Videos
|
Lifestyle

ନୂଆ ଏସି କିଣିବାକୁ ଚାହୁଁଥିଲେ....ଏସବୁ ଧ୍ୟାନ ଦିଅନ୍ତୁ

Ritu Das
Browse all articles by Ritu Das
·2 years ago·1 min read
ନୂଆ ଏସି କିଣିବାକୁ ଚାହୁଁଥିଲେ....ଏସବୁ ଧ୍ୟାନ ଦିଅନ୍ତୁ

ଅର୍ଗସ ବ୍ୟୁରୋ: ଜଳବାୟୁ ପରିବର୍ତ୍ତନ ଯୋଗୁ ଏବେ ପ୍ରବଳ ଗରମ ଅନୁଭୂତ ହେଉଛି। ଚାରିଆଡେ ପ୍ରଦୂଷଣ ଏବଂ ଜଙ୍ଗଲ କାଟି ସଫା କରିବା ସହ କଙ୍କ୍ରିଟ ରାସ୍ତା ଯୋଗୁ ପରିବେଶ ଉତ୍ତପ୍ତ ପିଣ୍ଡ ଭଳି ଡହଡହ ଫୁଟୁଛି। ଯେଉଁଥିରେ ତତଲା ତାଓ୍ବାରେ ସିଝୁଛନ୍ତି ଦେଶବାସୀ। ଯେଉଁଥିପାଇଁ ଲୋକମାନେ ଏବେ ଏସି ବିନା ରହିପାରୁ ନାହାନ୍ତି। ଆଉ ଏବେ ଆପଣ ଯେଉଁଆଡେ ଦେଖିବେ ପ୍ରତି ଘରେ ଏସି ଲାଗିବା ଥୟ। 

ତେବେ ଆପଣ ଯଦି ନୂଆ ଏସି କିଣିବାକୁ ଚାହୁଁଛନ୍ତି ଏସବୁ କଥାକୁ ଧ୍ୟାନରେ ରଖନ୍ତୁ। ଖରା ଦିନ ଆସିଲେ ଏସିର ଡିମାଣ୍ଡ ବଢ଼ିଯାଏ। କିଛି ଲୋକ ଅଛନ୍ତି ଖରାଦିନ ଆସିଲେ ଏସି କିମ୍ବା କୁଲର ନିଶ୍ଚିତ କିଣିଥାନ୍ତି। ସେଥିପାଇଁ ଆପଣ ଯେତେବେଳେ ଏସି କିଣିବାକୁ ଯାଉଛନ୍ତି ନିଶ୍ଚିତ ଏସବୁ ଛୋଟ ଛୋଟ କଥା ଉପରେ ଧ୍ୟାନ ଦିଅନ୍ତୁ। ଏସି କିଣିଲା ବେଳେ ଅଧିକ ଷ୍ଟାର ରେଟିଙ୍ଗ ଥିବା ଏସି କିଣନ୍ତୁ। ଏହାଦ୍ବାରା ବିଜୁଳି ଅପଚୟ କମ ହୁଏ। ଘର ସାଇଜକୁ ଦେଖିକି ଆପଣ ଏସି  କିଣନ୍ତୁ। 
ଆଉ ଯଦି ଆପଣ ଏସି କିଣୁଛନ୍ତି ତେବେ ଇନଭର୍ଟର ଏସି କିଣନ୍ତୁ ଏହା ନନ ଇନଭର୍ଟର ଏସି ଅପେକ୍ଷା କମ ବିଜୁଳି ଖର୍ଚ୍ଚ ହୋଇଥାଏ। ଏବଂ ବିଦ୍ୟୁତ ବିଲ କମ ଆସିଥାଏ। ଆଉ ଏକ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ବ୍ରାଣ୍ଡ ଦେଖିକି ଏସି କିଣନ୍ତୁ। ବ୍ରାଣ୍ଡ ନ ଥିବା ଏସି କିଣନ୍ତୁ ନାହିଁ। ନଚେତ ଆପଣ ଘାଟାରେ ପଡ଼ି ପାରନ୍ତି।

ଅଧିକ ପଢ଼ନ୍ତୁ ଜୀବନଶୈଳୀ ଖବର  
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Wanted to buy a | Argus News