Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Argus Whatsapp Channel Mobile Top

Argus News - ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଆୟୁର୍ବେଦିକ ଔଷଧ ଗଛ ଏବଂ ସେମାନଙ୍କର ବ୍ୟବହାର

Lifestyle

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଆୟୁର୍ବେଦିକ ଔଷଧ ଗଛ ଏବଂ ସେମାନଙ୍କର ବ୍ୟବହାର

Rashmita Mishra
Browse all articles by Rashmita Mishra
·1 year ago·2 min read
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଆୟୁର୍ବେଦିକ ଔଷଧ ଗଛ ଏବଂ ସେମାନଙ୍କର ବ୍ୟବହାର

ଅର୍ଗସ ବ୍ୟୁରୋ: ଆୟୁର୍ବେଦିକ ଔଷଧରେ ଅନେକ ପ୍ରକାରର ଜଡିବୁଟି ବ୍ୟବହାର କରାଯାଏ । ଏମିତି ଅନେକ ଉଦ୍ଭିଦ ଅଛି ଯାହା ରୋଗ ପାଇଁ ଔଷଧ ଭାବରେ କାମ କରେ । ଏହି ଗଛଗୁଡ଼ିକୁ ଆପଣଙ୍କ ଘରେ ଲଗାଇବାକୁ ନିଶ୍ଚିତ ଦରକାର । ଏହି ଗଛଗୁଡିକ ମଧୁମେହ, ଉଚ୍ଚ ରକ୍ତଚାପ, ଉଚ୍ଚ କୋଲେଷ୍ଟ୍ରଲ ଠାରୁ ଆରମ୍ଭ କରି ମୁଣ୍ଡବିନ୍ଧା, ଚର୍ମ ଏବଂ କେଶ ପର୍ଯ୍ୟନ୍ତ ସମସ୍ୟା ଦୂର କରିଥାଏ । ଏହିପରି ୧୦ ଟି ଗଛ ବିଷୟରେ ଜାଣନ୍ତୁ ଯାହା ଆୟୁର୍ବେଦ ଔଷଧରେ ବ୍ୟବହାର ହୋଇଥାଏ । ବିଶେଷ କଥା ହେଉଛି ଏହି ଗଛଗୁଡ଼ିକ ମଧ୍ୟରୁ ଅନେକ ଆପଣଙ୍କ ଘରର ବାଲକୋନୀରେ ସହଜରେ ମିଳିପାରିବ । ଯାହାକୁ ଆପଣ ନିଜ ସ୍ୱାସ୍ଥ୍ୟର ଯତ୍ନ ନେବା ପାଇଁ ବ୍ୟବହାର କରିପାରିବେ । 

୧୦ଟି ଆୟୁର୍ବେଦ ଗଛ 

ଗିଲୋଇ:- ଗିଲୋଇ ଗଛ ଆୟୁର୍ବେଦ ଔଷଧ ଭାବରେ ବିବେଚନା କରାଯାଏ । ଗିଲୋଇ ଖାଇବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବଢିଥାଏ । ରକ୍ତହୀନତା ଦୂର କରିବ ଏବଂ ହଜମକୁ ମଜବୁତ କରିବାରେ ଗିଲୋଇ ସାହାର୍ଯ୍ୟ କରିଥାଏ । ଗିଲୋଇ ଖାଇବା ଦ୍ୱାରା ଚର୍ମ ଆଲର୍ଜି ମଧ୍ୟ କମିଯାଏ । 

ଆଲୋ ଭେରା:- ଆଲୋ ଭେରା କୋଷ୍ଠକାଠିନ୍ୟରେ ପ୍ରଭାବଶାଳୀ ବୋଲି ବିବେଚନା କରାଯାଏ । ଆଲୋ ଭେରା ରସ ପିଇବା ଦ୍ୱାରା ହଜମ ସମସ୍ୟା ଦୂର ହୋଇଥାଏ । ହେମୋଗ୍ଲୋବିନର ଅଭାବ ଏବଂ ମଧୁମେହ ଦୂର କରିବାରେ ଆଲୋ ଭେରା ଲାଭଦାୟକ ଅଟେ । ଏହା କେଶ ଏବଂ ଚର୍ମର ସୌନ୍ଦର୍ଯ୍ୟ ବଢାଇଥାଏ । ୉

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ନିମ୍ଵ:- ଆଜ୍‌ମାକୁ ଭଲ କରିବା ପାଇଁ ନିମ୍ଵ ପତ୍ର ବ୍ୟବହାର ହୁଏ । ସୁଗାର ଏବଂ ମ୍ୟାଲେରିଆ ନିୟନ୍ତ୍ରଣ କରିବାରେ ନିମ୍ଵ ପତ୍ର ଅତ୍ୟନ୍ତ ପ୍ରଭାବଶାଳୀ । ଏହାର ବ୍ୟବହାର ଦ୍ୱାରା ରକ୍ତ ଶୁଦ୍ଧ ହୁଏ ।
ତୁଳସୀ:- ତୁଳସୀ ସମସ୍ଥଙ୍କ ଘରେ ସହଜରେ ମିଳିଥାଏ ତାହା ସହ ମସ୍ତିଷ୍କକୁ ସକ୍ରିୟ କରିଥାଏ । ମୁଣ୍ଡବିନ୍ଧା, କାଶ ଏବଂ ଥଣ୍ଡା ସମୟରେ ତୁଳସୀ ବହୁତ ଲାଭଦାୟକ ଅଟେ । ଏହା ଅଦୃଶ୍ୟତା ଦୂର କରିଥାଏ । 

ଅଶ୍ୱଗନ୍ଧା:- ଅଶ୍ୱଗନ୍ଧା ଆୟୁର୍ବେଦରେ ରୋଗ ପ୍ରତିରୋଧକ ଶକ୍ତି ଏବଂ ହାଡକୁ ମଜବୁତ କରିବା ପାଇଁ ବ୍ୟବହୃତ ହୁଏ । ଅଶ୍ୱଗନ୍ଧା ଚାପ-ଚିନ୍ତାକୁ ଦୂର କରିଥାଏ । ଏହା ମାଂସପେଶୀ ଶକ୍ତି ବୃଦ୍ଧି କରିଥାଏ ।

ବେଲ:- ବେଲ ଗ୍ୟାସ୍ ଏବଂ କୋଷ୍ଠକାଠିନ୍ୟ ପାଇଁ ଭଲ ଭାବରେ କାମ କରେ । ଏହାର ବ୍ୟବହାର କୋଲେଷ୍ଟ୍ରଲ ନିୟନ୍ତ୍ରଣ କରିବାରେ ଏବଂ ରକ୍ତକୁ ଶୁଦ୍ଧ କରିବାରେ ମଧ୍ୟ ସାହାଯ୍ୟ କରିଥାଏ । ବେଲ କର୍କଟ ରୋଗକୁ ରୋକିଥାଏ ।

ଅଧିକ ପଢ଼ନ୍ତୁ ଜୀବନ ଶୈଳୀ ଖବର...

Argus Whatsapp Channel Mobile Top
Sponsored
what-are-the-most-important-ayurvedic-medicine-plants-and-their-uses | Argus News