ରାତି ଅନିଦ୍ରା ହେଉଥିଲେ ହେବ ସାଂଘାତିକ ରୋଗ , ଜାଣନ୍ତୁ ସମାଧାନ..

ଅର୍ଗସ ବ୍ୟୁରୋ : ରାତି ଅନିଦ୍ରା ହେଉଛନ୍ତି । ଅଧିକ ରାତି ଯାଏଁ ଆପଣଙ୍କୁ ନିଦ ହେଉନି କି ? ତାହେଲେ ସତର୍କ ରୁହନ୍ତୁ , ନହେଲେ ଆପଣ ଅନେକ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି । ଏପରି ସତର୍କ କରାଇଛନ୍ତି ଆମେରିକାର ଜଣେ ୭୮ ବର୍ଷୀୟ ବ୍ୟକ୍ତି । ସେ କହିଛନ୍ତି ୧୯୬୩ରେ ସେ ଯେତେବେଳେ ୧୭ ବର୍ଷର ଥିଲେ ସେତେବେଳେ ସେ ୧୧ ରାତି ଶୋଇନଥିଲେ । ଏକ ସାଇନ୍ସ ପ୍ରୋଜେକ୍ଟରେ ଭାଗ ନେଇ ତାକୁ ୧୧ ରାତି ଅନିଦ୍ରା ହେବାକୁ ପଡିଥିଲା । ଏବେ ସେ ୭୮ ବର୍ଷର ଅଟନ୍ତି , ଏବଂ ଅନେକ ବର୍ଷ ହେବ ସେ ଶାନ୍ତିରେ ଶୋଇ ପାରୁନାହାନ୍ତି ।
ଅଧିକ ପଢନ୍ତୁ : ମହିଳାଙ୍କୁ କାହିଁକି ଅଧିକ ନିଦ ଦରକାର?
ଟିକେ ଭଲ ନିଦ ପାଇବା ପାଇଁ ସେ ଯେପରି ବ୍ୟାକୁଳ ହେଉଛନ୍ତି । ଦୀର୍ଘ ୨୬୪ ଘଣ୍ଟା ଚାହିଁବା ପରେ ଏହା ତାଙ୍କର ସାଇଡ ଇଫେକ୍ଟ ବୋଲି ସେ କହୁଛନ୍ତି । ଯେତେଦିନ ସେ ଚାହିଁଥିଲେ, ସେତେଦିନ ତାଙ୍କର ଦେହ ଖରାପ ହୋଇ ଯାଇଥିଲା । ସେ ଅନେକ କିଛି ଭୁଲି ଯାଇଥିଲେ , ତାଙ୍କର ଘ୍ରାଣଶକ୍ତି ଚାଲି ଯାଇଥିଲା । ବେହୋଶ ହେବାଭଳି ଅବସ୍ଥା ହୋଇ ଯାଇଥିଲା । ଏବେ ସେ ସମସ୍ତଙ୍କୁ ପରାମର୍ଶ ଦେଉଛନ୍ତି, ଯେ ରାତିରେ ନଶୋଇବା ଦେହ ପାଇଁ ଖୁବ ହାନିକାରକ । ସେଥିପାଇଁ ପ୍ରତିଦିନ ସଠିକ ଭାବେ ଶୋଇବା ନିହାତି ଦରକାର । ଯଦି ରାତିରେ ଠିକରେ ନିଦ ହେଉନି ତେବେ ଡାକ୍ତରଙ୍କ ପରାମର୍ଶ ନେବା ଆବଶ୍ୟକ ବୋଲି ସେ କହିଛନ୍ତି ।