Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Lifestyle

ଫୋନ୍ ବ୍ୟାଟେରୀ କାହିଁକି ଫାଟେ ?

Arpita Mohanty
Browse all articles by Arpita Mohanty
·2 years ago·2 min read
ଫୋନ୍ ବ୍ୟାଟେରୀ କାହିଁକି ଫାଟେ ?

ଅର୍ଗସ ବ୍ୟୁରୋ: ଫୋନ୍ ବ୍ୟାଟେରୀ କାହିଁକି ଫାଟେ ? କେଉଁ ଭୁଲରୁ ହୁଏ ଏମିତି ଦୁର୍ଘଟଣା ? ଆପଣ ଆଉ ସମାନ ଭୁଲ କରୁନାହାନ୍ତି ତ ?

ବର୍ତ୍ତମାନ ଫୋନ ଫାଟିବାର ଅନେକ ଘଟଣା ସାମ୍ନାକୁ ଆସୁଛି ଯାହା ଲୋକଙ୍କ ଚିନ୍ତା ବଢ଼ାଉଛି ଯଦି ଆପଣ ମଧ୍ୟ ଚାହୁଁଛନ୍ତି ଆପଣଙ୍କ ସହିତ ସମାନ ଦୁର୍ଘଟଣା ନଘଟୁ ତେବେ କିଛି ଜିନିଷ ଉପରେ ଧ୍ୟାନ ଦେବା ଅତ୍ୟନ୍ତ ଜରୁରୀ | ଆଜି ଆମେ ଆପଣଙ୍କୁ ଜଣାଇବୁ ଫୋନ ବ୍ୟାଟେରୀ କାହିଁକି ଫାଟେ ? ଏବଂ କିପରି ଏହାକୁ ଏଡାଯାଇପାରିବ ?

ଖରାଦିନେ ଖୁବ ଶୀଘ୍ର ସବୁ ବୈଦ୍ୟୁତିକ ଉପକରଣ ଗରମ ହୋଇଯାଏ ଏବଂ ଅଧିକ ଗରମ ହେଲେ ଫାଟିବାର ସମ୍ଭାବନା ବହୁତ। ତେଣୁ ସତର୍କ ରହିବା ବହୁତ ଆବଶ୍ୟକ।

ଫୋନ୍ କାହିଁକି ଫାଟେ ?
ଅତ୍ୟଧିକ ଉତ୍ତାପ ହେତୁ ମୋବାଇଲ୍ ଫୋନ୍ ବ୍ୟାଟେରୀ ଫାଟିବାର ସମ୍ଭାବନା ବଢିଥାଏ। ଫୋନ ଅଧିକ ବ୍ୟବହାର କରିବା ଦ୍ୱାରା ବ୍ୟାଟେରୀର ରାସାୟନିକ ଗଠନ ନଷ୍ଟ ହୋଇଥାଏ ଏବଂ ଫୋନ ଫାଟିଥାଏ। ତାସହିତ ଫୋନକୁ ଗରମ ସ୍ଥାନରେ ରଖିଲେ ମଧ୍ୟ ବିସ୍ଫୋରଣ ଆଶଙ୍କା ସୃଷ୍ଟି ହୋଇଥାଏ । ତେଣୁ ଲଗାତାର ଫୋନ ବ୍ୟବହାର କରନ୍ତୁ ନାହିଁ। ଫୋନକୁ ମଝିରେ ମଝିରେ ବିଶ୍ରାମ ଦିଅନ୍ତୁ।  ଯଦି ବ୍ୟାଟେରୀ ତଳେ ପଡୁଛି କିମ୍ବା ବ୍ୟାଟେରୀ ଉପରେ କୌଣସି ଚାପ ପଡୁଛି ତେବେ ବ୍ୟାଟେରୀ ଭିତରେ ଥିବା ରାସାୟନିକ ପଦାର୍ଥ ପ୍ରତିକ୍ରିୟା କରି ବିସ୍ଫୋରଣ ଘଟାଇପାରେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ବିଶେଷଜ୍ଞଙ୍କ ପରାମର୍ଶ
ମୋବାଇଲ୍ ବିଶେଷଜ୍ଞମାନଙ୍କ କହିବା ଅନୁଯାୟୀ ଚାର୍ଜ କରିବା ସମୟରେ ଫୋନ୍ ବ୍ୟବହାର କଲେ ଉଭୟ ମୋବାଇଲ୍ ଏବଂ ବ୍ୟାଟେରୀ ଗରମ ହୋଇଯାଏ ଫଳରେ ବିସ୍ଫୋରଣ ହେବାର ସମ୍ଭାବନା ଅଧିକ। ତେଣୁ, ଫୋନ୍ ଚାର୍ଜ କରୁଥିବାବେଳେ ଫୋନ୍ ବ୍ୟବହାର କରନ୍ତୁ ନାହିଁ।

କଭର କାଢିଦିଅନ୍ତୁ
ସମସ୍ତେ ନିଜ ଫୋନକୁ ସୁରକ୍ଷିତ ରଖିବା ପାଇଁ ଏକ କଭର ପକାଇଥାନ୍ତି କିନ୍ତୁ ଯେତେବେଳେ ଫୋନ ଅଧିକ ଗରମ ହେଉଛି ତୁରନ୍ତ କଭର କାଢିଦିଅନ୍ତୁ ଏବଂ ଫୋନ ଥଣ୍ଡା ହେବାକୁ ଦିଅନ୍ତୁ।

ନକଲି ଚାର୍ଜରଠୁ ଦୂରେଇ ରୁହନ୍ତୁ 
ଯେତେବେଳେ ଫୋନ୍ ର ଅରିଜିନାଲ ଚାର୍ଜର ଖରାପ ହୋଇଯାଏ ଲୋକମାନେ ଟଙ୍କା ସଞ୍ଚୟ କରିବା ପାଇଁ ଶସ୍ତା ଚାର୍ଜର କିଣନ୍ତି କିନ୍ତୁ ଏହା ଆଦୌ କରିବା ଉଚିତ୍ ନୁହେଁ । ଅନେକ ଥର ନକଲି ଚାର୍ଜର ହେତୁ ଫୋନ୍ ବ୍ୟାଟେରୀ ଶୀଘ୍ର ନଷ୍ଟ ହୋଇଯାଏ ଏବଂ ଫାଟିଯାଏ।

ଅଧିକ ପଢନ୍ତୁ ଜୀବନ ଶୈଳୀ ଖବର

Sponsored
phone batteries explode | Argus News