Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Argus Whatsapp Channel Mobile Top

Argus News - କଞ୍ଚା ଅମୃତ ଭଣ୍ଡାରେ ଭିଟାମିନ୍ ଏ, ସି ଏବଂ ଇ ଭରପୂର ହୋଇ ରହିଛି

Lifestyle

କଞ୍ଚା ଅମୃତ ଭଣ୍ଡାରେ ଭିଟାମିନ୍ ଏ, ସି ଏବଂ ଇ ଭରପୂର ହୋଇ ରହିଛି

Rashmita Mishra
Browse all articles by Rashmita Mishra
·2 years ago·2 min read
କଞ୍ଚା ଅମୃତ ଭଣ୍ଡାରେ ଭିଟାମିନ୍ ଏ, ସି ଏବଂ ଇ  ଭରପୂର ହୋଇ ରହିଛି

ଅର୍ଗସ ବ୍ୟୁରୋ: ଯଦି ଆପଣଙ୍କ ଆଖିର ଦୃଷ୍ଟି ଶକ୍ତି  ଦୁର୍ବଳ ହୋଇଯିବାର ସମସ୍ୟା ଦୋଖାଯାଉଛି ତେବେ ଆଖିର ଦୃଷ୍ଟିଶକ୍ତି ବଢେଇବା ପାଇଁ     ଏହି କଞ୍ଚା ଫଳ ଖାଆନ୍ତୁ । ଶରୀରକୁ ସୁସ୍ଥ ରଖିବା ପାଇଁ ପ୍ରାକୃତିକ ତାଜା ଖାଦ୍ୟ ଖଇବା ଆବଶ୍ୟକ । ପ୍ରକୃତି ଆମକୁ ଅନେକ ପୁଷ୍ଟିକର ଫଳ, ପନିପରିବା ଏବଂ  ଔଷଧ ଦେଇଛି ଯାହାକୁ ଆମେ ଖାଇବା ଦ୍ଵାରା ସ୍ୱାସ୍ଥ୍ୟ ଭଲ ରହିଥାଏ । ଆଜିର ସମୟରେ ଆଖି ସମ୍ବନ୍ଧୀୟ ସମସ୍ୟା ବହୁତ ଦେଖାଯାଏ । ଦୁର୍ବଳ ଆଖିର ଗୋଟିଏ କାରଣ ହେଉଛି ଆମର ଜୀବନଶୌଳୀ ଏବଂ ଖରାପ ଖାଇବା ଅଭ୍ୟାସ । ଶରୀରକୁ ସୁସ୍ଥ ରଖିବା ପାଇଁ ସୁସ୍ଥ ଖାଦ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । କମ୍ପ୍ୟୁଟର ଏବଂ ମୋବାଇଲରେ ଘଣ୍ଟା ଘଣ୍ଟା ଦେଖିବା ହେତୁ ଆଖି ଦୁର୍ବଳ ହୋଇଯାଉଛି । ଯଦି ଆପଣ ମଧ୍ୟ ଆଖିକୁ ସୁସ୍ଥ ରଖିବାକୁ ଚାହାଁନ୍ତି ତେବେ ଆପଣ କଞ୍ଚା ପରିବା  ଖାଇପାରିବେ ।ପପେୟା ଆଖି ପାଇଁ ବହୁତ ଭଲ କୁହାଯାଇଥାଏ ।  ତେବେ ଆସନ୍ତୁ ଜାଣିବା ପପେୟାର ଖାଇବାର ଉପକାର 

ସୁସ୍ଥ ଆଖି ପାଇଁ ପପେୟା ଖାଇବା ଲାଭଦାୟକ କି
ବହୁତ କମ୍ ଲୋକ ଜାଣନ୍ତି ଯେ ଏକ ଭଲ ଚକ୍ଷୁ ପାଇଁ ଖାଦ୍ୟରେ ଅନ୍ତର୍ଭୁକ୍ତ କରିବା ଦରକାର ପପେୟା। କୁହାଯାଏକି କଞ୍ଚା ପପେୟାରେ ବହୁ ପରିମାଣର କାରୋଟିନଏଡ୍ ଥାଏ ଯାହା ଶରୀରରେ ଭିଟାମିନ୍ ଏ ତିଆରି କରିବାରେ ସାହାର୍ଯ୍ୟ ହୁଏ । ଖାଲି ତାହା ନୁହେଁ  ଗାଜର ଏବଂ ଟମାଟୋ ରେ ମଧ୍ୟ ଭରପୂର ହୋଇ ରହିଛି ।

କଞ୍ଚା ପପେୟା ଗୁଣ ଏବଂ ଉପକାର:-
କଞ୍ଚା ପପେୟା ଭିଟାମିନ୍ ଏ, ସି ଏବଂ ଇ ର ଏକ ଭଲ ଉତ୍ସ ଏବଂ ଫୋଲେଟ୍, ପୋଟାସିୟମ୍ ଏବଂ ଫାଇବର ଯାହା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ବୋଲି କୁହାଯାଏ। କଞ୍ଚା ପପେୟାକୁ ଅନେକ ଉପାୟରେ ଖାଦ୍ୟରେ ଅନ୍ତର୍ଭୁକ୍ତ କରାଯାଇପାରେ । କଞ୍ଚା ପପେୟା ଖାଇବା ହଜମକୁ ପ୍ରକ୍ରିୟାକୁ ଭଲରେ କରିବାରେ ସାହାଯ୍ୟ କରିଥାଏ । ତ୍ୱଚାକୁ ଭଲ ରଖିବାରେ କଞ୍ଚା ପପେୟା ସାହାଯ୍ୟ କରିଥାଏ । ପ୍ରତିଦିନ କଞ୍ଚା ପପେୟା ଖାଇବା ଦ୍ୱାରା ବ୍ରଣ ଏବଂ ପିଗମେଣ୍ଟେସନ୍ ଭଳି ଚର୍ମ ସମସ୍ୟାରେ ମଧ୍ୟ ସାହାଯ୍ୟ କରିଥାଏ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢନ୍ତୁ ଜୀବନ ଶୈଳୀ ଖବର

Argus Whatsapp Channel Mobile Top
Sponsored
raw-papaya-for-eyesight-naturally-ankhon-ki-roshni-kaise-badhaye-chasma-utarne-ke-gharelu-nuskha-papita-for-eyes-care | Argus News