Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Lifestyle

ଆଜି ହେଉଛି ବିଶ୍ବ ଋତୁସ୍ରାବ ସ୍ବଚ୍ଛତା ଦିବସ

Ritu Das
Browse all articles by Ritu Das
·2 years ago·2 min read
ଆଜି ହେଉଛି ବିଶ୍ବ ଋତୁସ୍ରାବ ସ୍ବଚ୍ଛତା ଦିବସ

ଅର୍ଗସ ବ୍ୟୁରୋ: ମେ 28କୁ ବିଶ୍ବ ଋତୁସ୍ରାବ ସ୍ବଚ୍ଛତା ଦିବସ ଭାବେ ପାଳନ କରାଯାଉଛି। ଆଜି ସାରା ବିଶ୍ବ ଏହି ଦିବସକୁ ପାଳନ କରୁଛି। ନାରୀ ଜୀବନର ଏକ ବିଶେଷ ଅଂଶ ହେଉଛି ଋତୁସ୍ରାବ । ଯଦି ଜଣେ ମହିଳା ଋତୁସ୍ରାବ ହୋଇ ନ ଥାଏ ତାହାଲେ ସେ ମାଆ ହେବା ସମ୍ଭବ ହୋଇନଥାଏ । ଆଜିକା ସମୟରେ ଋତୁସ୍ରାବକୁ ନେଇ କିଛି ମାତ୍ରାରେ ସାଧାରଣ ଜୀବନରେ ସଚେତନତା ସୃଷ୍ଟି ହୋଇଛି ସତ, କିନ୍ତୁ ଏବେ ବି ସମାଜରେ ଏହାକୁ ନେଇ ଅନେକ ଦ୍ବନ୍ଦ ଓ ଅନ୍ଧବିଶ୍ବାସ । ଏହାର ଉଦ୍ଦେଶ୍ୟ ହେଉଛି ଯେ ଋତୁସ୍ରାବକୁ ନେଇ ଥିବା ସମସ୍ତ ଅନ୍ଧବିଶ୍ବାସକୁ ଦୂର କରିବା ପାଇଁ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମକୁ ତ୍ବରାନ୍ବିତ କରିବା। କାରଣ ଏବେବି ଗାଁ ଗହଳିର ଲୋକ ସଚେତନ ହୋଇ ନାହାନ୍ତି। 

ଏହି ଦିବସଟି ପ୍ରଥମେ 2014 ମସିହାରେ ଜର୍ମାନର ଏକ NGO ସଂସ୍ଥା ୱାସ ୟୁନାଇଟେଡ(Wash United) ଦ୍ବାରା ଆରମ୍ଭ କରାଯାଇଥିଲା । ପ୍ରତ୍ୟେକ ମହିଳାଙ୍କ ମାସିକ ଋତୁସ୍ରାବ 28 ଦିନରେ ହେଉଥିବାରୁ ଏହି ଦିବସ ପାଳନ କରିବା ପାଇଁ 28 ତାରିଖକୁ ଧାର୍ଯ୍ୟ କରାଯାଇଥିଲା । ଋତୁସ୍ରାବ ସମୟରେ ସ୍ବଚ୍ଛତା ବଜାୟ ରଖିବା ଲାଗି ମହିଳାମାନଙ୍କ ସଚେତନ କରିବା ଲକ୍ଷ୍ୟରେ ଏହି ଦିବସ ବିଶ୍ବ ସ୍ତରରେ ପାଳନ କରାଯାଇଥିଲା ।

ମାସିକ ଋତୁସ୍ରାବ ଦିବସ କାହିଁକି ପାଳନ କରାଯାଏ: 
ଦୁନିଆର ଅନେକ ଦେଶରେ ଆଜି ବି ଲୋକମାନଙ୍କର ଚିନ୍ତାଧାରାରେ ପରିବର୍ତ୍ତନ ହୋଇନାହିଁ । ଯେଉଁଥିପାଇଁ ଆଜି ମଧ୍ୟ ମହିଳାମାନେ ଖୋଲାଖୋଲି ଭାବେ କଥାବାର୍ତ୍ତା କରିବାକୁ ସକ୍ଷମ ନୁହନ୍ତି । ଲୋକଙ୍କ ମାନସିକତାକୁ ପରିବର୍ତ୍ତନ କରିବା ପାଇଁ ପ୍ରତିବର୍ଷ ମାସିକ ଋତୁସ୍ରାବ ଦିବସ ପାଳନ କରାଯାଏ । ଅନେକ ୟୁଟେରସ୍ କ୍ୟାନ୍ସର ପାଇଁ ଅସୁରକ୍ଷିତ ଋତୁସ୍ରାବ ଦାୟୀ । ଶିକ୍ଷାର ଅଭାବ କାରଣରୁ ମହିଳାମାନେ ଏନେଇ ସଚେତନ ନୁହଁନ୍ତି ତେଣୁ ସେମାନଙ୍କ ପାଖରେ ଏହି ବାର୍ତ୍ତା ପହଞ୍ଚାଇବା ପାଇଁ ସମସ୍ତ ଗାଁ ଓ ସହରରେ ଏହି ଦିବସ ପାଳନ କରାଯିବା ଉଚିତ । ମାନସିକ ଚିନ୍ତାଧାରାକୁ ପରିବର୍ତ୍ତନ କରି ସଚେତନ ହେବାର ଆବଶ୍ୟକତା ରହିଛି। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଜୀବନଶୈଳୀ ଖବର 
 

Sponsored
Today is World | Argus News