Maritime Border of India / କେଉଁ ପର୍ଯ୍ୟନ୍ତ ଲମ୍ବିଛି ଦେଶର ସାମୁଦ୍ରିକ ସୀମା?
·6 months ago·2 min read

Key Points
ଏବେ ମଧ୍ୟ ପ୍ରାଚ୍ୟ ସଂକଟ ପରେ ଦେଶର ସାମୁଦ୍ରିକ ସୀମାର ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି।
Maritiem Border of India: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ସଂକଟକୁ ନେଇ ଭାରତ ଏବେ ସଜାଗ ହୋଇଉଠିଛି। କାରଣ ପାରସ୍ୟ ଉପସାଗର, ଓମାନ ଉପସାଗର, ଆରବ ସାଗର, ଭାରତ ମହାସାଗର ଏବଂ ହର୍ମୁଜ ପ୍ରଣାଳୀ ଏବେ ମଧ୍ୟ ପ୍ରାଚ୍ୟ ସଂକଟ ପାଇଁ ସମଗ୍ର ବିଶ୍ୱର ଦୃଷ୍ଟି ଆକର୍ଷଣ କରିଛି। ଏହି ସମୟରେ ଭାରତ ମହାସାଗରରେ ଭାରତରୁ ଫେରିଥିବା ଏକ ଇରାନୀ ଯୁଦ୍ଧଜାହାଜକୁ ଆମେରିକୀୟ ନୌସେନା ବୁଡ଼ାଜାହାଜ ଦ୍ୱାରା ଏହା ଉପରେ ଆକ୍ରମଣ କରି ଏହାକୁ ଡୁବାଇ ଦେବା ଖବର ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଘଟଣା ପରେ ଏବେ ଦେଶର ଉପକୂଳ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି।
କିପରି ସ୍ଥିର ହୋଇଥିଲା ଭାରତୀୟ ସାମୁଦ୍ରିକ ସୀମା?
ଭାରତୀୟ ସାମୁଦ୍ରିକ ସୀମା ୧୯୮୨ ମସିହାର ଜାତିସଂଘର ସମୁଦ୍ର ଆଇନ ସମ୍ମେଳନ (UNCSL) ଅନୁଯାୟୀ ନିର୍ଣ୍ଣୟ କରାଯାଇଛି। ଏହି ଆନ୍ତର୍ଜାତୀୟ ନିୟମ ଭାରତରେ କ୍ଷେତ୍ରୀୟ ସହ ମହାଦେଶୀୟ ଜଳ ଭାଗ, ସ୍ୱତନ୍ତ୍ର ଅର୍ଥନୈତିକ କ୍ଷେତ୍ର ଏବଂ ଅନ୍ୟାନ୍ୟ ସାମୁଦ୍ରିକ କ୍ଷେତ୍ର ଆଇନ ୧୯୭୬ ମାଧ୍ୟମରେ ଲାଗୁ କରାଯାଇଛି। ଏହି ଆଇନ ଅନୁଯାୟୀ, ଭାରତୀୟ ସାମୁଦ୍ରିକ ସୀମାକୁ ଅନେକ ବର୍ଗରେ ବିଭକ୍ତ କରାଯାଇଛି। ଯାହା ଦେଶର ଅଧିକାର ଏବଂ ନୌସେନା ନିୟୋଜନର ପରିସରକୁ ଦର୍ଶାଇଥାଏ।
କେଉଁ ପର୍ଯ୍ୟନ୍ତ ବ୍ୟାପିଛି ଦେଶର କ୍ଷେତ୍ରୀୟ ଜଳ ସୀମା?
