Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ସୁସ୍ଥ ଜୀବନଶୈଳୀର ଟିପ୍ସ, ସକାଳୁ କରନ୍ତୁ ଏହି ୫ଟି ଅଭ୍ୟାସ...

Lifestyle

ସୁସ୍ଥ ଜୀବନଶୈଳୀର ଟିପ୍ସ, ସକାଳୁ କରନ୍ତୁ ଏହି ୫ଟି ଅଭ୍ୟାସ...

Swayangprajna Mishra
Browse all articles by Swayangprajna Mishra
·1 year ago·2 min read
ସୁସ୍ଥ ଜୀବନଶୈଳୀର ଟିପ୍ସ, ସକାଳୁ କରନ୍ତୁ ଏହି ୫ଟି ଅଭ୍ୟାସ...

ଅର୍ଗସ ବ୍ୟୁରୋ : ପ୍ରତ୍ୟେକ ମଣିଷର ସକାଳ ଯଦି ଭଲରେ କଟେ ତେବେ ପୁରା ଦିନ ସେ ମାନସିକ ତଥା ଶାରିରୀକ ସ୍ତରରେ ସୁସ୍ଥ ରୁହେ । ଯଦି ସକାଳୁ ଆମେ ମାନସିକ ସ୍ତରରେ ଆକ୍ଟିଭ ରୁହନ୍ତି । ତେବେ ପୁରା ଦିନ ଆମେ ସବୁ କାମ କରିବା ସହ ପୁରା ଫିଟ ରହିଥାନ୍ତି । ତେବେ କିପରି ନିଜର ସକାଳର ଆରମ୍ଭ ଭଲରେ କରିବା ପାଇଁ ହେଲେ ଆପଣଙ୍କୁ କିଛି ଅଭ୍ୟାସ ନିଜ ପ୍ରତ୍ୟେକ ଦିନ ରୁଟିନରେ କରିବାକୁ ପଡିବ । ଯାହାକୁ ଆପଣ ସବୁଦିନ କରିବା ଦ୍ବାରା ଆପଣ ଆଧ୍ୟାତ୍ମିକ , ଶାରୀରିକ , ମାନସିକ ସ୍ତରରେ ଖୁସି ରହିପାରିବେ । ତେବେ ଯଦି ଆପଣ ପ୍ରତିଦିନ ଖୁସି ରହିବାକୁ ଚାହୁଁଛନ୍ତି ତେବେ ଏହି ୫ଟି ଜିନିଷ ଆପଣଙ୍କୁ ଆପଣାଇବାକୁ ପଡିବ ।
୧- ନିଜକୁ ହାଇଡ୍ରେଟେ଼ଡ ରଖିବେ
ରାତିରେ ୭ ଘଣ୍ଟା ଶୋଇବା ପରେ ଆମ ଶରୀରରେ ପାଣିର ପରିମାଣ କମିଯାଇଥାଏ । ଯେଉଁଥିପାଇଁ ଆମ ଶରୀରକୁ ହାଇଡ୍ରେଟ କରିବା ପାଇଁ ସକାଳୁ ପ୍ରଚୁର ପରିମାଣର ପାଣି ପିଇବା ନିହାତି ଦରକାର । ଯାହାଦ୍ବାରା ପୁରା ଦିନ ଆପଣଙ୍କ ଏନର୍ଜେଟିକ ରହିବେ ।
 ୨- ବ୍ୟାୟାମ କରିବା ଦରକାର
ଶାରୀରିକ ଏବଂ ମାନସିକ ସ୍ତରରେ ଫିଟ ରହିବା ପାଇଁ ହେଲେ ଏକ୍ସରସାଇଜ ନିହାତି ଦରକାର । ଯୋଗ ତଥା ବ୍ୟାୟାମ କରିବା ଦ୍ବାରା ଆପଣ ପୁରା ଦିନ ଆକ୍ଟିଭ ରହିବେ ।
୩- ମେଡିଟେସନ କରିବା ଦରକାର
ସକାଳୁ ମେଡିଟେସନ କରିବା ନିହାତି ଦରକାର । ଯାହାଦ୍ବାରା ମନଶାନ୍ତ ରହିବା ସହ ସ୍ଥିର ରହିଥାଏ । ଏବଂ ଦିନସାରା ଆମେ ଯେଉଁ କାମ କରିବାକୁ ଇଚ୍ଛା କରିଥାନ୍ତି , ସେହି କାମ ଆମର ଫୋକସ ରହିଥାଏ ।
୪- ଇଶ୍ବରଙ୍କୁ ଧନ୍ୟବାଦ ଦେବା ଦରକାର 
ସକାଳୁ ଉଠି ଇଶ୍ବରଙ୍କୁ ଧନ୍ୟବାଦ ଦେବା ନିହାତି ଆବଶ୍ୟକ । କାରଣ ଆପଣ ଆଉ ଗୋଟେ ନୂଆ ସକାଳ ଦେଖିଛନ୍ତି ସେଥିପାଇଁ ଠାକୁରଙ୍କ ପାଖରେ କୃତଜ୍ଞତା ଜଣାଇବା ଦରକାର ।
୫- ସୁସ୍ଥ ଜଳଖିଆ 
ସକାଳୁ ଅନେକ ଜଣ ଲୋକ ନିଜର ଜଳଖିଆ ଖାଇନଥାନ୍ତି । ଯାହାଦ୍ବାରା ଏହା ଶରୀରର ମେଟାବୋଲିଜିମ ଖରାପ କରିଥାଏ । ହେଲ୍ଥି ଜଳଖିଆ ଖାଇବା ଦ୍ବାରା ଶରୀରରେ ପ୍ରୋଟିନ, ଫାଇବର ଆଦି ଶରୀରକୁ ମିଳିଥାଏ । ଯାହାଦ୍ବାରା ଆପଣଙ୍କ ପୁରାଦିନ ଏନର୍ଜେଟିକ ରହିଥାଏ । 
ତେଣୁ ସକାଳୁ ଯଦି ପ୍ରତିଦିନ ଏହି ସବୁ ଅଭ୍ୟାସ ନିଜ ଜୀବନଶୈଳୀରେ ଯୋଡନ୍ତି, ତେବେ ଆପଣ ଏକ ସୁସ୍ଥ ଜୀବନ ଅତିବାହିତ କରିବେ । 


 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Tips for a healthy lifestyle, do these 5 morning routines | Argus News