Videos
|
Lifestyle

ସୁସ୍ଥ ଲୋକମାନେ କ୍ୟାଲସିୟମ ସପ୍ଲିମେଣ୍ଟ ଗ୍ରହଣ କରିବା ଉଚିତ କି ?

Rashmita Mishra
Browse all articles by Rashmita Mishra
·2 years ago·2 min read
ସୁସ୍ଥ ଲୋକମାନେ କ୍ୟାଲସିୟମ ସପ୍ଲିମେଣ୍ଟ ଗ୍ରହଣ କରିବା ଉଚିତ କି ?

ଅର୍ଗସ ବ୍ୟୁରୋ: ହାଡକୁ ଶକ୍ତିଶାଳୀ ରଖିବା ପାଇଁ କ୍ୟାଲସିୟମ୍ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଆମ ଶରୀର ପାଇଁ କ୍ୟାଲସିୟମ୍ ଅନ୍ୟତମ ଜରୁରୀ ଉପାଦାନ । କ୍ୟାଲସିୟମ ଅଭାବ ହେତୁ ହାଡ ସମ୍ବନ୍ଧୀୟ ଗୁରୁତର ସମସ୍ୟାର ଆଶଙ୍କା ମଧ୍ୟ ବଢିଯାଏ । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବାନୁସାରେ ଲୋକଙ୍କ ହାଡର ଅବକ୍ଷୟ ୪୦-୫୦ ବର୍ଷ ପରେ ଆରମ୍ଭ ହୁଏ ଏବଂ ସେମାନଙ୍କୁ କ୍ୟାଲସିୟମ୍ ସପ୍ଲିମେଣ୍ଟ ନେବା ଆବଶ୍ୟକ । ଅନେକ ଲୋକ ହାଡକୁ ଅଧିକ ଦିନ ପର୍ଯ୍ୟନ୍ତ ଶକ୍ତିଶାଳୀ ରଖିବା ପାଇଁ କ୍ୟାଲସିୟମ ସପ୍ଲିମେଣ୍ଟ ନେବା ଆରମ୍ଭ କରନ୍ତି । ଏବେ ପ୍ରଶ୍ନ ହେଉଛି ଏହି ସପ୍ଲିମେଣ୍ଟ ଗ୍ରହଣ କରିବା ଦ୍ୱାରା କିଡନୀରେ ଷ୍ଟୋନ ହେବାର ଆଶଙ୍କା ବଢିଥାଏ କି ଚାଲନ୍ତୁ ଡାକ୍ତରଙ୍କଠାରୁ ଏ ବିଷୟରେ  ଜାଣିବା । 

ଡାକ୍ଟରଙ୍କ କହିବାନୁସାରେ କେବଳ ସେହି ବ୍ୟକ୍ତିଙ୍କ ଶରୀରରେ କ୍ୟାଲସିୟମ ଅଭାବ କିମ୍ବା ଅନ୍ୟ କେତେକ ରୋଗ ଥିଲେ କ୍ୟାଲସିୟମ ସପ୍ଲିମେଣ୍ଟ ନେବାକୁ ପରାମର୍ଶ ଦିଆଯିବା ଉଚିତ । ବହୁ ବର୍ଷ ଧରି ଉଚ୍ଚ ଡୋଜ୍ କ୍ୟାଲସିୟମ୍ ସପ୍ଲିମେଣ୍ଟ ନେବା ଦ୍ୱାରା କିଡନୀରେ ପଥର ହେବାର ଆଶଙ୍କା ବଢିପାରେ କିନ୍ତୁ ଏହାକୁ ସଠିକ୍ ଭାବରେ ନଜର ରଖିବା ଉଚିତ୍ । ଏହା ବିପଦକୁ ରୋକିବାରେ ସାହାଯ୍ୟ କରିଥାଏ ।ଲୋକମାନେ ଡାକ୍ତରଙ୍କ ପରାମର୍ଶ ପରେ ସବୁବେଳେ କ୍ୟାଲସିୟମ୍ ସପ୍ଲିମେଣ୍ଟ ଗ୍ରହଣ କରିବା ଉଚିତ୍ ଏବଂ ନିଜେ ତାହା ନେବା ଉଚିତ୍ ନୁହେଁ ।

