Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ଅସହ୍ୟ ଗୁଳୁଗୁଳିରୁ କେମିତି ପାଇବେ ରକ୍ଷା ଜାଣନ୍ତୁ...

Lifestyle

ଅସହ୍ୟ ଗୁଳୁଗୁଳିରୁ କେମିତି ପାଇବେ ରକ୍ଷା ଜାଣନ୍ତୁ...

Banajyotshna Ray
Browse all articles by Banajyotshna Ray
·2 years ago·1 min read
ଅସହ୍ୟ ଗୁଳୁଗୁଳିରୁ କେମିତି ପାଇବେ ରକ୍ଷା ଜାଣନ୍ତୁ...

ଅର୍ଗସ ବ୍ୟୁରୋ:  ରାଜ୍ୟରେ ଅସହ୍ୟ ତାତି ସାଙ୍ଗକୁ ଗୁଳୁଗୁଳି ବଢ଼ୁଛି। ବାହାରକୁ ବାହାରିବା ମୁସ୍କିଲ ହୋଇପଡୁଛି। ସକାଳୁ ୮ଟାରୁ ଖରା ଆସିଯାଉଛି ଯେ, ସନ୍ଧ୍ୟା ୬ ଟା ନହେଲେ ଅସ୍ତ ହେଉନାହିଁ। କିଛି ସ୍ଥାନରେ ୪୫ ରୁ ୫୦ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ମଧ୍ୟ ରେକର୍ଡ କରାଯାଇଛି । ଅତ୍ୟଧିକ ଗରମ ବୃଦ୍ଧି ପାଉଥିବାରୁ ଲୋକମାନେ ଘରୁ ବାହାରିବା ପାଇଁ ଇଚ୍ଛା ପ୍ରକାଶ କରୁ ନାହାଁନ୍ତି । ଏହି ସମସ୍ୟାରୁ ବର୍ତ୍ତିବା ପାଇଁ ଆପଣ ପ୍ରଚୁର ମାତ୍ରାରେ ପାଣି, ସରବତ କିମ୍ବା ଘୋଳ ଦହି ସେବନ କରିବା ଉଚିତ ।  ଘୋଳ ଦହିରେ ଭିଟାମିନ୍ –ବି, ପ୍ରୋଟିନ୍‌, କ୍ୟାଲସିୟମ ଏବଂ ପୋଟାସିୟମ ଭଳି ପୋଷକ ତତ୍ୱ ଶରୀରକୁ ଡିଟକ୍ସିଫାଇ କରିବାରେ ସହାୟକ ହୋଇଥାଏ । ଏହା ବ୍ୟତୀତ ଅନେକ ଚର୍ମ ସମସ୍ୟାରୁ ରକ୍ଷା କରି ତ୍ୱଚାର ଚମକ ବୃଦ୍ଧି କରିଥାଏ ।

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ ଡିହାଇଡ୍ରେସନରୁ ରକ୍ଷା ପାଇବା ପାଇଁ ଘୋଳ ଦହି ରାମବାଣ ସଦୃଶ ଅଟେ । ଘୋଳ ଦହିରେ ପ୍ରଚୁର ମାତ୍ରାରେ ମିନେରାଲସ, ଭିଟାମିନସ, କ୍ୟାଲସିୟମ, ପ୍ରୋଟିନ ଏବଂ ପ୍ରୋବାୟୋଟିକ ରହିଛି । ଘରେ ଘୋଳ ଦହି ତିଆରି କରୁଥିଲେ ଏହାକୁ ଆହୁରି ସ୍ୱାଦିଷ୍ଟ କରିବା ପାଇଁ ଏଥିରେ ଆବଶ୍ୟକ ମୁତାବକ ଜିରା ଗୁଣ୍ଡ, ପୋଦିନା ଏବଂ ସାମାନ୍ୟ ଲୁଣ ମିଶେଇ ପିଇପାରିବେ । ଏହା ଶରୀରକୁ ଶୀତଳତା ପ୍ରଦାନ କରିଥାଏ । ଘୋଳ ଦହିରେ ଥିବା ହେଲ୍‌ଦୀ ବ୍ୟାକ୍ଟେରିଆ, କାର୍ବୋହାଇଡ୍ରେଟ୍ ଏବଂ ଲାକ୍ଟୋଜ୍ ଶରୀରରେ ରୋଗ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରିଥାଏ । ଏହାର ନିୟମିତ ସେବନ ଦ୍ୱାରା ଶରୀରର ଶକ୍ତି ବୃଦ୍ଧି ହୋଇଥାଏ । ପାଚନ ଜନିତ ସବୁ ସମସ୍ୟା ଦୂର ହୋଇଥାଏ ।

ଅଧିକ ପଢ଼ନ୍ତୁ ଜୀବନଶୈଳୀ ଖବର: 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored
to get rid of excess heat drink this to get benefits in summer | Argus News