Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଏହି ପରିବା ସିଝାଇବାପରେ ଦୁଇଗୁଣା ପୁଷ୍ଟିକର ହୋଇଯାଇଥାଏ

Lifestyle

ଏହି ପରିବା ସିଝାଇବାପରେ ଦୁଇଗୁଣା ପୁଷ୍ଟିକର ହୋଇଯାଇଥାଏ

Rashmita Mishra
Browse all articles by Rashmita Mishra
·1 year ago·2 min read
ଏହି ପରିବା ସିଝାଇବାପରେ ଦୁଇଗୁଣା ପୁଷ୍ଟିକର ହୋଇଯାଇଥାଏ

ଅର୍ଗସ ବ୍ୟୁରୋ: କୁହାଯାଏକି  ପନିପରିବା ଓ ଫଳ କଞ୍ଚା ଖାଇଲେ ଶରୀରରକୁ ଦୁଇଗୁଣା ପୁଷ୍ଟିକର ଓ ପୋଷକ ତ୍ତତ୍ଵ ମିଳିଥାଏ । ପନିପରିବା କଞ୍ଚା ବା ସିଝାଇକି ଖାଇବା ଠିକ୍ କି ଭୁଲ ସେ ନେଇ ଅନେକ ସମୟରେ ଯୁକ୍ତି ଚାଲିଥାଏ ।କୁହାଯାଏକି ପନିପରିବା ଏବଂ କଞ୍ଚା ଫଳ ଖାଇବା ଦ୍ବାରା ଆମକୁ ଦୁଇଗୁଣା ଶକ୍ତି ମିଳିଥାଏ। ଯାହା ଆମ ଶରୀର ପାଇଁ ଉପକାରୀ ହୋଇଥାଏ। କିନ୍ତୁ ଅନେକ ପନିପରିବା ଅଛି ଯାହାକୁ ସିଝାଇକି ଖାଇଲେ ଆମ ଶରୀର ପାଇଁ ଦୁଇଗୁଣା ଲାଭଦାୟକ ହୋଇଥାଏ। ଖାଇବା ଜିନିଷ ସିଝାଇବା ଦ୍ବାରା ଅଧିକ ପୁଷ୍ଟିକର ହେବା ସହ ଆମ ଶରୀରର ହଜମ ପ୍ରକ୍ରିୟାକୁ ମଧ୍ୟ ସହଜ କରିଦେଇଥାଏ।
ଆସନ୍ତୁ ଜାଣିବା ସେହି ୫ଟି  ଖାଦ୍ୟ ଯାହାକୁ ସିଝାଇବା ଦ୍ବରା ଅଧିକ ପୁଷ୍ଟିକର ହୋଇଯାଇଥାଏ ।

ପାଳଙ୍ଗ: ପାଳଙ୍ଗ ଏକ ଶାଗ ଜାତୀୟ ଖାଦ୍ୟ। ଯାହା ସିଝାଇ ଖାଇଲେ ଆମ ଶରୀରର ଅକ୍ସାଲେଟ୍ ସ୍ତରକୁ ଯଥେଷ୍ଟ କମ କରିଥାଏ ଏବଂ କ୍ୟାଲସିୟମ ଓ ଲୌହ ପରିମାଣକୁ ବଡେଇଥାଏ। ଏହା ବାଦେ ଖାଦ୍ୟକୁ ବହୁତ ସହଜରେ ହଜମ କରିଥାଏ।

ଟମାଟୋ : ଟମାଟୋରେ ଲାଇକୋପିନ୍ ନାମକ ଏକ ଆଣ୍ଟିଅକ୍ସିଡାଣ୍ଟ ମିଳିଥାଏ। ଯାହା କର୍କଟ ରୋଗ ଭଳି ବଡ ରୋଗର ଆଶଙ୍କା କମ କରିବାରେ ସାହାଯ୍ୟ କରିଥାଏ। ଟମାଟୋକୁ ସିଝାଇ ଖାଇଲେ ବହୁତ ଶକ୍ତି ମିଳିଥାଏ। ଏହା ଆଣ୍ଟିଅକ୍ସିଡାଣ୍ଟ ସଂରକ୍ଷଣ କରି କାରୋଟିନଏଡ୍ର ବଡେଇବାରେ ସାହାଯ୍ୟ କରିଥାଏ। ଏହା ମଧ୍ୟ ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ବ୍ରୋକୋଲି : ବ୍ରୋକୋଲିକୁ ସିଝେଇ ଦେଲେ ଗ୍ଲୁକୋସିନୋଲେଟ୍ ବହାରିଥାଏ ଏବଂ ସନ୍ତୁଳନ ରଖିଥାଏ। ଗ୍ଲୁକୋସିନୋଲେଟ୍ ହେଉଛି କର୍କଟ ରୋଗର ଏକ ଅଂଶ। ବ୍ରୋକୋଲିକୁ ସିଝାଇ ଦେଲେ ବହୁତ ନରମ ହୋଇଯାଏ ଏବଂ ଖାଦ୍ୟକୁ ହଜମ କରିବାରେ ସାହାଯ୍ୟ କରିଥାଏ।

ମିଠା ଆଳୁ: ମିଠା ଆଳୁରେ ଭିଟାମିନ୍ , ମିନେରାଲ ଓ ଫାଇବର ଅଧିକ ପରିମାଣରେ ଥାଏ। ଏହାକୁ ସିଝାଇଦେଲେ ସେଥିରେ ଥିବା ବିଟା-କାରୋଟିନ୍ରର ଶକ୍ତି ଅଧିକ ହୋଇଯାଇଥାଏ। ଯାହା ଆମ ଶରୀର ସହଜରେ ଗ୍ରହଣ କରିନେଇଥାଏ। ଏଥିରେ ଭିଟାମିନ୍ 'ଏ' ଥାଏ, ଯାହା ଆମର ଦୃଷ୍ଟିଶକ୍ତିକୁ ବଢାଇଥାଏ । ଏହା ଚର୍ମ ପାଇଁ ଲାଭଦାୟକ ହୋଇଥାଏ।

ଅଧିକ ପଢ଼ନ୍ତୁ ଜୀବନ ଶୈଳୀ ଖବର...

Argus Whatsapp Channel Mobile Top
Sponsored
This food becomes twice as nutritious after cooking | Argus News