|
logo
Live
Argus News App
GET APP

Argus News - ୨୯ ବର୍ଷର ବର ୬୭ ବର୍ଷୀୟ କନ୍ୟାଙ୍କୁ କରିବେ ପୁନର୍ବିବାହ

National

୨୯ ବର୍ଷର ବର ୬୭ ବର୍ଷୀୟ କନ୍ୟାଙ୍କୁ କରିବେ ପୁନର୍ବିବାହ

Priyadarshini Dixit
Browse all articles by Priyadarshini Dixit
·2 years ago·2 min read
୨୯ ବର୍ଷର ବର ୬୭ ବର୍ଷୀୟ କନ୍ୟାଙ୍କୁ କରିବେ ପୁନର୍ବିବାହ

ଅର୍ଗସ ବ୍ୟୁରୋ : ସାଧାରଣତଃ ଆମେ ଛୋଟ ଥିବା ବେଳେ ଯେତେବେଳେ ଆମ ବାପା ମା'ଙ୍କର ବାହାଘର ଫୋଟୋ ଦେଖୁ ସେତେବେଳେ  ବାପା ମାଙ୍କୁ  ପଚାରିଥାଉ କି ସେ ସମୟରେ ଆମେ କେଉଁଠି ଥିଲୁ । କିନ୍ତୁ ବାପା ମା' ଉତ୍ତର ନଦେଇ କିଛି ବି ବାହାନା କରି ସେ କଥାକୁ ଭୁଲେଇ ଦିଅନ୍ତି। କିନ୍ତୁ ସେହି ବିବାହକୁ ନେଇ ଆଜି ଆମେ ଏପରି ଏକ କଥା କହିବୁ ଯାହା ଶୁଣିଲା ପରେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ନିଶ୍ଚୟ। ଉତ୍ତର ପ୍ରଦେଶର ଆଜମଗଢରେ ଏକ ନିଆରା ବିବାହ ହେବାକୁ ଯାଉଛି। ଯେଉଁ ବିବାହରେ ପୁଅ,ବୋହୁ , ନାତି, ନାତୂଣୀ ସହିତ ଅନ୍ୟ ସମ୍ପର୍କୀୟମାନେ ମଧ୍ୟ ସାକ୍ଷୀ ରହିବେ। ଏଥିରେ ବିବାହ କରୁଥିବା ବରଙ୍କ ବୟସ ୨୯ ବର୍ଷ ଏବଂ କନ୍ୟାଙ୍କ ବୟସ ୬୭ବର୍ଷ। ଆଉ ଏହା ବିବାହ ନୁହେଁ ବରଂ ପୁନର୍ବିବାହ। ମାନେ ସେମାନଙ୍କର ଆଗରୁ ବିବାହ ହୋଇସାରିଛି।

ଏବେ ଆପଣ ଭାବୁଥିବେ କି ଏପରି କଣ ପାଇଁ? ଯଦି ୨୯ବର୍ଷ ବୟସରେ ପୁର୍ନବିବାହ ତେବେ ପ୍ରଥମ ବିବାହ କେବେ ହୋଇଥିଲା? ହଁ ଆଞା ଏହି ବିବାହରେ ଏକ ଆଶ୍ଚର୍ଯ୍ୟ କଲା ପରି କାହାଣୀ ରହିଛି। ଏହି କାହାଣୀ ହେଉଛି ଆଜମଗଢ ଜିଲ୍ଲାର ମୁବାରକପୁର ପୋଲିସ ଷ୍ଟେସନ ଅଞ୍ଚଳର ଆମିଲୋ ଗାଁର ବାସିନ୍ଦା ଲାଲ ବିହାରୀଙ୍କର । ସରକାରୀ ରେକର୍ଡ ଅନୁଯାୟୀ ଲାଲ ବିହାରୀ ୩୦ଜୁଲାଇ ୧୯୭୬ ରୁ ୩୦ଜୁନ୍ ୧୯୯୪ ପର୍ଯ୍ୟନ୍ତ ମୃତ ରହିଥିଲେ। ଲମ୍ବା ଲଢେଇପରେ ପ୍ରଶାସନ ଜୁନ୍ ୧୯୯୪ ରେ ତାଙ୍କୁ ଜୀବନ୍ତ ଘୋଷଣା କଲା।  କିନ୍ତୁ ପ୍ରଶାସନ ତାଙ୍କ ମୃତ୍ୟୁର ଫାଇଲକୁ ଗାୟବ କରିଦେଲା। ଲାଲ ବିହାରୀ ଜୀବିତ ଅଛନ୍ତି ବୋଲି ସେପ୍ଟେମ୍ବର ୧୯୮୬ରେ ବିଧାନସଭାରେ ଆବେଦନ କରିଥିଲେ।

