Videos
|
Lifestyle

ସାବଧାନ! ବୋତଲ ପାଣିରେ ରହିଛି ସଂକ୍ରମଣକାରୀ ବୀଜାଣୁ

Banajyotshna Ray
Browse all articles by Banajyotshna Ray
·1 year ago·1 min read
ସାବଧାନ! ବୋତଲ ପାଣିରେ ରହିଛି ସଂକ୍ରମଣକାରୀ ବୀଜାଣୁ

ଅର୍ଗସ ବ୍ୟୁରୋ:  ବୋତଲ ପାଣି ପିଉଛନ୍ତି କି। ଯଦି ପିଉଛନ୍ତି ତେବେ ସତର୍କ ହୋଇଯାଆନ୍ତୁ। ନଚେତ୍‌ ଅନେକ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି। ବୋତଲ ପାଣି ଜୀବାଣୁମୁକ୍ତ ବୋଲି ଦାବି କରାଯାଉଥିଲେ ହେଁ ସେଥିରେ ଅନେକ ସଂକ୍ରମଣକାରୀ ବୀଜାଣୁ ରହିଥିବା ପରୀକ୍ଷାରୁ ଜଣାପଡ଼ିଛି। ସବୁଠୁ ଚିନ୍ତାଜନକ ହେଲା, ବୋତଲ ପାଣିରେ ଭରି ରହିଥିବା ବିପଜ୍ଜନକ ରାସାୟନିକ ପଦାର୍ଥ। ଜଳକୁ ସୁରକ୍ଷିତ ରଖୁଥିବା ସେହି ପ୍ଳାଷ୍ଟିକ୍‌ ବୋତଲଗୁଡ଼ିକ ସାଧାରଣତଃ ପଲିଇଥିଲିନ୍‌ ଟେରିଅଫ୍‌ଥାଲେଟ୍‌ ନାମକ ପଦାର୍ଥରେ ନିର୍ମିତ। ତାପମାତ୍ରା ବଢ଼ିଲେ ପେଟ୍‌ରୁ ଆଣ୍ଟିମନି ଓ ଅଫ୍‌ଥାଲେଟ୍‌ ପରି ରାସାୟନିକ ନିର୍ଗତ ହୋଇ ବୋତଲ ଭିତର ପାଣିରେ ମିଶିଥାଏ। ଏହି ରାସାୟନିକ ପଦାର୍ଥଗୁଡ଼ିକ ଆମ ଅନ୍ତସ୍ରାବୀ କ୍ରିୟାରେ ବାଧା ଉପୁଜାଇବା ସହ ନାନା ପ୍ରକାର ପ୍ରଜନନ ସମସ୍ୟା ଆଣିଥାନ୍ତି। ସେହିପରି ନାମୀଦାମୀ ପାଣି ବୋତଲରେ ମଧ୍ୟ ଅଗଣିତ ଅଣୁପ୍ଲାଷ୍ଟିକ ରହିଥାଏ। ଏହି ଅଣୁପ୍ଲାଷ୍ଟିକ୍‌ ଟୁକୁଡ଼ାଗୁଡ଼ିକ ଶରୀରରେ ପ୍ରଦାହ ସମେତ ଅନ୍ୟାନ୍ୟ ସ୍ବାସ୍ଥ୍ୟ ସମସ୍ୟା ଆଣିଥାଏ। 

ପ୍ରାକୃତିକ କଳ ପାଣିରେ ରହିଥିବା କ୍ୟାଲସିଅମ୍‌ ଓ ମାଗ୍ନେସିଅମ୍‌ ପରି ଅନେକ ଉପକାରୀ ଖଣିଜ ଏହି ବୋତଲପାଣିରେ ନଥାଏ। କାରଣ ବୋତଲ ପାଣିକୁ ମାତ୍ରାଧିକ ପରିସ୍ରବଣ କରାଯାଉଥିବାରୁ ସେଥିରୁ ଏହି ସବୁ ଖଣିଜ ପଦାର୍ଥ ଛାଣି ହୋଇ ରହିଯାଇଥାଏ। ତେଣୁ ବୋତଲପାଣି ଅପେକ୍ଷା କଳପାଣି ଅଧିକ ସ୍ବାସ୍ଥ୍ୟାନୁକୂଳ। ବିଭିନ୍ନ କମ୍ପାନିର ଏହି ବୋତଲ ପାଣି ଯେତେ ପରିଷ୍କୃତ ଓ ଜୀବାଣୁମୁକ୍ତ ବୋଲି ଦାବି କରାଯାଉଥିଲେ ହେଁ ସେଥିରେ ଅନେକ ସଂକ୍ରମଣକାରୀ ବୀଜାଣୁ ରହିଥିବା ପରୀକ୍ଷାନିରୀକ୍ଷାରୁ ଜଣାପଡ଼ିଛି। ତେଣୁ ତାହା ଶରୀରକୁ ଯାଇ ପାକସ୍ଥଳୀ ସଂକ୍ରମଣ ସମେତ ଅନ୍ୟାନ୍ୟ ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି କରିଥାଏ।

ଅଧିକ ପଢ଼ନ୍ତୁ ଜୀବନ ଶୈଳୀ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 

Reasons Why Drinking from Plastic bottle Is Bad for Your Health | Argus News