Videos
|
Lifestyle

ମହିଳାଙ୍କୁ କାହିଁକି ଅଧିକ ନିଦ ଦରକାର?

Arpita Mohanty
Browse all articles by Arpita Mohanty
·2 years ago·2 min read
ମହିଳାଙ୍କୁ କାହିଁକି ଅଧିକ ନିଦ ଦରକାର?

ଅର୍ଗସ ବ୍ୟୁରୋ: ଶୋଇବା ବହୁତ୍ ଆବଶ୍ୟକ। ଏକ ସୁସ୍ଥ ଶରୀର ପାଇଁ ଜଣେ ବୟସ୍କ ବ୍ୟକ୍ତିଙ୍କୁ ୭ରୁ ୯ ଘଣ୍ଟା ନବଜାତ ଶିଶୁକୁ ୧୭ରୁ ୨୦ ଘଣ୍ଟା ଏବଂ ଜଣେ ଶୈଶବ ବା କିଶୋରକୁ ୮ରୁ ୧୦ ଘଣ୍ଟା ଶୋଇବା ଦରକାର । କିନ୍ତୁ ଡାକ୍ତରଙ୍କ କହିବାନୁଯାୟୀ ଜଣେ ମହିଳା ସବୁଠାରୁ ଅଧିକ ଶୋଇବା ଆବଶ୍ୟକ। 

ଯଦି ଜଣେ ବ୍ୟକ୍ତି ଦିନକୁ ୭ରୁ ୧୦ ଘଣ୍ଟା ଶୋଉଛନ୍ତି ତେବେ ତାଙ୍କ ମସ୍ତିସ୍କ ସହ ହୃଦୟ ସୁସ୍ଥ ରହିଥାଏ । ଏବଂ ଏହା ଦ୍ୱାରା ମେଟାବୋଲିଜିମ୍ ବୃଦ୍ଧି ପାଇଥାଏ । ଚର୍ମ ଏବଂ କେଶର ଗୁଣ ମଧ୍ୟ ଉନ୍ନତ ହୋଇଥାଏ ।ତେବେ ଡାକ୍ତର ମାନେ ଏହା ମଧ୍ୟ କୁହନ୍ତି ଯେ ଶୋଇବା ସମୟରେ ଆମ ଶରୀରର ଟିସୁ ମରାମତି ହେବା ସହ ମାଂସପେଶୀରେ ବିକାଶ ଏବଂ ହରମୋନ୍ ସଠିକ୍ ଭାବରେ କାର୍ଯ୍ୟ କରିବାକୁ ସକ୍ଷମ ହୋଇଥାଏ । ଯଦି ଜଣେ ବ୍ୟକ୍ତି ଯଥେଷ୍ଟ ନିଦ ପାଉନାହିଁ ତେବେ ତାଙ୍କ ଶରୀର ଥକିବା ସହ ଡିମେନ୍ସିଆ ଏବଂ ଆଲଜାଇମର ପରି ସ୍ନାୟୁଗତ ରୋଗ ହେବାର ଆଶଙ୍କା ବଢିଥାଏ । କେଵେକ ସେତିକି ନୁହଁ ହୃଦଘାତର ଆଶଙ୍କା ମଧ୍ୟ ଅଧିକ ଥାଏ ।

ତେବେ ପୁରୁଷଙ୍କ ଅପେକ୍ଷା ମହିଳାମାନେ ଭଲ ନିଦ ଆବଶ୍ୟକ କରନ୍ତି । କାରଣ ଜଣେ ମହିଳାର ଶରୀର ଅନେକ ଷ୍ଟେଜ ଦେଇ ଗତି କରିଥାଏ। ତା ସହିତ ସେମାନେ ମଲ୍ଟିଟାସ୍କିଂ କରିଥାନ୍ତି । ଘର କାମ ସହିତ ଅଫିସ୍ କାମ କରନ୍ତି । ସେଥିପାଇଁ ସେମାନଙ୍କର ନିଦ ସମ୍ପୂର୍ଣ୍ଣ ହୁଏନାହିଁ। ତ। ସହିତ ମହିଳାଙ୍କ ହର୍ମୋନ୍ ଦ୍ୱାରା ମଧ୍ୟ ନିଦ ପ୍ରଭାବିତ ହୋଇଥାଏ । ମହିଳାମାନଙ୍କଠାରେ ଇଷ୍ଟ୍ରୋଜେନ୍ ନାମକ ଏକ ହରମୋନ୍ ଅଛି । ଏହି ହର୍ମୋନ୍ ନିଦ୍ରାରେ ଭୟଙ୍କର ବ୍ୟାଘାତ ସୃଷ୍ଟି କରେ । ତେଣୁ ଏହି ସବୁ କାରଣ ପାଇଁ ମହିଳା ମାନେ ଅଧିକ ନିଦ୍ରା ଆବଶ୍ୟକ କରିଥାନ୍ତି ।

ଅଧିକ ପଡନ୍ତୁ ଜୀବନ ଶୈଳୀ ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
sleep | Argus News