Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Lifestyle

ପ୍ଲେଟଲେଟ୍ ବୃଦ୍ଧି ପାଇଁ କେଉଁ ଫଳ ଖାଇବା ଉଚିତ୍ ?

Rashmita Mishra
Browse all articles by Rashmita Mishra
·1 year ago·2 min read
ପ୍ଲେଟଲେଟ୍ ବୃଦ୍ଧି ପାଇଁ କେଉଁ ଫଳ ଖାଇବା ଉଚିତ୍ ?

ଅର୍ଗସ ବ୍ୟୁରୋ: ଡେଙ୍ଗୁ ଜ୍ୱରରେ ହେଲେ ଖାଦ୍ୟ ଯତ୍ନ ନେବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ଶୀଘ୍ର ସୁସ୍ଥ ହେବା ପାଇଁ ଭିଟାମିନ୍ ସିରେ ଭରପୂର ଫଳ ଏବଂ ପନିପରିବା ଖାଦ୍ୟରେ ଅନ୍ତର୍ଭୂକ୍ତ କରାବା ଦରକାର । ଶରୀରକୁ ଦିନସାରା ହାଇଡ୍ରେଟ୍ ରଖିବା ଜରୁରୀ । ଡେଙ୍ଗୁରେ କେଉଁ ଫଳ ଖାଇବା ଉଚିତ୍ ଜାଣନ୍ତୁ ।

ଡେଙ୍ଗୁ ଜ୍ୱର ଅତ୍ୟନ୍ତ ବିପଜ୍ଜନକ ବୋଲି କହାଯାଏ । ଡେଙ୍ଗୁ ଯୋଗୁଁ ଶରୀରରେ ପ୍ଲେଟଲେଟ୍ କମିବା ଆରମ୍ଭ ହୁଏ ଯେଉଁଥିପାଇଁ ଦୁର୍ବଳତା ଦେଖାଯାଏ । ଜ୍ୱର, ମୁଣ୍ଡବିନ୍ଧା ଏବଂ ବାନ୍ତି  ଯେଉଁଥିପାଇଁ  ଶରୀରର ଅବସ୍ଥା ଖରାପ ହେବାକୁ ଲାଗେ । ଡେଙ୍ଗୁରୁ ଶୀଘ୍ର ଭଲ ହେବା ପାଇଁ ଖାଦ୍ୟର ବିଶେଷ ଯତ୍ନ ନେବା ଆବଶ୍ୟକ । ଆପଣଙ୍କ ଖାଦ୍ୟରେ ଭିଟାମିନ୍ ସି ଭରପୂର ଫଳ ଅନ୍ତର୍ଭୂକ୍ତ କରନ୍ତୁ । ଯଥାସମ୍ଭବ ପାଣି ପିଅନ୍ତୁ  ଶରୀରକୁ ହାଇଡ୍ରେଟ୍ ରଖନ୍ତୁ । ଏହା ଡେଙ୍ଗୁରୁ ଶୀଘ୍ର ଭଲହେବାରେରେ ସାହାଯ୍ୟ କରିବ ଏବଂ ପ୍ଲାଲେଟ୍ ମଧ୍ୟ ବଢିବାରେ ଲାଗିବ ।

ଡେଙ୍ଗୁରେ ପ୍ଲେଟଲେଟ୍ ବୃଦ୍ଧି ପାଇଁ କେଉଁ ଫଳ ଖାଇବା ଉଚିତ୍ 

କିୱି- ଡେଙ୍ଗୁ ରୋଗୀଙ୍କୁ ଏହି ଫଳ ଖାଇବାକୁ କୁବାଯାଏ । କିୱିରେ ଭିଟାମିନ୍ ସି ମିଳିଥାଏ । ଯାହା ଶରୀରକୁ ସଂକ୍ରମଣ ସହିତ ଲଢିବାରେ ସାହାଯ୍ୟ କରିଥାଏ । ଏହା ବ୍ୟତୀତ ଅନ୍ୟାନ୍ୟ ପୁଷ୍ଟିକର ଖାଦ୍ୟ ମିଳିଥାଏ ଯାହା ଡେଙ୍ଗୁ ରୋଗୀଙ୍କ ପାଇଁ ଏକ ଔଷଧ ହୋଇଥାଏ । କିୱିରେ ଅନେକ ଫାଇବର ଥାଏ ଯାହା ହଜମ କରିବା ସହଜ କରିଥାଏ । କିୱି ପ୍ଲେଟଲେଟ୍ ବୃଦ୍ଧିରେ ମଧ୍ୟ ସାହାଯ୍ୟ କରେ ।