ପ୍ରଥମ ଏବଂ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସାମୁଦ୍ରିକ ସୀମା ହେଉଛି କ୍ଷେତ୍ରୀୟ ଜଳ ସୀମା। ଯାହା ଦେଶର ମୂଳ ଭୂଖଣ୍ଡରୁ ପ୍ରାୟ ୧୨ ନଟିକାଲ ମାଇଲ (୨୨ କିମି) ପର୍ଯ୍ୟନ୍ତ ବ୍ୟାପିଛି। ଏହି କ୍ଷେତ୍ରକୁ ଦେଶର ଏକ ଅବିଚ୍ଛେଦ୍ୟ ଅଂଶ ଭାବରେ ବିବେଚନା କରାଯାଏ। ଏହି କ୍ଷେତ୍ରରେ ସମୁଦ୍ରର ପୃଷ୍ଠଭାଗ, ସମୁଦ୍ରତଟ ଏବଂ ଏହା ଉପରେ ଥିବା ଆକାଶ ମାର୍ଗ ଉପରେ ମଧ୍ୟ ଭାରତ ସରକାରର ସମ୍ପୂର୍ଣ୍ଣ ନିୟନ୍ତ୍ରଣ ରହିଛି। ଭାରତୀୟ ନୌସେନା ଏବଂ ଉପକୂଳ ସୁରକ୍ଷା ଏଜେନ୍ସି ଏହି କ୍ଷେତ୍ରରେ ଆଇନ ପ୍ରବର୍ତ୍ତନ ସହ ଏଠାକାର ସୁରକ୍ଷା ବ୍ୟବସ୍ଥାକୁ ପରିଚାଳନ କରିଥାନ୍ତି।
ବଫର ଜୋନ୍ କ'ଣ?
କ୍ଷେତ୍ରୀୟ ଜଳ ସୀମା ବାହାରେ ଏକ ସଂଲଗ୍ନ କ୍ଷେତ୍ର ରହିଛି। ଯାହା କୌଣସି ଦେଶରୁ ଉପକୂଳରୁ ୨୪ ନଟିକାଲ ମାଇଲ (୪୪ କିମି) ପର୍ଯ୍ୟନ୍ତ ବିସ୍ତାରିତ। ଏହି ଅଞ୍ଚଳ ଆଇନ ପ୍ରବର୍ତ୍ତନ ପାଇଁ ଏକ ବଫର ଜୋନ୍ ଭାବରେ କାର୍ଯ୍ୟ କରେ। ଯଦିଓ ଏହି କ୍ଷେତ୍ରର ସମ୍ପୂର୍ଣ୍ଣ ଭାବରେ ସାର୍ବଭୌମତ୍ୱ ଅଧିକାର ନାହିଁ, ହେଲେ ଭାରତ ସରକାରଙ୍କ ପାଖରେ ଏଠାରେ ସୀମାଶୁଳ୍କ, ଟିକସ, ପ୍ରବାସନ ଏବଂ ପ୍ରଦୂଷଣ ନିୟନ୍ତ୍ରଣ ଆଇନ ଲାଗୁ କରିବାର ଅଧିକାର ରହିଛି। ଏଠାରେ ଭାରତୀୟ ଆଇନ ଉଲ୍ଲଂଘନ କରୁଥିବା ବ୍ୟକ୍ତି ବିଶେଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ପାରିବ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସ୍ୱତନ୍ତ୍ର ଆର୍ଥିକ କ୍ଷେତ୍ର କ'ଣ?
ସ୍ୱତନ୍ତ୍ର ଆର୍ଥିକ କ୍ଷେତ୍ର ହେଉଛି ଭାରତ ସରକାରଙ୍କ ଦ୍ୱାରା ନିୟନ୍ତ୍ରିତ ହେଉଥିବା ସର୍ବବୃହତ ସାମୁଦ୍ରିକ କ୍ଷେତ୍ର। ଯାହା ଦେଶର ଉପକୂଳରୁ ୨୦୦ ନଟିକାଲ୍ ମାଇଲ୍ (୩୦୦ କିମି) ପର୍ଯ୍ୟନ୍ତ ବିସ୍ତାରିତ। ଏହି କ୍ଷେତ୍ର ମଧ୍ୟରେ, ପ୍ରାକୃତିକ ସମ୍ପଦ ଉପରେ ଭାରତର ସ୍ୱତନ୍ତ୍ର ଆର୍ଥିକ ଅଧିକାର ଅଛି। ଯେଉଁଥିରେ ମାଛ ଧରିବା ସହ ସମୁଦ୍ର କୂଳରୁ ପେଟ୍ରୋଲିମ୍ ଉତ୍ପାଦ ଏବଂ ଖଣିଜ ପଦାର୍ଥ ଉତ୍ତୋଜନ କରିବା, କୃତ୍ରିମ ଦ୍ୱୀପ ନିର୍ମାଣ କରିବା ଏବଂ ବୈଜ୍ଞାନିକ ଗବେଷଣା କରିବା ଆଦି କାର୍ଯ୍ୟ ଅନ୍ତର୍ଭୂକ୍ତ।

Related Topics
Explore more stories