Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଅନ୍ଧାରୀ ଟନେଲ ଭିତରେ ମିଶନ ଜୀବନ, ଶେଷ ପର୍ଯ୍ୟାୟରେ ରେସ୍କ୍ୟୁ ଅପରେସନ୍

National

ଅନ୍ଧାରୀ ଟନେଲ ଭିତରେ ମିଶନ ଜୀବନ, ଶେଷ ପର୍ଯ୍ୟାୟରେ ରେସ୍କ୍ୟୁ ଅପରେସନ୍

Jitendra Dash
Browse all articles by Jitendra Dash
·2 years ago·2 min read
ଅନ୍ଧାରୀ ଟନେଲ ଭିତରେ ମିଶନ ଜୀବନ, ଶେଷ ପର୍ଯ୍ୟାୟରେ ରେସ୍କ୍ୟୁ ଅପରେସନ୍

ଅର୍ଗସ ବ୍ୟୁରୋ : ଆଉ କିଛି ସମୟର ଅପେକ୍ଷା । ଶେଷ ହେବ ଦୀର୍ଘ ୧୨ ଦିନର ସଂଘର୍ଷ । ନୂଆ ଜୀବନ ନେଇ ଉତ୍ତରକାଶୀର ଅନ୍ଧାରୀ ସୁଡଙ୍ଗରୁ ଆଲୋକ ଦେଖିବେ ୫ ଓଡ଼ିଆଙ୍କ ସମେତ ମୋଟ ୪୧ ଶ୍ରମିକ । ପେଟ ପାଇଁ ଟନେଲରେ କାମ କରୁଥିଲେ ଆଜି ଭାଗ୍ୟ ନେଇ ଟନେଲରୁ ବାହାରିବେ । ଆଉମାତ୍ର କିଛି ମିଟର ଦୂରରେ ରହିଛି ପାଇପ୍ । ପାଖାପାଖି ୯୦ ପ୍ରତିଶତ ଡ୍ରିଲିଂ କାମ ଶେଷ ହୋଇସାରିଛି । ଏପଟେ ଆଲର୍ଟରେ ସ୍ବତନ୍ତ୍ର ଡାକ୍ତରୀ ଟିମ । ସତର୍କ ରହିଛି ପ୍ରଶାସନ । ୫୭ ମିଟର ଦୀର୍ଘ ଟନେଲର ଖୁବ ପହଞ୍ଚିଛନ୍ତି ଉଦ୍ଧାରକାରୀ ଦଳ । ଜୀବନର ବାଜି ଜିତିବାକୁ ଓ ଜୀବନ ଜିତାଇବାକୁ ଶେଷ ପର୍ଯ୍ୟାୟରେ ଜୋରଦାର ହୋଇଛି ରେସ୍କ୍ୟୁ ଅପରେସନ୍ । ମୋଟ ୫୭ ମିଟର ଡ୍ରିଲ କରିବାକୁ ଥିବା ବେଳେ ୫୦ ମିଟରରୁ ଅଧିକ ଡ୍ରିଲ ହୋଇସାରିଛି ।  

