Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ବର୍ଷାଦିନେ ଚୁଟି ଝଡିବାକୁ ନେଇ ଚିନ୍ତିତ କି ? ଜାଣନ୍ତୁ କେମିତି ନେବେ ଯତ୍ନ....

Lifestyle

ବର୍ଷାଦିନେ ଚୁଟି ଝଡିବାକୁ ନେଇ ଚିନ୍ତିତ କି ? ଜାଣନ୍ତୁ କେମିତି ନେବେ ଯତ୍ନ....

Swayangprajna Mishra
Browse all articles by Swayangprajna Mishra
·1 year ago·2 min read
ବର୍ଷାଦିନେ ଚୁଟି ଝଡିବାକୁ ନେଇ ଚିନ୍ତିତ କି ? ଜାଣନ୍ତୁ କେମିତି ନେବେ ଯତ୍ନ....

ଅର୍ଗସ ବ୍ୟୁରୋ :  ଆପଣଙ୍କ ଚୁଟି ପ୍ରବଳ ମାତ୍ରାରେ ଝଡୁଛି । ଦିନକୁ ଦିନ ଆପଣ ଚୁଟି ଝଡିବାକୁ ନେଇ ଚିନ୍ତିତ ହୋଇ ପଡୁଛନ୍ତି । ହେଲେ ଆମେ ଆପଣଙ୍କୁ ଏମିତି ସମାଧାନ କହିବୁ ଯାହା ଆପଣଙ୍କୁ ବର୍ଷାଦିନର ଚୁଟି ଝଡିବା ସମସ୍ୟାରୁ ନିଶ୍ଚିତ ରୋକିବ । କାରଣ ବର୍ଷାଦିନେ ଆମେ ଅନେକ ସମୟରେ ବାହାରକୁ ଯିବାବେଳେ ବର୍ଷାରେ ଓଦା ହୋଇଯାଇଥାନ୍ତି । ଯାହା ଚୁଟି ପାଇଁ ଖୁବ କ୍ଷତିକାରକ । ବର୍ଷା ପାଣିରେ ଥିବା ଏସିଡ ଅଂଶ ଚୁଟିକୁ ଦୁର୍ବଳ କରାଇଥାଏ । ଯାହାଦ୍ବାରା ପ୍ରବଳ ମାତ୍ରାରେ ଚୁଟି ଝଡିଥାଏ । 

ଯଦି ଦେଖାଯାଏ ତେବେ , କେବଳ ଯୁବପିଢୀ ନୁହେଁ ବିଭିନ୍ନ ବର୍ଗର ଲୋକଙ୍କର ଚୁଟି ଝଡିବା ସମସ୍ୟା ଲାଗି ରହିଥାଏ । ରିପୋର୍ଟ କହୁଛି, ଭାରତର ସମୁଦାୟ ଲୋକସଂଖ୍ୟାରୁ ପ୍ରାୟ ୪୦ ପ୍ରତିଶତ ଲୋକଙ୍କର ଚୁଟି ଝଡିବା ସମସ୍ୟା ଦେଖା ଦେଇଥାଏ । ଯାହାର ମୁଖ୍ୟ କାରଣ ହେଉଛି ହରମୋନ ଅସନ୍ତୁଳନ । ସେଥିରୁ ୫୦ ପ୍ରତିଶତ ପୁରୁଷଙ୍କର ଚୁଟି ଝଡୁଥିବା ବେଳେ ଥିବା ବେଳେ ୨୦ରୁ ୩୦ ପ୍ରତିଶତ ମହିଳାଙ୍କର ଚୁଟି ଝଡିବା ସମସ୍ୟା ଲାଗି ରହିଥାଏ । ପ୍ରାୟ ୭ ଜଣ ପୁରୁଷଙ୍କ ମଧ୍ୟରୁ ୧ ଣଙ୍କର ଚନ୍ଦାପଣ ସମସ୍ୟା ଦେଖା ଦେଇଥାଏ । ଏବଂ  ୩ରୁ ୪ ପ୍ରତିଶତ ଛୋଟ ଛୁଆଙ୍କର ଫଙ୍ଗାଲ ଇନଫେକସନ ଯୋଗୁଁ ଚୁଟି ଉପୁଡିଥାଏ । 