୧୯୮୮ ମସିହା ନିର୍ବାଚନରେ ସେ ପୂର୍ବତନ ପ୍ରଧାନମନ୍ତ୍ରୀ ଭିପି ସିଂ ଏବଂ କାନସି ରାମଙ୍କ ବିରୋଧରେ ଆହ୍ଲାବାଦରୁ ଉପ-ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ୧୯୮୯ ମସିହାରେ ସେ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ବିରୋଧରେ ଲୋକସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା ମଧ୍ୟ କରିଥିଲେ କିନ୍ତୁ  ନ୍ୟାୟ ପାଇ ନଥିଲେ। ଏପରିକି ସେ ନିଜ ଜ୍ୱାଇଁଙ୍କୁ ଅପହରଣ ମଧ୍ୟ କରିଥଲେ  ଯେପରି ତାଙ୍କ ବିରୋଧରେ ଏକ ମାମଲା ରୁଜ୍ଜୁ ହୋଇପାରିବ କିନ୍ତୁ ତାହା ବି ହୋଇପାରିଲା ନାହିଁ। ଦୀର୍ଘ ଦିନର ସଘଂର୍ଷ ପରେ ମୃତ୍ୟୁବରଣ କରିଥିବା ଲାଲ ବିହାରୀ ରେକର୍ଡରେ ଜୀବନ୍ତ ହୋଇଥିଲେ। ସେ ଏକ ମୃତ ସଙ୍ଗଠନ ଗଠନ କରିବାକୁ ଏବଂ ଡକ୍ୟୁମେଣ୍ଟରେ ଯେଉଁମାନେ ମୃତ ଘୋଷିତ ହୋଇଛନ୍ତି ସେମାନଙ୍କୁ ଜୀବନ୍ତ କରିବାକୁ ନିଷ୍ପତ୍ତି ନେଇଥିଲେ। ବର୍ତ୍ତମାନ ପର୍ଯ୍ୟନ୍ତ ସେ ୧୦୦୦ରୁ ଅଧିକ ଲୋକଙ୍କୁ ଯେଉଁମାନେ ଡକ୍ୟୁମେଣ୍ଟରେ ମୃତ ସେମାନଙ୍କୁ ଜୀବନ୍ତ କରିଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସେ ପ୍ରାୟ ୪୭ବର୍ଷ ଏଥିପାଇଁ ସଂଘର୍ଷ କରିଥିଲେ । ଯଦିଓ ତାଙ୍କୁ ଏବେ ୬୯ ବର୍ଷ ବୟସ ହୋଇଛି, କିନ୍ତୁ ପ୍ରଶାସନ ତାଙ୍କୁ କାଗଜରେ ପୁନର୍ଜୀବିତ କରିବା ଦିନଠାରୁ ସେ ତାଙ୍କ ବୟସ ଗଣନା କରୁଛନ୍ତି। ବର୍ତ୍ତମାନ ସେ ତାଙ୍କର ବୟସ ୨୯ ବର୍ଷ ବୋଲି କହିଛନ୍ତି। ସେ ୬୭ବର୍ଷର ପତ୍ନୀଙ୍କୁ ପୁଣି ଥରେ ବିବାହ କରିବାକୁ ଯାଉଛନ୍ତି। 


ଅଧିକ ପଢନ୍ତୁ ଦେଶ ଖବର...

Sponsored
୨୯ ବର୍ଷର ବର ୬୭ ବର୍ଷୀୟ କନ୍ୟାଙ୍କୁ କରିବେ ପୁନର୍ବିବାହ | Argus News