Videos
|
Lifestyle

ସବୁବେଳେ ସୁନ୍ଦରୀ ଦିଶିବାକୁ ଚାହୁଁଛନ୍ତି କି?

Ritu Das
Browse all articles by Ritu Das
·2 years ago·1 min read
ସବୁବେଳେ ସୁନ୍ଦରୀ ଦିଶିବାକୁ ଚାହୁଁଛନ୍ତି କି?

ଅର୍ଗସ ବ୍ୟୁରୋ: ମହିଳାମାନେ ସବୁବେଳେ ସୁନ୍ଦର ଦିଶିବାକୁ ଚାହାନ୍ତି ସେଥିପାଇଁ ଭିନ୍ନ ଭିନ୍ନ ଉପାୟ ଆପଣାଇଥାନ୍ତି। ଆପଣ ସବୁବେଳେ ସୁନ୍ଦର ଦେଖାଯିବା ପାଇଁ ଇଚ୍ଛୁକ ଥିଲେ, ୩୦ ବର୍ଷ ବୟସ ପରେ ନିଜ ଖାଦ୍ୟରେ କିଛି ସ୍ୱତନ୍ତ୍ର ଜିନିଷ ସାମିଲ କରନ୍ତୁ। ପୋଷଣ ମାଧ୍ୟମରେ ଶରୀର ଓ ତ୍ୱଚାକୁ ସୁସ୍ଥ ରଖିପାରିବେ। ତେଣୁ ୩୦ ବର୍ଷ ହେବା ପରେ ଗ୍ରୀନ-ଟି ପିଇବା ଆରମ୍ଭ କରନ୍ତୁ। ଗ୍ରୀନଟିରେ ଭିଟାମିନ୍, ଆଣ୍ଟି-ଅକ୍ସିଡାଣ୍ଟ ଭଳି ଅନେକ ପୋଷକ ତତ୍ତ୍ୱ ରହିଛି। ଯାହା ତ୍ୱଚାକୁ ଯୁବା ରଖିବାରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ।

ଗ୍ରୀନ ଟି ତ୍ୱଚାକୁ ଯୁବା ରଖିବା ସହ ବୟସ ଜନିତ ସମସ୍ୟାକୁ କମ୍ କରିଥାଏ। ବୟସ ବୃଦ୍ଧି ହେଲେ ମୁହଁରେ ବିଭିନ୍ନ ଦାଗ, କୁଞ୍ଚନ ଭଳି ଅନେକ ସମସ୍ୟା ସୃଷ୍ଟି ହୋଇଥାଏ। ଏହାର ସେବନ ଦ୍ୱାରା ତ୍ୱଚା କୋମଳ ରହିବା ସହ ଚମକ ବୃଦ୍ଧି ପାଇବାରେ ସହାୟକ ହୋଇଥାଏ। ଗ୍ରୀନ ଟି ପେଟ ଜନିତ ଅନେକ ସମସ୍ୟା ମଧ୍ୟ ଦୂର କରିଥାଏ। ମୁହଁର ଶୁଷ୍କତା, ବ୍ରଣ ଜନିତ ସମସ୍ୟାକୁ ମଧ୍ୟ ଦୂର କରିଥାଏ।

-ଗ୍ରୀନଟି ଆଣ୍ଟି-ଅକ୍ସିଡାଣ୍ଟ ଗୁଣରେ ଭରପୁର। ଏହା ଶରୀରରେ ବୟସ ବଢିବା କାରଣରୁ ସୃଷ୍ଟି ହେଉଥିବା ସମସ୍ୟାକୁ ଦୂର କରିଥାଏ।
ଏଥିରେ ଆଣ୍ଟି-ଇନଫ୍ଲିମେଣ୍ଟରୀ ଗୁଣ ରହିଛି। ଯାହା ତ୍ୱଚାରେ ସୃଷ୍ଟି ହେଉଥିବା ଅନେକ ସମସ୍ୟାକୁ ଦୂର କରିଥାଏ।

-ଗ୍ରୀନ-ଟି ଶରୀର ବିଷାକ୍ତ ପଦାର୍ଥକୁ ଶେଷ କରିବା ସହ ତ୍ୱଚା ଜନିତ ଅନେକ ସମସ୍ୟା ଦୂର କରିଥାଏ। ତ୍ୱଚାକୁ ହାନୀକାରକ ଅତି ବାଇଗଣୀ ରଶ୍ମି ପ୍ରଭାବରୁ ରକ୍ଷା କରିଥାଏ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

-ଗ୍ରୀନ-ଟି ତ୍ୱଚାରେ ବ୍ରଣ ସହ ଜଡିତ ହରମୋନକୁ ନିୟନ୍ତ୍ରଣ କରିଥାଏ। ଫଳରେ ତ୍ୱଚାରୁ ବ୍ରଣ ସମସ୍ୟା ଦୂର ହୋଇଥାଏ।

ଅଧିକ ପଢ଼ନ୍ତୁ ଜୀବନଶୈଳୀ ଖବର 
 

Want to look | Argus News