Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ବଟିକାରେ ଥିବା ଗାର ପଛର କାରଣ କ’ଣ

Lifestyle

ବଟିକାରେ ଥିବା ଗାର ପଛର କାରଣ କ’ଣ

Rashmita Mishra
Browse all articles by Rashmita Mishra
·1 year ago·2 min read
ବଟିକାରେ ଥିବା ଗାର ପଛର କାରଣ କ’ଣ

ଅର୍ଗସ ବ୍ୟୁରୋ: ବଟିକା ଖାଇବା ବେଳେ ଗୋଟିଏ କଥା ଆପଣଙ୍କ ନଜରକୁ ଆସିଥିବ । ଆଉ ତା’ ହେଉଛି ଯେ ଟାବଲେଟ୍ ମଝିରେ ଥିବା ଗାର । ଏହି ଗାରକୁ ଦେଖି କେବେ ନା କେବେ ଆପଣଙ୍କ ମନକୁ ପ୍ରଶ୍ନ ଆସିଥିବ ଯେ, ଏହି ଗାର ପଛର କାରଣ କ’ଣ ? କ’ଣ କେବଳ ଏହା ମାତ୍ର ଡିଜାଇନ୍ ନା ଏହା ପଛରେ କିଛି ବୈଜ୍ଞାନିକ କାରଣ ରହିଛି ? ଆଜି ଆମେ ବଟିକ ମଝିରେ ଗାର ରହିବାର କାରଣ କ’ଣ ତାହା କହିବୁ । ତେବେ ଏମିତି ନୁହେଁ ଯେ ସବୁ ବଟିକା ବା ଟାବଲେଟରେ ଗାର ଥାଏ । କିଛି ବଟିକାରେ ଏମିତି ଗାର ଥାଏ । ତେବେ ଏହି ଗାର କେବଳ ମାତ୍ର ଡିଜାଇନ୍ ନୁହେଁ । ଏହା ପଛରେ ଗୋଟିଏ ଗୁରୁତ୍ୱପୂର୍ଣ୍ଣ କାରଣ ରହିଛି । ସର୍ବପ୍ରଥମେ ଜାଣିନିଅନ୍ତୁ ଯେ, ବଟିକା ମଝିରେ ଥିବା ଏହି ଦାଗକୁ Debossed Line ବୋଲି କୁହା ଯାଇଥାଏ ।

ଧରନ୍ତୁ ଆପଣଙ୍କ ପାଖରେ ଥିବା ବଟିକାର ପାୱାର ହେଉଛି ୫୦୦ ଏମଜି କିନ୍ତୁ ଡାକ୍ତରଙ୍କ କହିବା ହେଉଛି ଆପଣଙ୍କୁ ୨୫୦ ଏମଜି ନେବାକୁ ପଡିବ । ଏଭଳି ପରିସ୍ଥିତିରେ ଆପଣ ବଟିକାର ଅଧା ଭାଙ୍ଗି ସେବନ କରି ପାରିବେ । ଅର୍ଥାତ ଗାର କାରଣରୁ ବଟିକା ସମାନ ଭାଗରେ ବିଭକ୍ତ ହୋଇଯିବ ।ଏଠାରେ ଗୋଟିଏ ଜରୁରୀ କଥା ମନେ ରଖନ୍ତୁ । ସବୁ ବଟିକାକୁ ଏଭଳି ମଝିରୁ ଭାଙ୍ଗି ଆପଣ ସେବନ କରିପାରିବେ ନାହିଁ । ଯେଉଁ ବଟିକାରେ Debossed Line ନଥିବ ତାକୁ ଆପଣ ନିଜ ମନମୁତାବକ ଭାଙ୍ଗିକରି ଖାଇ ପାରିବେ ନାହିଁ । ଦ୍ୱିତୀୟ କଥା ହେଉଛି ବଟିକା ମଝିରୁ ଭାଙ୍ଗିବା ପରେ ଯେଉଁ ଅଂଶ ବଳୁଛି ତାକୁ ସୁରକ୍ଷିତ ରଖନ୍ତୁ । ପବନ କିମ୍ବା ମଇଳାରୁ ଏହାକୁ ଦୁରେଇ ରଖନ୍ତୁ ।

ବଟିକା ମଝିରେ ଥିବା ଏହି ଲାଇନ୍ ବା ଗାର ସାଧାରଣତଃ ଅଧିକ ପାୱାର ବିଶିଷ୍ଟ ଔଷଧରେ ଥାଏ । ବଟିକାକୁ ଯେମିତି ମଝିରୁ ଭାଙ୍ଗିହେବ ସେଥିପାଇଁ ଏହି ଲାଇନ୍ ଥାଏ । ଆଉ ଆପଣ ଜାଣନ୍ତି ଯେ,କେତେବେଳେ ବଟିକାକୁ ଅଧାରୁ ଭାଙ୍ଗିବାକୁ ପଡିଥାଏ । ଅଧା ଡୋଜ୍ ନେବାକୁ ବଟିକାକୁ ଭଙ୍ଗା ଯାଇଥାଏ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଜୀବନ ଶୈଳୀ ଖବର:

Sponsored
What is the reason behind the pill? | Argus News