ଅଧିକ ମୋବାଇଲ ବ୍ୟବହାର କଲେ ହେବ ଏହି ରୋଗ

ଅର୍ଗସ ବ୍ୟୁରୋ : କ'ଣ ଆପଣ ନିଜ ମୋବାଇଲ ଠାରୁ ଅଳ୍ପ ସମୟ ବି ଦୁରେଇ ରହିପାରୁନାହାନ୍ତି କି ? ତାହାଲେ ଆପଣଙ୍କୁ ବି ହୋଇପାରେ 'ନୋମୋଫୋବିୟା' ( NO MObile PHone PhoBIA) ଆମ ଦୈନନ୍ଦିନ ଜୀବନରେ ମୋବାଇଲ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇଯାଇଛି । ଫୋନ ଠାରୁ ଦୂରେଇରହିବା ଅସମ୍ଭବ । କିନ୍ତୁ କ'ଣ ଆପଣ ଏତେ ନିର୍ଭର ହୋଇଯାଇଛନ୍ତି ଯେ ଏହା ଆପଣଙ୍କ ମାନସିକ ସ୍ବାସ୍ଥ୍ୟ ଉପରେ ପ୍ରଭାବ ପକାଉଛି ? ଯଦି ହଁ ତାହାଲେ ସାବଧାନ ହୋଇଯାଆନ୍ତୁ କାରଣ ଏହା 'ନୋମୋଫୋବିୟା' ର ସଙ୍କେତ ହୋଇପାରେ ।
ନୋମୋଫୋବିୟା କ'ଣ ଏବଂ କିପରି ହୁଏ?
'ନୋମୋଫୋବିୟା' ହେଉଛି ମାନସିକ ସ୍ୱାସ୍ଥ୍ୟବସ୍ଥା । ଏଥିରେ ଜଣେ ଲୋକ ଯଦି ନିଜର ଫୋନ ଠାରୁ ଦୁରେଇ ରୁହେ ତେବେ ସେ ବ୍ୟକ୍ତି ଭୟ ,ଚିନ୍ତା ,ଉତ୍ତେଜନା ଏବଂ ଶ୍ୱାସକ୍ରିୟାରେ ଅସୁବିଧା ଆଦି ଲକ୍ଷଣ ଅନୁଭବ କରିଥାଏ। ସ୍ୱାସ୍ଥ୍ୟ ବିଶେଷଜ୍ଞ ମାନେ ଏହା ମଧ୍ୟ କହିଛନ୍ତି ଯେ ନୋମୋଫୋବିୟା ଅନ୍ୟ କିଛି ସମସ୍ୟା ମଧ୍ୟ ସୃଷ୍ଟି କରିପାରେ ଯାହାକୁ ଧ୍ୟାନ ଦେବା ନିହାତି ଦରକାର । ଯଥା ମୋବାଇଲ ଠାରୁ କିଛି ସମୟ ଦୁରେଇ ରହିଲେ ଶରୀରରେ କମ୍ପନ ସୃଷ୍ଟି ହେବା, ଝାଳ ବୋହିବା, ଚିଡଚିଡା ଲାଗିବା ତାସହିତ କେତେକ ପରିସ୍ଥିତିରେ ହୃଦସ୍ପନ୍ଦନରେ ଅନିୟମିତତା ଭଳି ସମସ୍ୟା ସୃଷ୍ଟି ହେବା ଇତ୍ୟାଦି। ନୋମୋଫୋବିୟା ସମସ୍ୟାକୁ ଅବସେସିଭ୍ ବାଧ୍ୟତାମୂଳକ ଡିସଅର୍ଡର୍ (ଓସିଡି) ରୋଗୀ ଭାବେ ବିବେଚନା କରାଯାଇପାରେ ।
୨୦୨୦ ମସିହାରେ ହୋଇଥିବା ଏକ ରିସର୍ଚ୍ଚରୁ ଜଣା ପଡିଛି ଯେ ଏହି ଫୋବିଆ ସେହି ମାନଙ୍କୁ ହୋଇଥାଏ ଯେଉଁମାନେ ସ୍ମାର୍ଟ ଫୋନକୁ ବାଧ୍ୟତାମୂଳକ ଭାବେ ବ୍ୟବହାର କରିଥାନ୍ତି | ଏହା ବ୍ୟତୀତ ଯେଉଁ ବ୍ୟକ୍ତି ନିଜ ଭାବନାକୁ ଅନ୍ୟମାନଙ୍କ ସହ ବାଣ୍ଟିବାକୁ ସକ୍ଷମ ନହୋଇଥାନ୍ତି ସେହିମାନେ ଏହି ଫୋବିଆର ଶିକାର ହୋଇଥାନ୍ତି।
📱 Get Argus News App
✨'ନୋମୋଫୋବିୟା' ଆପଣଙ୍କ ଚିନ୍ତାଧାରାକୁ ପ୍ରଭାବିତ କରିପାରେ | ଯେହେତୁ 'ନୋମୋଫୋବିୟା' ଏକ ଆନୁଷ୍ଠାନିକ ଭାବେ ମାନସିକ ବିକୃତି ନୁହେଁ। ବର୍ତ୍ତମାନ ପର୍ଯ୍ୟନ୍ତ ଏହାର କୌଣସି ପ୍ରକାରର ଚିକିତ୍ସା ନାହିଁ । କିଛି ଥେରାପି ଏବଂ ପରାମର୍ଶ ଏହି ଫୋବିଆ ଠାରୁ ଆପଣଙ୍କୁ ଦୁରେଇ ରଖିବାରେ ସହାୟକ ହେଵ । କିନ୍ତୁ ତା ପାଇଁ ସର୍ବପ୍ରଥମେ ଆପଣଙ୍କୁ ଏହା ଦୃଷ୍ଟିରେ ରଖିବାକୁ ପଡିବ ଯେ ଯଦି ଆପଣ ଏଭଳି କୌଣସି ପ୍ରକାରର ଲକ୍ଷଣ ଆପଣଙ୍କ ନଜରକୁ ଆସେ ତେବେ ପ୍ରଥମେ ଆପଣ ମାନସିକ ରୋଗୀ ବିଶେଷଜ୍ଞଙ୍କ ପରାମର୍ଶ ନିଅନ୍ତୁ ଏବଂ ଯଥା ସମ୍ଭବ ବାହାର ପରିବେଶରେ ନିଜ ସମୟ ଅତିବାହିତ କରନ୍ତୁ ।
ଅଧିକ ପଢ଼ନ୍ତୁ ସ୍ବାସ୍ଥ୍ୟ ଖବର