କ୍ୟାଲସିୟମ ଖାଦ୍ୟରେ କିଡନୀରେ ପଥରର ଆଶଙ୍କା :-
କୁହାଯାଏକି ଯେ କ୍ୟାଲସିୟମ ଥିବା ଖାଦ୍ୟ ଗ୍ରହଣ କରିବା ଦ୍ୱାରା କିଡନୀ ପଥରର ଆଶଙ୍କା ସିଧାସଳଖ ବଢିନଥାଏ। କିଡନୀ ପଥର ଗଠନର କାରଣ ଏବଂ ପ୍ରକ୍ରିୟା ଅଲଗା ଅଟେ । ଲୋକଙ୍କ ପାଖରେ ଭୁଲ ଧାରଣା ରହିଛି ଯେ ପାଳଙ୍ଗ କିମ୍ବା କ୍ୟାଲସିୟମ ଥିବା ଖାଦ୍ୟ ଖାଇବା ଦ୍ୱାରା କିଡନୀରେ ପଥର ସୃଷ୍ଟି ହେବ କିନ୍ତୁ ତାହା ନୁହେଁ। ସମସ୍ତ ଲୋକ ସେମାନଙ୍କ ଖାଦ୍ୟରେ କ୍ୟାଲସିୟମ୍ ଥିବା ଖାଦ୍ୟ ଅନ୍ତର୍ଭୂକ୍ତ କରିବା ଆବଶ୍ୟକ, ଯାହା ଦ୍ଵାରା ଏହି ଅତ୍ୟାବଶ୍ୟକ ପୁଷ୍ଟିକର ଖାଦ୍ୟ ଖାଇପାରିବେ । 

ସୁସ୍ଥ ଲୋକମାନେ କ୍ୟାଲସିୟମ ସପ୍ଲିମେଣ୍ଟ ଗ୍ରହଣ କରିବା ଉଚିତ କି
କୁହାଯାଏକି ଯେ ଯେଉଁମାନଙ୍କର କ୍ୟାଲସିୟମ ଅଭାବ ନଥାଏ ସେମାନେ କ୍ୟାଲସିୟମ ସପ୍ଲିମେଣ୍ଟ ଗ୍ରହଣ କରିବା ଉଚିତ୍ ନୁହେଁ । ସପ୍ଲିମେଣ୍ଟ ଗ୍ରହଣ କରି ଏପରି ଲୋକ କ୍ଷତିଗ୍ରସ୍ତ ହୋଇପାରନ୍ତି । ସୁସ୍ଥ ଲୋକମାନେ କ୍ୟାଲସିୟମ ସପ୍ଲିମେଣ୍ଟ ନେବା ପରିବର୍ତ୍ତେ କ୍ୟାଲସିୟମ ଥିବା ଖାଦ୍ୟ ଗ୍ରହଣ କରିପାରିବେ । କ୍ଷୀର, ଦହି, ପନିର ଏବଂ ଅନ୍ୟାନ୍ୟ ଦୁଗ୍ଧଜାତ ଦ୍ରବ୍ୟରେ ପ୍ରଚୁର ପରିମାଣରେ କ୍ୟାଲସିୟମ ଥାଏ ଏବଂ ଏହାକୁ ଖାଇବା ଦ୍ୱାରା କ୍ୟାଲସିୟମ ଅଭାବ ସହଜରେ ଆରୋଗ୍ୟ ହୋଇପାରେ । ଶାକାହାରୀ ବ୍ୟକ୍ତିମାନେ କ୍ୟାଲସିୟମର ଅଭାବକୁ ଦୂର କରିବା ପାଇଁ ସେମାନଙ୍କ ଖାଦ୍ୟରେ ମଟନ୍, ମାଛ ଏବଂ ଚିକେନ୍ ଅନ୍ତର୍ଭୁକ୍ତ କରିପାରିବେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢନ୍ତୁ ଜୀବନଶୌଳୀ ଖବର