ଡାଳିମ୍ବ- ଡେଙ୍ଗୁ ରୋଗୀମାନେ ଡାଳିମ୍ବ ଖାଇପାରିବେ । ଡାଳିମ୍ବରେ ଆଣ୍ଟିଅକ୍ସିଡାଣ୍ଟ ମିଳିଥାଏ ଯାହା ଆପଣଙ୍କୁ ଅନେକ ସମସ୍ୟାରୁ ରକ୍ଷା କରିଥାଏ । ଡାଳିମ୍ବ ମଧ୍ୟ ଭିଟାମିନ୍ ସି ର ଉତ୍ସ । ଡାଳିମ୍ବ ଖାଇବା ଦ୍ୱାରା ଶରୀରରେ ଲାଲ ରକ୍ତ କଣିକା ବୃଦ୍ଧି ପାଇଥାଏ । ଶରୀରରେ ରକ୍ତ ଏବଂ ହେମୋଗ୍ଲୋବିନ୍ ବୃଦ୍ଧି ପାଇଁ ଡାଳିମ୍ବ ଉପକାରୀ ବୋଲି ବିବେଚନା କରାଯାଏ । ଡାଳିମ୍ବ ଖାଇବା ଦ୍ୱାରା ଥକାପଣ ଏବଂ ଦୁର୍ବଳତା ଦୂର ହୋଇଥାଏ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅମୃତଭଣ୍ଡା- ଫାଇବରରେ ଭରପୂର ଅମୃତଭଣ୍ଡା ମଧ୍ୟ ଡେଙ୍ଗୁ ରୋଗୀଙ୍କ ପାଇଁ ଲାଭଦାୟକ ଅଟେ ।ଅମୃତଭଣ୍ଡାରେ ଭିଟାମିନ୍ ସି ଏବଂ ଭିଟାମିନ୍ ଏ ମିଳିଥାଏ ।ଡେଙ୍ଗୁରେ ଅମୃତଭଣ୍ଡା ପତ୍ର ରସ ମଧ୍ୟ ବ୍ୟବହାର କରାଯାଏ । ଡେଙ୍ଗୁ ରୋଗୀମାନେ ଶୀଘ୍ର ସୁସ୍ଥ ହେବା ପାଇଁ ଅମୃତଭଣ୍ଡା ଖାଇପାରିବେ । 

ଆପଲ୍- ଡେଙ୍ଗୁ ହେଉ କିମ୍ବା ଅନ୍ୟ କୌଣସି ଜ୍ୱର ଆପଲ୍ ହେଉଛି ଏକ ଫଳ ଯାହାକୁ ଆପଣ ସହଜରେ ଖାଇପାରିବେ । ଆପଲରେ ଅତ୍ୟାବଶ୍ୟକ ଭିଟାମିନ୍ ଏବଂ ମିନେରାଲ୍ସ ଥାଏ ଯାହା ଜ୍ୱରରୁ ଶୀଘ୍ର ଭଲ ହେବାରେ ସାହାଯ୍ୟ କରିଥାଏ । ଆପଲ୍ ଫାଇବରର ଏକ ଉତ୍ତମ ଉତ୍ସ ଯାହା ପେଟକୁ ମଧ୍ୟ ସୁସ୍ଥ ରଖେ ।

କମଳା ଏବଂ ପିଜୁଳି- ଭିଟାମିନ୍ ସିରେ ଭରପୂର ଫଳ ମଧ୍ୟରେ ଡାକ୍ତରମାନେ କମଳା ଏବଂ ପିଜୁଳି ଖାଇବାକୁ ମଧ୍ୟ ପରାମର୍ଶ ଦିଅନ୍ତି ।କମଳା ଏବଂ ପିଜୁଳିରେ ଫାଇବର ଏବଂ ଭିଟାମିନ୍ ସି ଭରପୂର ଅଟେ । ଏହି ଫଳଗୁଡ଼ିକ ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ ଏବଂ ଡେଙ୍ଗୁରେ ପ୍ଲେଟଲେଟ୍ ବୃଦ୍ଧିରେ ମଧ୍ୟ ସାହାଯ୍ୟ କରିଥାଏ ।

ଅଧିକ ପଢ଼ନ୍ତୁ ଜୀବନ ଶୈଳୀ ଖବର:

Sponsored
which-fruits-increase-platelets-count-in-dengue-help-in-fast-recovery | Argus News