Videos
|
Lifestyle

ପାଦର ଗୋଟିଏ ଆଙ୍ଗୁଠି ପାଖ ଆଙ୍ଗୁଠି ଠାରୁ ଛୋଟ ହୋଇଥିଲେ....

Banajyotshna Ray
Browse all articles by Banajyotshna Ray
·1 year ago·2 min read
ପାଦର ଗୋଟିଏ ଆଙ୍ଗୁଠି ପାଖ ଆଙ୍ଗୁଠି ଠାରୁ ଛୋଟ ହୋଇଥିଲେ....

ଅର୍ଗସ ବ୍ୟୁରୋ:  ପ୍ରତ୍ୟେକ ମଣିଷ ନିଜ ଭବିଷ୍ୟତ ବିଷୟରେ ଜାଣିବାକୁ ଉତ୍ସୁକ ଥାଏ। ଆଜି କଣ ଘଟୁଛି ତାଠାରୁ ଅଧିକ ଚିନ୍ତା ଆସନ୍ତା କାଲି ପାଇଁ ଥାଏ ମଷିଷର।ମଣିଷର ହାତ, ଗୋଡ଼, ମୁହଁ, ଆଖି, ନାକର ଆକାରକୁ ଜ୍ୟୋତିଷ ଶାସ୍ତ୍ରରେ ଭବିଷ୍ୟତ ବିଷୟରେ ବହୁତ କିଛି ସୂଚନା ମିଳିଥାଏ । ତେବେ ପାଦରୁ ମଧ୍ୟ ଜଣଙ୍କ ବିଷୟରେ ଅନେକ ତଥ୍ୟ ଜାଣି ହୋଇଥାଏ । ଯଦି ପାଦର ଗୋଟିଏ ଆଙ୍ଗୁଠି ପାଖ ଆଙ୍ଗୁଠି ଠାରୁ ଛୋଟ ହୋଇଥାଏ, ତେବେ ବ୍ୟକ୍ତି ବଡ଼ ଭାଗ୍ୟଶାଳୀ ହୋଇଥାନ୍ତି । ଯଦି ପାଦର ସବୁଠାରୁ ଛୋଟ ଆଙ୍ଗୁଠିର ନଖ ବହୁତ ଛୋଟ ତେବେ ଜଣେ ଜୀବନରେ ବହୁତ ମୁସ୍କିଲ ସମୟ ଦେଇ ଗତି କରିଥାଏ । ଯଦି ସବୁଠାରୁ ଛୋଟ ଆଙ୍ଗୁଠି ଲମ୍ବା ହୋଇଥାଏ ତେବେ ଜଣଙ୍କ ପାଖରେ ଅର୍ଥର ଅଭାବ ରହିନଥାଏ ।

ଯଦି ପାଦର ଆଙ୍ଗୁଠିଗୁଡ଼ିକ ତେଢ଼ିମେଢ଼ି ହୋଇଥାନ୍ତି ତେବେ ବ୍ୟକ୍ତିଙ୍କ ଭାଗ୍ୟରେ ଦୁଇଥର ବିବାହ ଯୋଗ ରହିଥାଏ । ପାଦର ଆଙ୍ଗୁଠି ଅଧିକ ବଡ଼ ହୋଇଥିଲେ ଏହାକୁ ବୀମାରୀର ପ୍ରତୀକ ଭାବେ ଗ୍ରହଣ କରାଯାଇଥାଏ । ଯଦି ପାଦର ଆଙ୍ଗୁଠିରୁ ଏକ ସିଧା ରେଖା ତଳକୁ ଯାଇଥିବ ତେବେ ବ୍ୟକ୍ତି ବୁଦ୍ଧିମାନ ହୋଇଥାଏ । ଯେତେ କମ୍ ରେଖଥିବ ଜଣେ ସେତେ ଅଧିକ ଭାଗ୍ୟବାନ ହେବ । ପାଦରେ ଅଧିକ ରେଖା ଥିଲେ ଜଣଙ୍କୁ ଜୀବନରେ ଅଧିକ ଜାଲରେ ପଡ଼ିବାକୁ ହୋଇଥାଏ । ଏପରି ଲୋକମାନେ ବହୁତ ପ୍ରୟାସ ପରେ ମଧ୍ୟ ସାଧନ ଯୋଗାଡ଼ କରିବାରେ ଅସମର୍ଥ ହୋଇଥାନ୍ତି ।

ପାଦରେ ଶଙ୍ଖ ବା ଚକ୍ର ରହିଥିଲେ ତାହାକୁ ଅତ୍ୟନ୍ତ ଦୁର୍ଲ୍ଲଭ ଓ ମହାପୁରୁଷଙ୍କ ପାଦ ବୋଲି ଗ୍ରହଣ କରାଯାଇଥାଏ । ପାଦ ଓ ହାତର ସମ୍ପର୍କ ଧନ ଓ ସାମର୍ଥ୍ୟ ସହିତ ଜଡ଼ିତ ଥାଏ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ପାଦରୁ ଜଣେ ବ୍ୟକ୍ତିର ଯାତ୍ରା ବିଷୟରେ ମଧ୍ୟ ଜଣାପଡ଼ିଥାଏ । ପାଦରେ ଥିବା ଏପରି କିଛି ଚିହ୍ନକୁ ଅତ୍ୟନ୍ତ ଶୁଭ ଭାବେ ବିବେଚନା କରାଯାଇଥାଏ । ପାଦକୁ ଠିକ ରଖି ଧନ ଓ ସ୍ୱାସ୍ଥ୍ୟ ସହିତ ଜଡ଼ିତ ସମସ୍ୟାକୁ ଠିକ୍ କରାଯାଇ ପାରିବ ବୋଲି କୁହାଯାଇଥାଏ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଜୀବନ ଶୈଳୀ ଖବର:

 

who will be rich who will be poor footprints | Argus News