Videos
|
Lifestyle

କେଶ ଝଡିବା କମ୍ କରିବ ଏହି ପାଣି

Rashmita Mishra
Browse all articles by Rashmita Mishra
·1 year ago·2 min read
କେଶ ଝଡିବା କମ୍ କରିବ ଏହି ପାଣି

ଅର୍ଗସ ବ୍ୟୁରୋ: ସାଧାରଣ ଭାବେ ଆମେ ସମସ୍ତେ ଷ୍ଟିଲ, କାଚ ତଥା ପ୍ଲାଷ୍ଟିକ ଗ୍ଲାସରେ ପାଣି ପିଇଥାଉ। କିନ୍ତୁ କଣ ଆପଣ ଜାଣନ୍ତି କି ତମ୍ବା ପାତ୍ରରେ ପାଣି ପିଇବାକୁ କାହିଁକି ପରାମର୍ଶ ଦିଆଯାଏ। ଆମେ ଅନେକ ଥର ଆମ ଗୁରୁଜନଙ୍କଠୁ ଏହି ଉପଦେଶ ଶୁଣିବାକୁ ପାଉ ଯେ ତମ୍ବା ତଥା କପର ଗ୍ଲାସରେ ପାଣି ପିଇଲେ ଏହା ଆମ ଶରୀର ପାଇଁ ଭଲ ହୋଇଥାଏ। କିନ୍ତୁ ଆମେ ତାହାର ଫାଇଦା ସମ୍ପର୍କରେ ଜାଣିନଥାଉ । ଭାରତୀୟ ପରମ୍ପରା ଅନୁସାରେ ତମ୍ବା ପାତ୍ରରେ ପାଣି ପିଆଯାଇଥାଏ । ଯାହାର ବହୁତ କିଛି ଫାଇବା ରହିଥାଏ ।

ଯଦି ଆମେ ପୁଣିଥିରେ ସେହି ସବୁ ଉପାୟ ଗୁଡିକ ଗ୍ରହଣ କରିବେ ତେବେ ଆମ ଶରୀରରେ କୌଣସି ପ୍ରକାର ରୋଗ ପ୍ରବେଶ କରିବ ନାହିଁ ଏବଂ ଶରୀରକୁ ବିଭିନ୍ନ ପ୍ରକାରର ଉପକାର ମିଳିବ । ଏହିପରି ଏକ ଉପାୟ ହେଉଛି ଏକ ତମ୍ବା ପାତ୍ରରେ ରାତିରେ ପାଣି ରଖି ସେହି ପାଣିକୁ ସକାଳେ ପିଇବା । ତମ୍ବା ପାତ୍ରରେ ରଖାଯାଇଥିବା ପାଣି ଆମ ଶରୀର ପାଇଁ ବହୁ ଲାଭଦାୟକ ହୋଇଥାଏ । ଏହାସହ ଆୟୁର୍ବେଦ ମଧ୍ୟ କହେ କି ତମ୍ବା ପାତ୍ରରେ ରଖାଯାଇଥିବା ପାଣି ପିଇବା ଦ୍ବାରା ବହୁ ପ୍ରକାରର ରୋଗରୁ ମୁକ୍ତି ମିଳିଥାଏ ।

ତେବେ ସାଇଣ୍ଟିଫିକ ଦୃଷ୍ଟିରୁ ଏହି ପାଣିକୁ ପିଇବା ଦ୍ୱାରା ବ୍ୟାକ୍ଟେରିଆ ଓ ଦୂଷିତ ପଦାର୍ଥକୁ ମରିବାର କ୍ଷମତା ରଖଥାଏ। ଏହି ପାଣିରେ ତମ୍ବାର ତତ୍ତ୍ୱ ମିଶିଯାଏ। ଯାହା ଆମ ଶରୀରରେ ଥିବା ହାନିକାରକ ପଦାର୍ଥକୁ ନଷ୍ଟ କରିଦିଏ। ଏମିତିରେ ଆମକୁ ଅନେକ ରୋଗରୁ ମୁକ୍ତି ମିଳିଥାଏ। ଏବେ ଜାଣନ୍ତୁ ଏହି ପାତ୍ରରେ ପାଣି ପିଇବା ଦ୍ୱାରା କେଉଁ ଫାଇଦା ମିଳେ ।

