Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - କାହିଁକି ହୋଟେଲ ବେଡରେ ବିଛାଯାଏ ଧଳା ବେଡସିଟ୍, ରଙ୍ଗୀନ କାହିଁକି ନୁହେଁ ?

Lifestyle

White Bedsheets Secret / କାହିଁକି ହୋଟେଲ ବେଡରେ ବିଛାଯାଏ ଧଳା ବେଡସିଟ୍, ରଙ୍ଗୀନ କାହିଁକି ନୁହେଁ ?

Debashree Debasmita Sahoo
Browse all articles by Debashree Debasmita Sahoo
·1 day ago·2 min read
କାହିଁକି ହୋଟେଲ ବେଡରେ ବିଛାଯାଏ ଧଳା ବେଡସିଟ୍, ରଙ୍ଗୀନ କାହିଁକି ନୁହେଁ ?
white bedsheets

Key Points

ହୋଟେଲ ରୁମରେ କାହିଁକି ବିଛାନ୍ତି ଧଳା ବେଡସିଟ୍
ରଙ୍ଗ ବେରଙ୍ଗର ବେଡସିଟ୍ କାହିଁକି ବିଛାଯାଏ ନାହିଁ
ଆପଣ ନିଶ୍ଚିତ ବାହାରକୁ ବୁଲିବାକୁ ଯାଇଥିବେ । ସେଠାରେ ହୋଟେଲ ରୁମ୍ ନେଇ ରହିଥିବେ । ଯେତେବେଳେ ଆମେ କୌଣସି ଦାମି ହୋଟେଲର ରୁମକୁ ପ୍ରବେଶ କରନ୍ତି, ସେତେବେଳେ ଧଳା ବେଡସିଟ୍ ବିଛାଯାଇଥିବା ଖଟ ଉପରେ ନଜର ପଡ଼ିଥାଏ । ହୋଟେଲ ରୁମର ସଫା ସୁତୁରା ପରିବେଶ ମନରେ ସକରାତ୍ମକ ଭାବନା ଭରେ । ଏପରି ପରିବେଶ ଥ୍ରି-ଷ୍ଟାର ଓ ଫାଇବ୍ ଷ୍ଟାର ହୋଟେଲ, ସବୁଠି ଦେଖିବାକୁ ମିଳେ । ତେବେ ଆପଣ କେବେ ଭାବିଛନ୍ତି କି କାହିଁକି କେବଳ ଧଳା ବେଡସିଟ୍ ବିଛାଯାଏ, କାହିଁକି ରଙ୍ଗୀନ ବେଡସିଟ୍ ନୁହେଁ ।

  • କାହିଁକି ରଙ୍ଗୀନ ବେଡସିଟ୍ ବିଛାଯାଏ ନାହିଁ ?
ଧଳା ରଙ୍ଗର ପରିଷ୍କାର ଓ ଶୁଦ୍ଧତାର ପ୍ରତୀକ । ହୋଟେଲକୁ ପ୍ରତିଦିନ ନୂଆ ନୂଆ ଅତିଥି ଆସନ୍ତି, ଏଥିଲାଗି ହୋଟେଲ ମାଲିକମାନେ ସଫା ସୁତୁରାକୁ ଅଧିକ ଗୁରୁତ୍ଵ ଦିଅନ୍ତି । ଧଳା ଚାଦରରେ ଏକ ଛୋଟ ଦାଗ କିମ୍ବା ଧୂଳିବି ସ୍ପଷ୍ଟ ଭାବେ ନଜର ଆସେ । ହୋଟେଲରେ ଧଳା ବେଡସିଟ୍ ବିଛାଇ ଏହି ବାର୍ତ୍ତା ଦେଇଥାନ୍ତି ଯେ ରୁମ୍ ପୁରା ସଫାସୁତୁରା ଅଛି । ରଙ୍ଗୀନ ବେଡସିଟରେ ଦାଗ ଲୁଚିପାରେ, ଯାହାଦ୍ଵାରା ଅତିଥିଙ୍କ ମନରେ ଅପରିଷ୍କାର ସନ୍ଦେହ ହୋଇପାରେ ।

ମନସ୍ତତ୍ତ୍ଵବିତଙ୍କ ଅନୁସାରେ, ଧଳା ରଙ୍ଗ ଆଖିକୁ ଆରାମ ଦିଏ । ଯେତେବେଳେ ଆମେ ଛୁଟିରେ ଯାଆନ୍ତି, ସେତେବେଳେ ଆମେ ଶାନ୍ତି ଖୋଜନ୍ତି । ହୋଟେଲର ସେହି ଧଳା ରଙ୍ଗର ଚାଦର, ବେଡସିଟକୁ ଦେଖି ଅତିଥିଙ୍କ ମନ ହାଲୁକା ହୁଏ ଏବଂ ଏକ ସକରାତ୍ମକ ଭାବନା ଜାଗ୍ରତ ହୁଏ । ଏହା ବ୍ୟତୀତ ଧଳା ରଙ୍ଗ ବିଳାସର ଅନୁଭବ ପ୍ରଦାନ କରେ ।

ପଢନ୍ତୁ ଏହି ଖବର: ବିନା ଲକ୍ଷଣରେ ହୁଏ କି ଉଚ୍ଚ ରକ୍ତଚାପ ? କେମିତି ଜାଣିବେ

ଏବେ ଆପଣ ଭାବୁଥିବା ଧଳା ରଙ୍ଗର ବେଡସିଟ୍ ଶୀଘ୍ର ଅପରିଷ୍କାର ହୋଇଯାଏ ଏବଂ ଏହାକୁ ଧୋଇବା ମଧ୍ୟ କାଠିକର ହୋଇଥାଏ । କିନ୍ତୁ ଆପଣଙ୍କୁ କହିରଖୁଛୁ କି, ବାସ୍ତବ ସମ୍ପୂର୍ଣ୍ଣ ଓଲଟା । ଧଳା ରଙ୍ଗର କପଡ଼ାକୁ ଧୋଇବା ଅଧିକ ସହଜ । ହୋଟେଲରେ ଅନେକ ଚାଦର ଏବଂ ବେଡିସଟକୁ ଏକା ସାଙ୍ଗରେ ଗରମ ପାଣି ଓ ବ୍ଲିଚରେ ବୁ଼ଡାଯାଏ । ବ୍ଲିଚ୍ ଦ୍ଵାରା ସମସ୍ତ କୀଟାଣୁ ମରିଯାଆନ୍ତି ଓ ଦାଗ ମଧ୍ୟ ଏକାଥରେ ସଫା ହୋଇଯାଏ । ଯଦି ବେଡସିଟ୍ ରଙ୍ଗୀନ ହେବ, ତେବେ ବ୍ଲିଚ୍ ଦ୍ଵାରା ଏହାର ରଙ୍ଗ ଛାଡ଼ିବାର ସମ୍ଭାବନା ଥାଏ । ଅନ୍ୟପଟେ ବ୍ଲିଚ୍ ପରେ ଧଳା ବେଡସିଟ୍ ନୂଆ ପରି ଚମକିଥାଏ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Why Luxury Hotels Always Use White Bedsheets: The Surprising Reason Explained | Argus News