ଅଧିକ ପଢନ୍ତୁ : ଶ୍ରମିକଙ୍କ ନିକଟରୁ 6 ମିଟର ଦୂରରେ ପାଇପ୍

ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଅନୁଧ୍ୟାନ କରିଛନ୍ତି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଓ କେନ୍ଦ୍ରମନ୍ତ୍ରୀ ବି.କେ ସିଂହ । ଶ୍ରମିକଙ୍କୁ ଉଦ୍ଧାର ପରେ ସେମାନଙ୍କୁ ତୁରନ୍ତ ଚିକିତ୍ସା ପାଇଁ ଆଲର୍ଟରେ ରହିଛି ସ୍ବତନ୍ତ୍ର ଡାକ୍ତରୀ ଟିମ୍ । ଖୁବଶୀଘ୍ର ଶ୍ରମିକଙ୍କ ନିକଟରେ ପହଞ୍ଚିବେ NDRF ଉଦ୍ଧାରକାରୀ ଟିମ୍ । ଉଦ୍ଧାରକାର୍ଯ୍ୟରେ ସାମିଲ ହୋଇଛନ୍ତି ଦିଲ୍ଲୀରୁ ଆସିଥିବା ୱେଲଡିଂ ଏକ୍ସପର୍ଟ । ରୁରକି IITର ମୁଖ୍ୟ ବୈଜ୍ଞାନିକ ତଥା ଟନେଲ ଏକ୍ସପର୍ଟ ଆର. ଡି. ଦ୍ୱିବେଦୀ । ଦୀର୍ଘ ୧୨ ଦିନ ଧରି ଟନେଲ୍ ଭିତରେ ଫସି ରହିଥିବା ୭ ରାଜ୍ୟର ୪୧ ଜଣ ଶ୍ରମିକଙ୍କୁ ସୁରକ୍ଷିତ ଉଦ୍ଧାର ପାଇଁ ଆଧୁନିକ ମେସିନ ସାହାଯ୍ୟରେ  ଡ୍ରିଲିଂ କାର୍ଯ୍ୟ ଜାରି ରହିଛି । ଆମେରିକୀୟ ମେସିନ୍ ଦ୍ବାରା ଡ୍ରିଲିଂ କାମ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଥିବାରୁ ଖୁବଶୀଘ୍ର ଶ୍ରମିକ ବାହାରକୁ ଆସିବେ ବୋଲି କହିଛନ୍ତି ପିଏମ୍‌ଓର ପୂର୍ବତନ ପରାମର୍ଶଦାତା ଭାସ୍କର କୁଲବେ  । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଉଦ୍ଧାର ହେବା ମାତ୍ରେ ଶ୍ରମିକଙ୍କୁ କିଭଳି ହସ୍ପିଟାଲରେ ପହଞ୍ଚାଯିବ ଏବଂ ସେମାନଙ୍କ ପ୍ରାଥମିକ ଚିକିତ୍ସା କରାଯିବ, ସେଥିପାଇଁ ପ୍ରସ୍ତୁତ ରହିଛି ଆମ୍ବୁଲାନ୍ସ । ଅତ୍ୟାଧୁନିକ ମେସିନ ସହ ଅନ୍ୟାନ୍ୟ ଆବଶ୍ୟକୀୟ ଉପକରଣ ଆମ୍ବୁଲାନ୍ସରେ ମହଜୁଦ ରଖାଯାଇଛି । ହସ୍ପିଟାଲରେ ବେଡ୍ ମଧ୍ୟ ପ୍ରସ୍ତୁତ ରଖାଯାଇଛି । ଅଭିଜ୍ଞ ଡାକ୍ତର ଏବଂ ସ୍ୱାସ୍ଥ୍ୟକର୍ମୀ ମଧ୍ୟ ପ୍ରସ୍ତୁତ ରହିଛନ୍ତି । ଅକ୍ସିଜେନ, ଦଉଡ଼ି, ଷ୍ଟ୍ରେଚର ନେଇ ଟନେଲ ଭିତରକୁ ଯାଉଛନ୍ତି ଏନ୍‌ଡିଆର୍‌ଏଫ୍‌ ଟିମ୍‌ ।

୧୨ ଦିନ ହେଲା ଅଧାଖାଇ, ଅଧାଶୋଇ ୪୧ ଶ୍ରମିକ ଟନେଲ୍ ଭିତରେ ଫସି ରହିଛନ୍ତି । ନିର୍ମାଣାଧୀନ ଟନେଲ ଭୁଶୁଡ଼ି ପଡ଼ିବାରୁ ନଭେମ୍ବର ୧୨ ତାରିଖରୁ ବଞ୍ଚିବା ପାଇଁ ସଂଘର୍ଷ କରୁଛନ୍ତି ଶ୍ରମିକ । ସେମାନଙ୍କ ମଧ୍ୟରେ ୫ ଜଣ ଓଡ଼ିଆ ମଧ୍ୟ ଅଛନ୍ତି । ୬ ମିଟର ବ୍ୟାସ ବିଶିଷ୍ଟ ପାଇପ୍ ମାଧ୍ୟମରେ ଶ୍ରମିକଙ୍କ ପାଖକୁ ୩ ଦିନ ହେଲା ଖାଦ୍ୟ ଓ ପାନୀୟ ପଠାଯାଉଛି । ମଙ୍ଗଳବାର ଏଣ୍ଡୋସ୍କୋପି କ୍ୟାମେରା ମାଧ୍ୟମରେ ପ୍ରଥମ ଥର ପାଇଁ ୧୦ ଦିନ ପରେ ସାମ୍ନାକୁ ଆସିଥିଲା ଫସିଥିବା ଶ୍ରମିକଙ୍କ ଭିଡିଓ । ଶ୍ରମିକମାନେ ସୁରକ୍ଷିତ ଥିବା ଜାଣି ପରିବାର ଲୋକେ ଆଶ୍ବସ୍ତ ହୋଇଛନ୍ତି । ସେମାନଙ୍କ ଫେରିବା ବାଟକୁ ଚାହିଁ ରହିଛନ୍ତି ପରିବାର ଲୋକେ ।

Sponsored
“The rescue operation is in full swing. We have got multiple rescue operations. | Argus News