Videos
|
Lifestyle

Health / ପଛ ପକେଟରେ ପର୍ସ ରଖିଲେ ମାଡ଼ି ବସିବ ରୋଗ

Rashmita Mishra
Browse all articles by Rashmita Mishra
·11 months ago·2 min read
ପଛ ପକେଟରେ ପର୍ସ ରଖିଲେ ମାଡ଼ି ବସିବ ରୋଗ

Key Points

ଅଧିକ ସମୟ ଅଫିସ୍‌ରେ ରହିବା ତଥା ଗାଡ଼ି ଚଳାଇବା ସମୟରେ ପଛ ପକେଟ୍‌ରେ ପର୍ସ ରଖିବା ଦ୍ଵାରା ଏହା ଅଜାଣତରେ ହାଡ଼ ଏବଂ ମାଂସପେଶୀ ଉପରେ ଚାପ ପକାଏ

ବର୍ତ୍ତମାନ ସମୟରେ ଅନେକ ପ୍ରକାର ସ୍ବାସ୍ଥ୍ୟଗତ ସମସ୍ୟା ଦେଖିବାକୁ ମିଳୁଛି । ଏକ ସୁସ୍ଥ ଶରୀର ଗଠନ କରିବା ପାଇଁ ଆମକୁ ଅନେକ ପ୍ରକାରର ଜିନିଷକୁ ଧ୍ୟାନ ଦେବାକୁ ପଡ଼ିଥାଏ । ତା' ଭିତରୁ ଗୋଟିଏ ହେଲା ପଛ ପକେଟରେ ପର୍ସ ରଖିବା ।


ପଛ ପକେଟରେ ପର୍ସ ବା ୱାଲେଟ୍ ପ୍ରାୟ ଲୋକ ରଖନ୍ତି। ଖାସ୍ କରି ମହିଳାଙ୍କ ଅପେକ୍ଷା ପୁରୁଷମାନେ ଅଧିକ ସମୟ ପଛ ପକେଟ୍‌ରେ ୱାଲେଟ୍ ରଖିଥାନ୍ତି। ହେଲେ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଏହି ଅଭ୍ୟାସ ସ୍ବାସ୍ଥ୍ୟ ପାଇଁ ଏକ ଗମ୍ଭୀର ସମସ୍ୟା ସୃଷ୍ଟି କରିପାରେ ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସ୍ଵାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ଅଧିକ ସମୟ ଅଫିସ୍‌ରେ ରହିବା ତଥା ଗାଡ଼ି ଚଳାଇବା ସମୟରେ ପଛ ପକେଟ୍‌ରେ ପର୍ସ ରଖିବା ଦ୍ଵାରା ଏହା ଅଜାଣତରେ ହାଡ଼ ଏବଂ ମାଂସପେଶୀ ଉପରେ ଚାପ ପକାଏ । ଏହି ଚାପ ସ୍ନାୟୁ ଏବଂ ମାଂସପେଶୀଙ୍କୁ ପ୍ରଭାବିତ କରି ସାଇଟିକା ପରି ଗମ୍ଭୀର ରୋଗ ସୃଷ୍ଟି କରେ । ଡାକ୍ତରୀ ଭାଷାରେ ଏହାକୁ 'ଫ୍ୟାଟ୍ ୱାଲେଟ୍ ସିଣ୍ଡ୍ରୋମ' ବା 'ୱାଲେଟ୍ ନ୍ୟୁରୋପାଥ୍” କୁହାଯାଏ ।


ଏଥିସହ ପଢ଼ନ୍ତୁ: ଏହି ୫ଖାଦ୍ୟ ଖାଇଲେ ମରିବା ସୁନିଶ୍ଚିତ !


ଏକ ରିସର୍ଚରୁ ଜଣାପଡ଼ିଛି ଯେ, ପର୍ସ ମୋଟା ହେଉ କି ପତଳା, ପଛ ପକେଟ୍‌ରେ ଅଧିକ ସମୟ ରଖିବା ଦ୍ୱାରା ସ୍ନାୟୁ ଏବଂ ମାଂସପେଶୀ ପ୍ରଭାବିତ ହୁଏ । ଅଣ୍ଟା ଏବଂ ପାଦ ଯନ୍ତ୍ରଣା ପରି ଗମ୍ଭୀର ସ୍ବାସ୍ଥ୍ୟ ସମସ୍ୟା ଦେଖାଦିଏ ।


ସେହିପରି ପକେଟ୍‌ରେ ପର୍ସ ରଖି ବସିବା ଦ୍ୱାରା ମେରୁଦଣ୍ଡ ପ୍ରଭାବିତ ହୋଇ ଧୀରେ ଧୀରେ ଏହା ବଙ୍କା ହୋଇପାରେ । ଏହାର ପ୍ରଭାବ କେବଳ ବସିବା ସମୟରେ ନୁହେଁ, ବରଂ ଛିଡ଼ା ହେବା କିମ୍ବା ଚଲାବୁଲା କରିବାରେ ଅନୁଭୂତ ହୋଇଥାଏ ।


ରକ୍ତ ସଞ୍ଚାଳନ ସଠିକ୍ ଭାବେ ହୋଇ ନ ଥାଏ। ନିୟମିତ ଶାରୀରିକ କାର୍ଯ୍ୟକଳାପ, ଫିଜିଓଥେରାପି, ଯୋଗ ଆଦି କଲେ ଏହି ସମସ୍ୟାରୁ ଉପଶମ ମିଳିପାରେ। କିନ୍ତୁ ଦୀର୍ଘ ସମୟ ଧରି ପିଠି କିମ୍ବା ପାଦରେ ଯନ୍ତ୍ରଣା ଅନୁଭବ କରୁଛନ୍ତି ତାହେଲେ ଡାକ୍ତରଙ୍କ ପରାମର୍ଶ ନିହାତି କରନ୍ତୁ।


ଅଧିକ ପଢ଼ନ୍ତୁ ଜୀବନ ଶୈଳୀ ଖବର:


Health | Sitting on Wallet in Back Pocket Can Cause Health Problems | Argus News | Argus News