୨୫ ବର୍ଷରୁ କମ ବୟସର ପୁରୁଷଙ୍କର ଚୁଟି ଝଡୁଥିବା ସଂଖ୍ୟା ୫୦.୩୧ ପ୍ରତିଶତ ।  ତେବେ ଏପରି ଚୁଟି ଝଡିବାର କାରଣ ହେଉଛି, ପ୍ରବଳ ଚାପ, ଶୋଇବାରେ ଅନିୟମିତତା , ହଠାତ ଓଜନ କମ । ସେହିପରି ମହିଳାଙ୍କ କ୍ଷେତ୍ରରେ ମଧ୍ୟ ଅତ୍ୟଧିକ ଡାଏଟ, ଚୁଟିରେ ବିଭିନ୍ନ ପ୍ରକାରର କେମିକାଲ ବ୍ୟବହାର ଚୁଟି ଝଡିବାର କାରଣ ଅଟେ । ସେହିପରି ଜେନେଟିକ ସମସ୍ୟା ଯୋଗୁଁ ମଧ୍ୟ ଚୁଟି ଝଡିବା ସମସ୍ୟା ଦେଖାଦେଇଥାଏ । ତେବେ ଚୁଟିପାଇଁ ବିଭିନ୍ନ ଋତୁରେ ବିଭିନ୍ନ ପ୍ରକାରର ଯତ୍ନ ନିଆଯାଏ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସେହିପରି ବର୍ଷାଦିନେ ମଧ୍ୟ ଆପଣ କିଛି ଘରୋଇ ଜିନିଷରେ ହିଁ ଆପଣ ନିଜ ଚୁଟିର ଯତ୍ନ ନେଇ ପାରିବେ । ଏହି ଋତୁରେ ସୋରିଷ ତେଲ ଚୁଟି ପାଇଁ ବେଶ ଉପାଦାୟକ । ସୋରିଷ ତେଲରେ ଭିଟାମିନ-E,ଓମେଗା -୩ ଏବଂ ଫ୍ୟାଟି ଏସିଡ ରହିଥାଏ । ଯାହା ଚୁଟିକୁ ଭିତରୁ ମଜବୁତ କରାଇଥାଏ । ଯଦି ହାଲକା ଉଷୁମ କରି ଆପଣ ଏହାକୁ ଚୁଟି ମୂଳରେ ଲଗାଉଛନ୍ତି, ତାହା ବେଶ ଚୁଟି ପାଇଁ ଲାଭଦାୟକ । ଏଥିରେ ଆପଣ ଦହି ବି ମିଶାଇ ଲଗାଇପାରିବେ । ଲଗାଇବାର ଗୋଟେ ଘଣ୍ଟା ପରେ ଏକ ଭଲ ଆୟୁର୍ବେଦିକ ସାମ୍ବୋ ଦ୍ବାରା ଚୁଟି ଧୋଇଦେବେ । ମାତ୍ର କିଛି ଦିନରେ ହିଁ ଆପଣଙ୍କ ଚୁଟି ଝଡିବା କମିଯିବ । ଏହି ଉଭୟ ପୁରୁଷ ତଥା ମହିଳାଙ୍କ ପାଇଁ ଲାଭଦାୟକ । ଏପରି ସପ୍ତାହରେ ୨ ଥର କଲେ ଚୁଟି ଝଡିବା ସମସ୍ୟାରୁ ଆପଣ ମୁକ୍ତି ପାଇବେ ।
 

Sponsored
Worried about hair fall on rainy day? Know how to care | Argus News