ଗ୍ୟାସ ସମସ୍ୟାରୁ ମୁକ୍ତି:- ତମ୍ବା ପାତ୍ରରେ ରଖାଯାଇଥିବା ପାଣିକୁ ପିଇବା ଦ୍ଵାରା ଏସିଡିଟି କିମ୍ବା ଗ୍ୟାସ ସମସ୍ୟାରୁ ମୁକ୍ତି ମିଳିବାସହ ହଜମ ପ୍ରକ୍ରିୟାରେ ସୁଧାର ଆସିଥାଏ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

କୋଲଷ୍ଟୋଲ ପରିମାଣ କମ୍ ହୋଇଥାଏ:- ତମ୍ବା ପାତ୍ରରେ ରଖାଯାଇଥିବା ପାଣିକୁ ପିଇବା ଦ୍ବାରା ଶରୀରରେ କୋଲଷ୍ଟୋଲ ପରିମାଣ କମ୍ ହେବାସହ ହାର୍ଟ ମଜବୁତ୍ ହୋଇଥାଏ ।

ରକ୍ତ ହିନତାରୁ ମିଳିଥାଏ ମୁକ୍ତି:- ତମ୍ବା ପାତ୍ରରେ ଅତି କମରେ ୮ ଘଣ୍ଟା ପର୍ଯ୍ଯନ୍ତ ପାଣି ରଖି ସେହି ପାଣିକୁ ପିଇବା ଦ୍ବାରା ଏନିମିୟା ତଥା ରକ୍ତ ହିନତା ରୋଗକୁ ମୁକ୍ତି ମିଳିଥାଏ । ଏହି ପାଣିରେ ଭରପୁର ଥିବା କପର ଆପଣଙ୍କ ଶରୀରରେ ଥିବା ରକ୍ତ ହିନତାକୁ ଦୂର କରିବାରେ ସାହାଯ୍ଯ କରିଥାଏ ।

କ୍ୟାନ୍ସରରୁ ବର୍ତ୍ତିବା ପାଇଁ ସହାୟକ:- ତମ୍ବା ପାତ୍ରରେ ରଖାଯାଇଥିବା ପାଣି ରେ ପର୍ଯ୍ଯାପ୍ତ ପରିମାଣରେ ଆଣ୍ଟି ଅକ୍ସିଡେଣ୍ଟ୍ ରହିଥାଏ, ଯାହା ବୟସ ଛାପକୁ ଲୁଚାଇବା ସହ କ୍ୟାନସର ଭଳି ଗମ୍ଭୀର ରୋଗରୁ ଲଢିବା ପାଇଁ ସହାୟକ ହୋଇଥାଏ ।

କେଶ ଝଡିବା କମ୍:- ତମ୍ବା ପାତ୍ରରେ ରଖାଯାଇଥିବା ପାଣି ପିଇବା ଦ୍ବାରା କେଶ ଝଡିବା କମ୍ ହୋଇଥାଏ ।

ଓଜନ କମିବାରେ ସହାୟକ:- ପ୍ରତିଦିନ ତମ୍ବା ପାତ୍ରରେ ରଖାଯାଇଥିବା ପାଣି ପିଇବା ଫଳରେ ଓଜନ କମ୍ ହୋଇଥାଏ । ଏହାସହ ଶରୀରକୁ ବହୁ ପ୍ରକାରର ପ୍ରତିକାର ମିଳିଥାଏ ।

ଅଧିକ ପଢ଼ନ୍ତୁ ଜୀବନ ଶୈଳୀ ଖବର...