙ୍କର କୁଦୃଷ୍ଟି ସୁଖଶାନ୍ତି ଉପରେ ପଡ଼ିଥାଏ ବୋଲି ବିଶ୍ୱାସ କରାଯାଏ। ଠାକୁରଙ୍କୁ ପୂଜାକରିବା ସମୟରେ ସକାଳେ ହେଉ ଅବା ସନ୍ଧ୍ୟାରେ ଥରୁଟିଏ ହେଉ ନା କାହିଁକି ଝୁଣାଧୂପ କିମ୍ବା କର୍ପୂର ଆଳତି କଲେ ପ୍ରଭୁକୃପା ମିଳିଥାଏ। ଟଙ୍କା ପଇସା ରଖୁଥିବା ଆଲମାରୀର ମୁହଁ କେବେ ବି ଦକ୍ଷିଣ ଦିଗକୁ କରିବେ ନାହିଁ। ଏହାଦ୍ୱାରା ପରିବାରରେ କାହାରି ନା କାହାରି ଦେହ ଖରାପ ହୋଇଥାଏ ଆଉ ସେହିଥିରେ ହିଁ ଅର୍ଥ ସବୁ ଖର୍ଚ୍ଚ ହୋଇଯାଏ ବୋଲି ବିଶ୍ୱାସ ରହିଛି।

ଖାଇଲାବେଳେ ଖାଦ୍ୟ ଥାଳିରେ ଯେଉଁ ଲୁଣ ଦିଆଯାଇଥାଏ, ତାହାକୁ କେବେ ବି ତଳେ ନ ପକାଇ କିମ୍ବା ହାତରେ ଲାଗିଥିବା ଲୁଣକୁ ଲୁଗାରେ ନ ପୋଛି ବରଂ ତାହାକୁ ପାଣିରେ ଧୋଇଦେବେ। ଲୁଣକୁ ତଳେ ପକାଇଲେ କିମ୍ବା ଲୁଗାରେ ପୋଛିଲେ କୁଆଡ଼େ କରଜ ବଢ଼ିଥାଏ ବୋଲି କୁହାଯାଏ।ଶ୍ରୀଯନ୍ତ୍ର କିମ୍ବା ନାଲି କପଡ଼ାରେ ଗୁଡ଼ା ହୋଇଥିବା ନଡ଼ିଆ ଠାକୁରଘରେ ପୂଜା ପାଉଥିବା ମା’ ଲକ୍ଷ୍ମୀଙ୍କ ପାଖରେ ରଖିଲେ ମାତା ଖୁସି ହୋଇଥାନ୍ତି। ଫଳରେ ଘରର ମଙ୍ଗଳ ହୋଇଥାଏ। ଘରେ ବ୍ୟବହାର ହେଉଥିବା ଯେକୌଣସି ପାଣି ଟ୍ୟାପ୍‌କୁ ବନ୍ଦ କରିବା ସତ୍ତ୍ୱେ ବି ଯଦି ସେଥିରୁ ପାଣି ଝରୁଥାଏ, ତା’ହେଲେ ଘରେ ଅଭାବ ଅନଟନ ଦେଖାଯିବା ସହ ଅମଙ୍ଗଳ ହୋଇଥାଏ ବୋଲି ବିଶ୍ୱାସ କରାଯାଏ।

ଏଥିସହ ପଢ଼ନ୍ତୁ: ସୁପର ଫୁଡ୍ ଅଁଳା, ଖାଇଲେ ଦୂର ହେବ...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ମୟୂର ପକ୍ଷୀ ଦେଖିବାକୁ ଯେମିତି ସୁନ୍ଦର ଏହାର ପୁଚ୍ଛ ମଧ୍ୟ ସେମିତି ଉପକାରୀ। ବାସ୍ତୁଶାସ୍ତ୍ର ଅନୁସାରେ ଘରେ ମୟୂରପୁଚ୍ଛ ରଖିଲେ କ’ଣ ସବୁ ଉପକାର ହୋଇଥାଏ ଆସନ୍ତୁ ଜାଣିବା ସେ ସମ୍ପର୍କରେ ବଇଁଶୀ ସହିତ ମୟୂରପୁଚ୍ଛକୁ ଏକାଠି ରଖିଲେ ଘରର ସଦସ୍ୟଙ୍କ ଭିତରେ ଆପଣାର ଭାବ ସୃଷ୍ଟି ହୋଇ ସମ୍ପର୍କ ମଜଭୁତ ହୋଇଥାଏ। ସମ୍ପର୍କରେ ତିକ୍ତତା ଦେଖାଯାଉଥିଲେ, ଶୟନକକ୍ଷରେ ମୟୂରପୁଚ୍ଛ ରଖିଲେ ସ୍ତ୍ରୀ-ସ୍ବାମୀଙ୍କ ଭିତରେ ଭଲ ପାଇବା ବଢ଼ିଥାଏ ବୋଲି ବିଶ୍ୱାସ କରାଯାଏ।କୌଣସି ଖଳ ଲୋକ ହଇରାଣ କରୁଥାଏ, ତା’ହେଲେ ସେହି ଲୋକର ନାଁକୁ ମଙ୍ଗଳବାର କିମ୍ବା ଶନିବାର ରାତିରେ ପ୍ରଭୁ ହନୁମାନଙ୍କ ମସ୍ତକର ସିନ୍ଦୂରରେ ମୟୂରପୁଚ୍ଛ ଉପରେ ଲେଖି ଠାକୁର ଘରେ ରଖିଦେବେ।

ପରଦିନ ସକାଳେ ସେହି ପୁଚ୍ଛକୁ ବୋହି ଯାଉଥିବା ପାଣିରେ ଭସାଇଦେଲେ କ୍ରମେ ଏହି ସମସ୍ୟାର ସମାଧାନ ହୋଇଯାଏ ବୋଲି ଲୋକକଥା ରହିଛି। ଘରର ଦକ୍ଷିଣ ଦିଗରେ ଥିବା ଟ୍ରେଜେରି ବା ଆଲମିରା ଭିତରେ ମୟୂରପୁଚ୍ଛକୁ ସିଧା ଭାବେ ଠିଆ କରି ରଖିବା ଦ୍ୱାରା ଘରେ କେବେ ବି ଧନର ଅଭାବ ଦେଖାଯାଇ ନଥାଏ। ଦୋଷ ଥିଲେ ମୟୂରପୁଚ୍ଛକୁ ଘରର ପୂର୍ବ ତଥା ଉତ୍ତର ଦିଗରେ ଥିବା କବାଟରେ ଲଗାଇଦେଲେ ଶୁଭ ହୋଇଥାଏ ବୋଲି ବାସ୍ତୁଶାସ୍ତ୍ରରେ ଉଲ୍ଲେଖ ରହିଛି।

ଅଧିକ ପଢ଼ନ୍ତୁ ଜୀବନ ଶୈଳୀ ଖବର:

Related Topics

Explore more stories