Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Argus Whatsapp Channel Mobile Top

Argus News - ଭାରତୀୟ ସେନାକୁ ବଡ ସପଳତା , ୬ ଆତଙ୍କବାଦୀଙ୍କୁ କଲା ନିପାତ

National

ଭାରତୀୟ ସେନାକୁ ବଡ ସପଳତା , ୬ ଆତଙ୍କବାଦୀଙ୍କୁ କଲା ନିପାତ

Swayangprajna Mishra
Browse all articles by Swayangprajna Mishra
·1 year ago·1 min read
ଭାରତୀୟ ସେନାକୁ ବଡ ସପଳତା , ୬ ଆତଙ୍କବାଦୀଙ୍କୁ  କଲା ନିପାତ

ଅର୍ଗସ ବ୍ୟୁରୋ : ଜମ୍ମୁ-କାଶ୍ମୀର କୁଲଗ୍ରାମରେ ଭାରତୀୟ ସେନାକୁ ବଡ ସପଳତା । ଗତକାଲିଠୁ ଚାଲିଥିବା ସର୍ଚ୍ଚ ଅପରେସନରେ ଖୋଜି ଖୋଜି ୬ ଆତଙ୍କବାଦୀଙ୍କୁ ନିପାତ କରିଛି ଭାରତୀୟ ସେନା। ଏହି ଏନକାଉଣ୍ଟରରେ ୨ଜଣ ଯବାନ ବି ସହିଦ ହୋଇଛନ୍ତି। ଏବେବି କୁଲଗ୍ରାମରେ ଚାଲିଛି ସର୍ଚ୍ଚ ଅପରେସନ୍। ତେବେ ଜମ୍ମୁ-କାଶ୍ମୀରରେ ଆତଙ୍କବାଦୀ କାର୍ଯ୍ୟକଳାପ ନେଇ ଗତକାଲି ଖବର ମିଳିଥିଲା। ଏହାପରେ ପୋଲିସ, ସେନା ଓ ସିଆରପିଏଫ୍ ଯବାନ ମିଳିତ ଭାବେ ସର୍ଚ୍ଚ ଅପରେସନ୍ ଆକମ୍ଭ କରିଥିଲେ।

ଅଧିକ ପଢନ୍ତୁ : ଜାମ୍ମୁ-କାଶ୍ମୀରରେ ସୁରକ୍ଷା ବାହିନୀକୁ ବଡ଼ ସଫଳତା

କୁଲଗ୍ରାମ ଓ ଚିନିଗମ୍ ୨ଟି ସ୍ଥାନରେ ସର୍ଚ୍ଚ ଅପରେସନ୍ ଆରମ୍ଭ କରିଥିଲା ଭାରତୀୟ ସେନା। ଏଥିରେ ଗଠନ ହୋଇଥିବା ଟିମ୍ ପ୍ରତିଟି ସ୍ଥାନକୁ ଯାଞ୍ଚ କରୁଥିବା ବେଳେ ଡ୍ରୋନ୍ ଏବଂ ଅନ୍ୟ ଅତ୍ୟାଧୁନିକ ମେସିନ୍ ସାହାଯ୍ୟରେ ବି ଆତଙ୍କବାଦୀଙ୍କ ଉପରେ ନଜର ରଖାଯାଇଥିଲା। ଆତଙ୍କବାଦୀ ଲୁଚିଥିବା ଦୁଇଟି ଘରକୁ ସିଲ କରିଦିଆଯାଇଥିଲା। ଏହା ପରେ ସୁରକ୍ଷା ବାହୀନି ଉପରେ ଗୁଳିମାଡ କରିଥିଲେ ଆତଙ୍କବାଦୀ। ଏହାପରେ ସୁରକ୍ଷା ବଳ ପକ୍ଷରୁ ବି ଗୁଳିମାଡ ଆରମ୍ଭ ହୋଇଥିଲା। ଏହି ଏନକାଉଣ୍ଟର ପରେ କୁଲଗ୍ରାମରୁ ୨ଜଣ ଆତଙ୍କବାଦୀ ନିପାତ ହୋଇଥିବା ବେଳେ ଚିନିଗମରେ ୪ ଆତଙ୍କବାଦୀ ନିପାତ ହୋଇଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
Great success to the Indian army, 6 terrorists were killed | Argus News