Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Argus Whatsapp Channel Mobile Top

Argus News - ସକାଳୁ ଉଠି ଖାଲି ପେଟରେ ପାଣି ପିଇଲେ କଣ ହୁଏ ?

Lifestyle

ସକାଳୁ ଉଠି ଖାଲି ପେଟରେ ପାଣି ପିଇଲେ କଣ ହୁଏ ?

Banajyotshna Ray
Browse all articles by Banajyotshna Ray
·1 year ago·2 min read
ସକାଳୁ ଉଠି ଖାଲି ପେଟରେ ପାଣି ପିଇଲେ କଣ ହୁଏ ?

ଅର୍ଗସ ବ୍ୟୁରୋ:  ଅଧିକ ପାଣି ପିଉଛନ୍ତି କି । ଜାଣି ରଖନ୍ତୁ କିଛି ଅଜଣା କଥା। ଅଧିକ ମାତ୍ରାରେ ପାଣି ପିଇବା ଠିକ କି ଠିକ ନୁହେଁ। ଶରୀର ପାଇଁ ପାଣିର ଆବଶ୍ୟକତା ବେଶ ଗୁରୁତ୍ୱପୂର୍ଣ୍ଣ ରହିଛି । ଆମକୁ ସୁସ୍ଥ ଜୀବନ ବଞ୍ଚିବାକୁ ହେଲେ ପ୍ରତିଦିନ ୨-୩ ଲିଟର ପାଣି ପିଇବା ଆବଶ୍ୟକତା ରହିଛି ।  ଯଦି ଆପଣ ସକାଳେ ଖାଲି ପେଟର ପାଣି ପିଉଛନ୍ତି, ତେବେ ଶରୀରକୁ ରାତିରେ ହେଉଥିବା ଡିହାଇଡ୍ରେସନରୁ ମୁକ୍ତି ଦେବାରେ  କରିଥାଏ । ତେଣୁ ସକାଳେ ଉଠିବା ମାତ୍ରେ ତୁରନ୍ତ ପାଣି ପିଇ ନିଜକୁ ହାଇଡ୍ରେଟ୍ କରିବା ଉଚିତ୍ । ସକାଳେ ଖାଲି ପେଟରେ ପାଣି ପିଇବା ମଧ୍ୟ ଆପଣଙ୍କୁ ଦିନସାରା ହାଇଡ୍ରେଟ୍ ରହିବାକୁ ସାହାଯ୍ୟ କରିଥାଏ । ପାଣି ପିଇବା ଆମ ଶରୀରକୁ ଡିଟକ୍ସସିଫାଇ କରିବାରେ ସାହାଯ୍ୟ କରିଥାଏ ।

ଖାଲି ପେଟରେ ପାଣି ପିଇବା ଦ୍ୱାରା ଆପଣଙ୍କ ଲିମ୍ଫାଟିକ୍ ସିଷ୍ଟମକୁ ସନ୍ତୁଳିତ କରିବାରେ ସାହାଯ୍ୟ କରେ । ଯାହା ସଂକ୍ରମଣ ସହ ଲଢିବାକୁ ସାହଯ୍ୟ କରିଥାଏ । ସକାଳେ ପାଣି ପିଇଲେ ତ୍ୱଚା ଭଲ ହାଇଡ୍ରେଟେଡ୍ ରହିବ ଏବଂ କୁଞ୍ଚନର ଆଶଙ୍କ ହେବା କମଥାଏ । ଏହା କରିବା ଦ୍ୱାରା ଆପଣଙ୍କ ଚର୍ମର ପ୍ରାକୃତିକ ଚମକ ବୃଦ୍ଧି ପାଇଥାଏ । ସକାଳେ ପାଣି ପିଇବା ଦ୍ୱାରା କେଶର ଉଜ୍ଜ୍ୱଳତା ବଢିଥାଏ । ଶକ୍ତି ବୃଦ୍ଧି ପାଇବା ସହ ଓଜନ ହ୍ରାସ କରିଥାଏ । ତେବେ ଆପଣ ଯଦି ସକାଳୁ ପାଣି ପିଉ ନାହାଁନ୍ତି ଏବେଠାରୁ ହିଁ ପିଇବା ଆରମ୍ଭ କରନ୍ତୁ । ସକାଳୁ ପାଣି ପାଇବାର ଅଭ୍ୟାସ ହୃଦଘାତ ଏବଂ ମୁଣ୍ଡବିନ୍ଧାର ସମସ୍ୟାରୁ ମୁକ୍ତି ଦେଇଥାଏ । ସକାଳେ ଖାଲି ପେଟରେ ପାଣି ପିଇବା ଦ୍ୱାରା ଆପଣଙ୍କ ଖାଦ୍ୟ ହଜମ କରିବାରେ ସାହାଯ୍ୟ କରିଥାଏ । ଏହି ପାନୀୟ ଜଳକୁ ଠିକ ସମୟରେ ନ ପିଇବା ଦ୍ୱାରା ରାତିରେ ଡିହାଇଡ୍ରେସନ୍ ହେତୁ ସକାଳେ ମୁଣ୍ଡବିନ୍ଧାର କାରଣ ଅନେକଙ୍କର ହୋଇଥାଏ ।

ସକାଳେ ଖାଲି ପେଟରେ ପାଣି ପିଇଲେ ଆପଣଙ୍କ ଭଲ ମେଟାବୋଲିଜିମ୍ ୨୫% ବୃଦ୍ଧି ହୋଇଥାଏ । ଏହି ମେଟାବୋଲିଜିମ୍ ଆପଣଙ୍କ ଶରୀରକୁ ଶକ୍ତିରେ ପରିପୂର୍ଣ୍ଣ କରିବାରେ ସାହାଯ୍ୟ କରିଥାଏ । ଖାଲି ପେଟରେ ପାଣି ପିଇବା ଦ୍ୱାରା ଆପଣଙ୍କ ଲୋହିତ ରକ୍ତ କଣିକା ସଂଖ୍ୟା ବଢିବାରେ ସହାୟକ ହୋଇଥାଏ । ଲୋକମାନେ ସାଧାରଣତଃ ରାତିରେ ପ୍ରାୟ ୭-୮ ଘଣ୍ଟା ଶୋଇଥାନ୍ତି । ଏହି ସମୟ ମଧ୍ୟରେ ସେମାନେ କିଛି ଖାଆନ୍ତି ନାହିଁ କିମ୍ବା ପିଅନ୍ତି ନାହିଁ । ଏପରି ପରିସ୍ଥିତିରେ ଆପଣ ଯେତେବେଳେ ସକାଳୁ ଉଠିବେ । ସେହି ସମୟରେ ଆପଣଙ୍କ ପେଟ ଖାଲି ରହି ଡିହାଇଡ୍ରେଡ୍ ହୋଇଯାଇଥାଏ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଜୀବନ ଶୈଳୀ ଖବର:

 

Argus Whatsapp Channel Mobile Top
Sponsored
What happens if you wake up in the morning and drink water on an empty stomach? | Argus News