Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ରୋଗକୁ ଚିହ୍ନନ୍ତୁ, ନଚେତ୍‌ ମୃତ୍ୟୁ ସୁନିଶ୍ଚିତ

Lifestyle

ରୋଗକୁ ଚିହ୍ନନ୍ତୁ, ନଚେତ୍‌ ମୃତ୍ୟୁ ସୁନିଶ୍ଚିତ

Banajyotshna Ray
Browse all articles by Banajyotshna Ray
·1 year ago·1 min read
ରୋଗକୁ ଚିହ୍ନନ୍ତୁ, ନଚେତ୍‌ ମୃତ୍ୟୁ ସୁନିଶ୍ଚିତ

ଅର୍ଗସ ବ୍ୟୁରୋ:  ଦୈନନ୍ଦିନ ଜୀବନରେ ବିଭିନ୍ନ ଜିନିଷ ଖାଇବା ଦ୍ୱାରା ଭିନ୍ନ ଭିନ୍ନ ରୋଗ ଆକ୍ରାନ୍ତ କରିଥାଏ। ଏହା ମଧ୍ୟରେ ଲିଭର (ଯକୃତ) କ୍ୟାନସର ଅନ୍ୟତମ।ଲିଭର କ୍ୟାନସରରେ ଏକ ଟ୍ୟୁମର ହୋଇଥାଏ, ଯାହାକି ଧୀରେଧୀରେ ତିଆରି ହୋଇଥାଏ । ଲିଭର ସେଲ୍ସର ଡିଏନଏରେ କିଛି ପରିବର୍ତ୍ତନ ଦେଖାଦେଲେ ଲିଭର କ୍ୟାନସର ହୋଇଥାଏ । ଏହି କାରଣରୁ ସେଲ୍ସ ଅନିୟନ୍ତ୍ରିତ ଭାବେ ବଢ଼ିବାରେ ଲାଗିଥାଏ ଓ କ୍ୟାନ୍ସର କୋଷିକାଗୁଡ଼ିକ ଦ୍ୱାରା ଏକ ଟ୍ୟୁମର ତିଆରି ହୋଇଥାଏ । ଅନେକ କ୍ଷେତ୍ରରେ ଯେଉଁ ଲୋକଙ୍କ ଠାରେ କୌଣସି ବିମାରୀ ନଥାଏ ସେମାନଙ୍କ ଠାରେ ମଧ୍ୟ ଲିଭର କ୍ୟାନସର ହୋଇଥିବାର ଉଦାହରଣ ଦେଖିବାକୁ ମିଳିଛି । ଲିଭର କ୍ୟାନସରର ଆରମ୍ଭରୁ କିଛି ବ୍ୟକ୍ତିଙ୍କ ଠାରେ କିଛି ବି ଲକ୍ଷଣ ଦେଖାଯାଇ ନଥାଏ ।

ଅଧିକାଂଶ ଲୋକଙ୍କ ଠାରେ କୌଣସି ସ୍ପଷ୍ଟ ଲକ୍ଷଣ ଦେଖିବାକୁ ମିଳିନଥାଏ । ଅନେକଙ୍କ କ୍ଷେତ୍ରରେ ଭୋକ ନ ହେବା, ପେଟର ଉପର ଭାଗରେ ଯନ୍ତ୍ରଣା, ବାନ୍ତି ଆସିବା, ଓଜନ କମିଯିବା, ଦୁର୍ବଳତା ଓ ଥକ୍କାପଣ, ଲଭର ସାଇଡ୍ ଫୁଲିବା, ଚର୍ମ ଓ ଆଖିରେ ଧଳା ଅଂଶ ହଳଦିଆ ହୋଇଯିବା, ମଳ ରଙ୍ଗରେ ପରିବର୍ତ୍ତନ ଆଦି ଲକ୍ଷଣ ଦେଖିବାକୁ ମିଳିଥାଏ । ଏହି ସଙ୍କେତକୁ ଯଦି ଠିକ୍ ସମୟରେ ଚିହ୍ନଟ କରାନଯାଏ, ତେବେ ମୃତ୍ୟୁ ଆଶଙ୍କା ରହିଥାଏ ।

ଅଧିକ ପଢ଼ନ୍ତୁ ଜୀବନ ଶୈଳୀ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 

Sponsored
What are the main symptoms of liver cancer? | Argus News