Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଏହି ଫଳ ଅନେକ ପୋଷକ ତତ୍ତ୍ୱରେ ଭରପୂର

Lifestyle

ଏହି ଫଳ ଅନେକ ପୋଷକ ତତ୍ତ୍ୱରେ ଭରପୂର

Rashmita Mishra
Browse all articles by Rashmita Mishra
·2 years ago·2 min read
ଏହି ଫଳ ଅନେକ ପୋଷକ ତତ୍ତ୍ୱରେ ଭରପୂର

ଅର୍ଗସ ବ୍ୟୁରୋ: ଋତୁ ଅନୁଯାୟୀ ବଜାରରେ ଅନେକ ଫଳ ମିଳିଥାଏ । କୁହାଯାଏକି ଯେଉଁ ସମୟରେ ଯାହା ଫଳ ମିଳେ ତାହା ଖାଇବା ଆବଶ୍ୟକ । ଆଉ ବର୍ତ୍ତମାନ ବଜାରରେ ବହୁ ପରିମାଣରେ ଜାମୁ କୋଳି ଦେଖିବାକୁ ମିଳୁଛି । ଲୋକମାନେ ମଧ୍ୟ ସେଗୁଡିକ ଖାଇବାକୁ ବହୁତ ପସନ୍ଦ କରଥାନ୍ତି । ଏହି କୋଳି ଖରା ସମୟରେ ମିଳୁଥିବା ଏକ ସ୍ୱାଦିଷ୍ଟ ଫଳ । ଏହି ଫଳ ମେ ଏବଂ ଜୁନ୍ ମାସରେ ଦେଖାଯାଏ । ଏହାର ସ୍ୱାଦ ମିଠା । ଖାଲି ମିଠା ନୁହେଁ ବରଂ ଏଥିରେ ଅନେକ ଔଷଧୀୟ  ଗୁଣ ମଧ୍ୟ ଭରପୂର ହୋଇ ରହିଛି । ଡାକ୍ତରଙ୍କ କହିବାନୁସାରେ ଏହି କୋଳି ଖାଇବା ଦ୍ଵାରା ଅନେକ ରୋଗରୁ ମୁକ୍ତି ମିଳିଥାଏ । ଯେପରି ପେଟ ଯନ୍ତ୍ରଣା, ମଧୁମେହ, ଆର୍ଥ୍ରାଇଟିସ୍ ଏବଂ ଅନ୍ୟାନ୍ୟ ହଜମ ଜନିତ ସମସ୍ୟାରୁ ମୁକ୍ତି ପାଇବାରେ ଏହି ଫଳ ଅତ୍ୟନ୍ତ ଲାଭଦାୟକ ଅଟେ । 

ଏହି ଫଳ ବଜାରରେ ମାତ୍ର ଦୁଇରୁ ତିନି ମାସ ପର୍ଯ୍ୟନ୍ତ ଉପଲବ୍ଧ :-
ଆୟୁର୍ବେଦିକ ଡାକ୍ତର କହିଛନ୍ତି ଯେ ଋତୁ ଅନୁଯାୟୀ ପ୍ରତ୍ୟେକ ଫଳ ଖାଇବା ଉଚିତ କାରଣ ଏହା ଆମ ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ। ବିଶେଷକରି ଏହି ଫଳ ଋତୁ ଅନୁଯାୟୀ ଶରୀର ପାଇଁ ଲାଭଦାୟକ ଅଟେ । ବର୍ତ୍ତମାନ ସବୁ ଆଡେ ବଜାରରେ ଜାମୁ କୋଳି ବହୁ ପରିମାଣରେ ଉପଲବ୍ଧ । ଲୋକମାନେ ଏହାକୁ ବହୁତ ପସନ୍ଦ କରନ୍ତି । କାରଣ ଏହି ଫଳ ଖାଇବା ସ୍ୱାଦିଷ୍ଟ ଏବଂ ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ । ଏହି ଫଳ ବଜାରରେ କେବଳ ଦୁଇରୁ ତିନି ମାସ ପର୍ଯ୍ୟନ୍ତ ମିଳିଥାଏ । 

ଏହି ଫଳ ଅନେକ ପୋଷକ ତତ୍ତ୍ୱରେ ଭରପୂର ଅଟେ :-
ଏହି ଫଳରେ ଅନେକ ପୁଷ୍ଟିକର ଉପାଦାନ ଅଛି । ଏଥିରେ ଭିଟାମିନ୍ ସି, ଭିଟାମିନ୍ ଏ, ଭିଟାମିନ୍ କେ ଏବଂ ଭିଟାମିନ୍ ବି, ଫାଇବର, ଜିଙ୍କ ମିନେରାଲ୍ସ, ମ୍ୟାଗ୍ନେସିୟମ୍, ପୋଟାସିୟମ୍, କ୍ୟାଲସିୟମ୍ ଏବଂ ଆଇରନ୍ ଭଳି ପୋଷକ ତତ୍ତ୍ୱ ରହିଥାଏ । ଯାହା ଶରୀର ପାଇଁ ବହୁତ ଲାଭଦାୟକ ଅଟେ ।ଏହି ସମୟରେ ଏହି ଫଳ ଶରୀରରେ ରକ୍ତହୀନତା ଭଳି ରୋଗକୁ ଭଲ କରିଥାଏ। ଚର୍ମ ସମସ୍ୟା ଦୂର କରେ । ମେଦବହୁଳତାର ନିୟନ୍ତ୍ରଣ କରିଥାଏ । ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ । ତାହାସହ ଏହା ହୃଦୟ ପାଇଁ ମଧ୍ୟ ଲାଭଦାୟକ ଏବଂ ମଧୁମେହ ପାଇଁ ବିଶେଷ ଲାଭଦାୟକ ଅଟେ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢନ୍ତୁ ଜୀବନଶୌଳୀ ଖବର

Argus Whatsapp Channel Mobile Top
Sponsored
This fruit is rich in many nutrients | Argus News