Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ଓଜନ ହ୍ରାସ କରିବ ଏହି ସ୍ଥାନର "ଛୋଲେ ବଟୁରେ"

Lifestyle

ଓଜନ ହ୍ରାସ କରିବ ଏହି ସ୍ଥାନର "ଛୋଲେ ବଟୁରେ"

Swayangprajna Mishra
Browse all articles by Swayangprajna Mishra
·2 years ago·2 min read
ଓଜନ ହ୍ରାସ କରିବ ଏହି ସ୍ଥାନର "ଛୋଲେ ବଟୁରେ"

ଅର୍ଗସ ବ୍ୟୁରୋ : କୁହାଯାଏ ଦିଲ୍ଲୀ ହେଉଛି ଖାଦ୍ୟର ସହର । ଯେଉଁଠି ବିଭିନ୍ନ ପ୍ରକାରର ସ୍ବାଦିଷ୍ଟ ଫାଷ୍ଟଫୁଡ ମିଳିଥାଏ । ବିଶେଷ ଭାବେ ଦିଲ୍ଲୀର ଛୋଲେ ବଟୁରେର ରହିଛି ସ୍ବତନ୍ତ୍ର ସ୍ବାଦ  । କିନ୍ତୁ ଏଥିରେ ଥିବା ଅତ୍ୟଧିକ ମସଲା ଓଜନ ବଢାଇବା ସହ ଶରୀର ମଧ୍ୟ ଅସୁସ୍ଥ ରହିଥାଏ । ହେଲେ ଦିଲ୍ଲୀରେ ଏପରି ଏକ ସ୍ଥାନ ଅଛି ଯେଉଁଠି ଛୋଲେ ବଟୁରେ ଖାଇଲେ ଆପଣଙ୍କ ଓଜନ ଆଦୌ ବଢିବନି ଏବଂ କୌଣସି ରୋଗ ମଧ୍ୟ ହେବନି । 

ପ୍ରକୃତରେ ଏହି ଛୋଲେ ଭଟୁରେକୁ ବିକିବା ପାଇଁ ଏପରି କିଛି ଉପାୟ ଆପଣାଇଛନ୍ତି ଦୋକାନୀ । ଦୋକାନ ସାମ୍ନାରେ ଏକ ପୋଷ୍ଟର ମରା ହୋଇଛି, ଯେଉଁଥିରେ ଲେଖା ହୋଇଛି , " ଏହି ଛୋଲେ ବଟୁରେ ଖାଇବା ଦ୍ବାରା ଓଜନ କମିଥାଏ , ଏବଂ କୌଣସି ରୋଗ ହୋଇ ନଥାଏ ।" ଏହି ଦୋକାନର ଏକ ଫଟୋକୁ ମିଷ୍ଟର ୱରାହ୍ ନାମକ ଏକ ଆଇଡି ଦ୍ବାରା ପୋଷ୍ଟ କରାଯାଇଛି । ଏବଂ ସେ ଲେଖିଛନ୍ତି, ଏହା କେବଳ ଦିଲ୍ଲୀରେ ହିଁ ତମେ ପାଇବ । ଯେଉଁ ଛୋଲେ ବଟୁରେ ଖାଇଲେ ଓଜନ କମିବ ।"

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
— Worah | #WalkingInDelhi (@psychedelhic) May 26, 2024

 

ଏହାକୁ ପୋଷ୍ଟ କରିବା ପରେ ଅନେକ ଜଣ ଏହାକୁ ନେଇ କମେଣ୍ଟ ଦେଇଛନ୍ତି , ଜଣେ ଲେଖିଛନ୍ତି, ଦୋକାନରେ ବିକ୍ରି ହେବାର ଭଲ ଉପାୟ । ସେହିପରି ଆଉ ଜଣେ ଲେଖିଛନ୍ତି, ଏହା ସମ୍ପୁର୍ଣ୍ଣ କାଳ୍ପନିକ କଥା । ' 
ଜଣେ ୟୁଜର ଲେଖିଛନ୍ତି, ଯେପରି କମ୍ପାନୀ ମାନେ ନିଜ ପ୍ରଡକ୍ଟକୁ କୌଣସି ସାଇଡ ଇଫେକ୍ଟ ନଥିବା କହି ବିକ୍ରି କରିଥାନ୍ତି, କିନ୍ତୁ ପରେ ଏହା କ୍ଷତିକାରକ ପାଲଟେ, ସେମିତି ଏହି ଦୋକାନୀ ଏପରି ଉପାୟ ଅବଲମ୍ବନ କରିଛନ୍ତି । 

 

Painting
Sponsored
The "chhole bhature" of this place of delhi will help you lose weight | Argus News