ଗରମ ଦିନରେ ଖାଆନ୍ତୁ ହଳଦିଆ ଫଳ...

ଅର୍ଗସ ବ୍ୟୁରୋ: ହଳଦିଆ ଫଳ ଖାଉଛନ୍ତି କି। ମାନେ ଆମେ କହୁଛୁ ଆମ୍ୱ, ଅମୃତଭଣ୍ଡା, ତରଭୁଜ ଏବଂ କଦଳୀ ଭଳି ଫଳ। ଯାହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଖୁବ ଉପକାରୀ। ହଳଦିଆ ରଙ୍ଗର ଏହି ଫଳଗୁଡିକରେ ପ୍ରଚୁର ପରିମାଣରେ ଭିଟାମିନ ସି ମିଳେ ଯାହା ଦ୍ୱାରା ଶରୀରରେ ଶକ୍ତିବୃଦ୍ଧି ମଧ୍ୟ ହୋଇଥାଏ ।ଯାହା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ ସାହାଯ୍ୟ କରିଥାଏ। ଯେମିତିକି, ଆମ୍ବରେ ରହିଥାଏ ଭିଟାମିନ ସି । ଆଖି, ଚର୍ମ, କୋଲେଷ୍ଟ୍ରଲ ଏବଂ ହଜମ ଶକ୍ତି ବଢାଇବା ସହ କର୍କଟ ଭଳି ରୋଗ ଇତ୍ୟାଦିରୁ ରକ୍ଷା କରିଥାଏ ହଳଦିଆ ଆମ୍ବ ।
ସେହିପରି କଦଳୀରେ ଭିଟାମିନ ଯେମିତି ଏ, ବି, ସି, ଇ ଇତ୍ୟାଦି ସହ ପୋଟାସିୟମ ଏବଂ ମ୍ୟାଗ୍ନିସିୟମ ମଧ୍ୟ ଭରପୂର ମାତ୍ରାରେ ରହିଥାଏ । ତେଣୁ କଦଳୀ ଖାଇବା ଦ୍ୱାରା ଏହି ସମସ୍ତ ଭିଯାମିନ ଶରୀରକୁ ଯାଇଥାଏ । ଅମୃତଭଣ୍ଡା ଭିଟାମିନ ସି ଏବଂ ଭିଟାମିନ ଏ ରହିଥାଏ ଏହି ଫଳରେ । ଏହାଦ୍ୱାରା ଆଖି ଏବଂ ଇମ୍ୟୁନିଟି ଶକ୍ତିରେ ମଧ୍ୟ ବୃଦ୍ଧି ଘଟିଥାଏ । ସେହିପରି କମଳା ମଣିଷ ଶରୀରରେ ସମ୍ପୂର୍ଣ୍ଣ ମାତ୍ରାରେ ଭିଟାମିନ ସି’ ଭରିଦିଏ । ଏହା ସହିତ ଫାଇବର ମଧ୍ୟ ଶରୀରକୁ ଯୋଗାଇଥାଏ କମଳା ।
ଅଧିକ ପଢ଼ନ୍ତୁ ଜୀବନ ଶୈଳୀ ଖବର: