ସକାଳୁ ଉଠିବା ପରେ ଏକ ଗ୍ଲାସ ଗରମ ପାଣି ପିଇବା ଅଭ୍ୟାସ କରନ୍ତୁ

Key Points
ସକାଳୁ ଉଠିବା ପରେ ଏକ ଗ୍ଲାସ ଗରମ ପାଣି ପିଇବା ସହ ଦିନ ଆରମ୍ଭ କରିବା ଅଭ୍ୟାସ କରନ୍ତୁ। ଏପରି କରିବା ଦ୍ବାରା ଶରୀରରେ ମେଟାବୋଲିଜିମ ତୀବ୍ର ହେବା ସହ ବିଷାକ୍ତ ପଦାର୍ଥ ସହଜରେ ବାହାରିଯାଇଥାଏ।
ସକାଳୁ ଉଠିବା ପରେ ଏକ ଗ୍ଲାସ ଗରମ ପାଣି ପିଇବା ସହ ଦିନ ଆରମ୍ଭ କରିବା ଅଭ୍ୟାସ କରନ୍ତୁ। ଏପରି କରିବା ଦ୍ବାରା ଶରୀରରେ ମେଟାବୋଲିଜିମ ତୀବ୍ର ହେବା ସହ ବିଷାକ୍ତ ପଦାର୍ଥ ସହଜରେ ବାହାରିଯାଇଥାଏ। ସେହିପରି ପାଚନ ତନ୍ତ୍ରକୁ ସୁସ୍ଥ କରିବା ସହ ପେଟରେ ଚର୍ବି କମ କରିବାରେ ହାଲକା ଉଷୁମ ପାଣିର ଭୂମିକା ମହତ୍ତ୍ବପୂର୍ଣ୍ଣ।
ପ୍ରୋଟିନଯୁକ୍ତ ଖାଦ୍ୟ: ସୁସ୍ଥ ଓ ଫିଟ ରହିବା ପାଇଁ ସକାଳ ଜଳଖିଆରେ ପ୍ରୋଟିନଯୁକ୍ତ ଖାଦ୍ୟ ଖାଇବା ଉଚିତ। ଡାଏଟ୍ରେ ପ୍ରୋଟିନ ସାମିଲ କରିବା ଯୋଗୁ ଅଧିକ ସମୟ ଯାଏ ଲୋକ ହୋଇ ନ ଥାଏ। ଫଳରେ ଦିନରେ ଏଣୁତେଣୁ କରି ଅସ୍ବାସ୍ଥ୍ୟକର ଖାଦ୍ୟ ଖାଇବାକୁ ପଡ଼ି ନ ଥାଏ। ସେଥିପାଇଁ ଅଣ୍ଡା, ଗ୍ରୀକ ଦହି ବା ପ୍ରୋଟିନ ସେକ୍ ଆଦି ଡାଏଟରେ ସାମିଲ କରିପାରିବେ। ଏହାବ୍ୟତୀତ ସକାଳ ଜଳଖିଆରେ ଫାଇବର ଓ ସ୍ବାସ୍ଥ୍ୟକର ଫ୍ୟାଟ ସାମିଲ କରିବା ଆବଶ୍ୟକ।
📱 Get Argus News App
✨ସକାଳ ଓ୍ବାର୍କଆଉଟ: କ୍ୟାଲୋରୀ ବର୍ଣ୍ଣ ଓ ଫ୍ୟାଟ କମ କରିବା ପାଇଁ ବ୍ୟାୟାମ କରିବା ଜରୁରୀ। ତେଣୁ ଦିନର ଆରମ୍ଭ ଓ୍ବାର୍କଆଉଟ ସହ କରିବା ଆବଶ୍ୟକ। ସକାଳେ ଓ୍ବାର୍କଆଉଟ କରିପାରିବେ କିମ୍ବା ଘରେ କିଛି ସହଜ ବ୍ୟାୟାମ କରିପାରିବେ। ଏହି ଅଭ୍ୟାସ ପେଟରେ ଚର୍ବିକୁ କମ କରିଥାଏ।
ଜଳଖିଆରେ ମିଠା ଆଦୌ ନୁହେଁ: ନିଜକୁ ସୁସ୍ଥ କରିବାପାଇଁ ଦିନର ଆରମ୍ଭରୁ ଓଜନକୁ ନିୟନ୍ତ୍ରଣ କରିବା ଶିଖନ୍ତୁ। ସେଥିପାଇଁ ସକାଳ ଜଳଖିଆରେ ମିଠାକୁ ଆଦୌ ସାମିଲ କରନ୍ତୁ ନାହିଁ। କାରଣ ଜଳଖିଆରେ ମିଠା ଖାଇବା ଦ୍ବାରା ରକ୍ତରେ ଶର୍କରା ସ୍ତର ବଢ଼ିଥାଏ, ଯାହାଦ୍ବାରା ପେଟର ଆଖପାଖରେ ଚର୍ବି ଜମା ହୋଇଥାଏ। ତେଣୁ ଇନସୁଲିନ ସ୍ତରକୁ ନିୟନ୍ତ୍ରିତ ରଖିବା ପାଇଁ ଜଳଖିଆରେ ଶସ୍ୟ ଜାତୀୟ ଖାଦ୍ୟ, ଲିନ୍ ପ୍ରୋଟିନ ଏବଂ ଫଳ ସାମିଲ କରିବା ଉଚିତ। ପର୍ଯ୍ୟାପ୍ତ ନିଦ ଜରୁରୀ ଓଜନକୁ ନିୟନ୍ତ୍ରିତ କରିବା ଓ ପୁରା ସ୍ବାସ୍ଥ୍ୟକୁ ବଜାୟ ରଖିବା ପାଇଁ ଭଲ ନିଦ ଖୁବ ଜରୁରୀ। ନିଦ ଅଭାବରୁ ହରମୋନରେ ଅସନ୍ତୁଳନ ଦେଖା ଦେଇଥାଏ। ଅସ୍ବାସ୍ଥ୍ୟକର ଖାଦ୍ୟ ପ୍ରତି ଲୋଭ ବଢ଼ିଥାଏ। ଫଳରେ ଓଜନ ବଢ଼ିଚାଲେ। ବିଶେଷ କରି ପେଟ ଆଖପାଖରେ ଚର୍ବି ବଢ଼ିଥାଏ। ତେଣୁ ନିୟମିତ ୭ରୁ ୮ଘଣ୍ଟା ନିଦରେ ଶୋଇବା ଜରୁରୀ।