Videos
|
Lifestyle

ଚଳନ୍ତା ଗାଡିର ବ୍ରେକ୍ ଫେଲ ହେଲେ କଣ କରିବେ ?

Arpita Mohanty
Browse all articles by Arpita Mohanty
·2 years ago·2 min read
ଚଳନ୍ତା ଗାଡିର ବ୍ରେକ୍ ଫେଲ ହେଲେ କଣ କରିବେ ?

ଅର୍ଗସ ବ୍ୟୁରୋ: ଚଳନ୍ତା ଗାଡିରେ ବ୍ରେକ୍ ଫେଲ ହେଲେ କଣ କରିବେ ? ଭୟବୀତ ହୁଅନ୍ତୁ ନାହିଁ। କିଛି ସରଳ ପଦ୍ଧତି ଆପଣାଇଲେ ଆପଣଙ୍କ ଜୀବନ ବଞ୍ଚିଯିବ। ଜାଣନ୍ତୁ ଏହିପରି ପରିସ୍ଥିତିରେ କଣ କରିବା ଉଚିତ୍ ?

ଜରୁରୀକାଳୀନ ପରିସ୍ଥିତିରେ ଆପଣ ହ୍ୟାଣ୍ଡବ୍ରେକ୍ ବ୍ୟବହାର କରିପାରିବେ। ଏହା ଆପଣଙ୍କ ଜୀବନ ରକ୍ଷାକାରୀ ଉପକରଣ ଭାବରେ ଉପଯୋଗୀ ହୋଇପାରେ। ହ୍ୟାଣ୍ଡବ୍ରେକ୍ ମାରିବା ଦ୍ୱାରା ଗାଡି ଗଡ଼ିବା କିମ୍ବା ଖସିବାରୁ ବଂଚିବା ସହିତ ସ୍ଥିତି ନିୟନ୍ତ୍ରଣ ହୋଇଥାଏ। ଯଦି ଆପଣ ଏହାର ସଠିକ୍ ଭାବରେ ବ୍ୟବହାର କରିପାରୁଛନ୍ତି ତାହେଲେ ସହଜରେ ସଂକଟକୁ ଏଡାଇପାରିବେ ।
ହ୍ୟାଣ୍ଡବ୍ରେକ୍ ଦୁଇଟି ମୁଖ୍ୟ କାର୍ଯ୍ୟ କରିଥାଏ । ଏହା ପାର୍କ କରାଯାଇଥିବା ଯାନକୁ ସ୍ଥିର ରଖିଥାଏ  ଏବଂ ମୁଖ୍ୟ ବ୍ରେକିଂ ସିଷ୍ଟମରେ ତ୍ରୁଟି ଦେଖାଗଲେ ଜରୁରୀକାଳୀନ ବ୍ରେକ୍ ଭାବରେ କାର୍ଯ୍ୟ କରିଥାଏ ।

ହ୍ୟାଣ୍ଡବ୍ରେକ୍ କେତେବେଳେ ବ୍ୟବହାର କରିବା ଦରକାର?
ହ୍ୟାଣ୍ଡବ୍ରେକ୍ ର ବ୍ୟବହାର କେବଳ ଜରୁରିପରସ୍ଥିତିରେ କରନ୍ତୁ । ଗାଡି ସ୍ପୀଡ଼ରେ ଥିବାବେଳେ ହ୍ୟାଣ୍ଡବ୍ରେକ୍ ଲଗାଇଲେ ପଛ ଚକଗୁଡିକ ଲକ୍ ହେବା ସହିତ ଗାଡି ନିୟନ୍ତ୍ରଣ ହରାଇଥାଏ । ଯଦି ଗାଡିର ପ୍ରାଥମିକ ବ୍ରେକ୍ କାମ କରୁନାହିଁ ଆଉ ଯଦି ଆପଣଙ୍କର କାରରେ ଇଲେକ୍ଟ୍ରୋନିକ୍ ସିଷ୍ଟମ୍ ଅଛି, ହ୍ୟାଣ୍ଡବ୍ରେକ୍ ଲିଭରକୁ ଧୀରେ ଧୀରେ ଟାଣନ୍ତୁ କିମ୍ବା ହ୍ୟାଣ୍ଡବ୍ରେକ୍ ବଟନ୍ ଦବାନ୍ତୁ । ତାସହିତ ସ୍କିଡିଂକୁ ଏଡାଇବା ପାଇଁ, ହଠାତ୍ ଗତି କରିବା ଠାରୁ ଦୂରେଇ ରୁହନ୍ତୁ।

ହ୍ୟାଣ୍ଡବ୍ରେକ୍ ବ୍ୟବହାର କରିବାର ପଦକ୍ଷେପ ଜାଣନ୍ତୁ 
ସର୍ବପ୍ରଥମେ, ହ୍ୟାଣ୍ଡବ୍ରେକ୍ ଲିଭରକୁ ଜୋରେ ଧରି ରଖନ୍ତୁ । ଯଦି ଆପଣଙ୍କର କାରରେ ଇଲେକ୍ଟ୍ରୋନିକ୍ ହ୍ୟାଣ୍ଡବ୍ରେକ୍ ଅଛି, ତାହେଲେ ବଟନ୍ ଖୋଜନ୍ତୁ । ଏହା ପରେ, ଧୀରେ ଧୀରେ ଲିଭର ଟାଣନ୍ତୁ କିମ୍ବା ବଟନ୍ ଦବାନ୍ତୁ । କିନ୍ତୁ ଏହାକୁ ଜୋରେ ଟାଣନ୍ତୁ ନାହିଁ । ଯେତେବେଳେ ଆପଣ ହ୍ୟାଣ୍ଡବ୍ରେକ୍ ପ୍ରୟୋଗ କରୁଛନ୍ତି ଧୀରେ ଧୀରେ ଚଲାନ୍ତୁ ଯାହା ଯାନ ଉପରେ ନିୟନ୍ତ୍ରଣ ବଜାୟ ରଖିବାରେ ସାହାଯ୍ୟ କରେ । ଯଦି ଆପଣଙ୍କୁ ଲାଗୁଛି ଯେ କାରଟି ଖସୁଛି ତେବେ ହ୍ୟାଣ୍ଡବ୍ରେକ୍ କୁ ଟିକିଏ ଛାଡିଦିଅନ୍ତୁ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ତେବେ ଏହିସବୁ ପଦକ୍ଷେପଗୁଡିକ ଅନୁସରଣ କରି ଆପଣ ବ୍ରେକ ଫେଲ ହେଲେ ସୁରକ୍ଷିତ ଭାବରେ ନିଜ ଯାନକୁ ଅଟକାଇ ପାରିବେ। 

ଅଧିକ ପଢନ୍ତୁ ଜୀବନ ଶୈଳୀ ଖବର