Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଭୁଶୁଡୁଛି ଲାଲ୍‌ଗଡ଼, ସଫଳ ହେବାରେ ଲାଗିଛି ମାଓ ଦମନ ନୀତି

Jitendra Dash
Browse all articles by Jitendra Dash
·2 years ago·2 min read
ଭୁଶୁଡୁଛି ଲାଲ୍‌ଗଡ଼, ସଫଳ ହେବାରେ ଲାଗିଛି ମାଓ ଦମନ ନୀତି

ଅର୍ଗସ ବ୍ୟୁରୋ : ଦେଶର ସବୁଠୁ ବଡ଼ ମାଓ ଅପରେସନ । ଏନକାଉଣ୍ଟରରେ ଟଳିଲେ ୨୯ ମାଓବାଦୀ । AK47 ରାଇଫଲ ସମେତ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ । ଛତିଶଗଡ଼ କାଙ୍କେରରେ ଏବେ ବି ଚାଲିଛି କୁମ୍ବିଂ ଅପରେସନ । କେନ୍ଦ୍ର ଗୃହମନ୍ତ୍ରୀଙ୍କ ଆହ୍ବାନ, ମୋଦିଙ୍କ ନେତୃତ୍ବରେ ଦେଶରୁ ନିପାତ ହେବେ ନକ୍ସଲ । ମଝି ଜଙ୍ଗଲରେ ଚାଲିଥିଲା ମାଓମେଳି । ଏକାଠି ହୋଇଥିଲେ ଟପ୍‌ କ୍ୟାଡର ମାୱାଦୀଙ୍କ ସମେତ ୫୦ରୁ ଅଧିକ ନକ୍ସଲ । ଏକତରଫା ଆଟାକ୍ କଲା ସୁରକ୍ଷାବାହିନୀ । ଦୀର୍ଘ ସମୟ ଧରି ଚାଲିଲା ଗୁଳି ବିନିମୟ । ଟଳିଲେ ୨୯ ନକ୍ସଲ, କ୍ୟାମ୍ପ ଛାଡ଼ି ଛତ୍ରଭଙ୍ଗ ଦେଲେ ନକ୍ସଲ ଗ୍ରୁପ୍ । ଛତିଶଗଡ଼ କାଙ୍କେର ଜିଲ୍ଲା ବିନାଗୁଣ୍ଡା ନିକଟ ଏକ ଜଙ୍ଗଲରେ ମଙ୍ଗଳବାର ହୋଇଥିବା ଏନକାଉଣ୍ଟରରେ ସୁରକ୍ଷାବାହିନୀଙ୍କୁ ମିଳିଛି ବଡ଼ ସଫଳତା । 

ସ୍ଥାନୀୟ ପୋଲିସ, BSF, DRG ପକ୍ଷରୁ ହୋଇଥିବା ଏନକାଉଣ୍ଟରରେ ୨୯ ନକ୍ସଲ ନିହତ ହୋଇଛନ୍ତି । ମୃତ ମାଓବାଦୀଙ୍କ ମଧ୍ୟରେ ରହିଛି ସଂଗଠନର ଟପ୍‌ କମାଣ୍ଡର ଶଙ୍କର ରାଓ । ଯାହା ନାଁରେ ପୂର୍ବରୁ ୨୫ ଲକ୍ଷ ଟଙ୍କାର ପୁରସ୍କାର ରହିଥିଲା । ୨୯ ମୃତଦେହ ଜବତ ସହ AK47 ରାଇଫଲ ସମେତ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ ହୋଇଛି । ଏବେ ବି ଜଙ୍ଗଲରେ ଚାଲିଛି ଚାଲିଛି ସର୍ଚ୍ଚ ଅପରେସନ ।  

ଅପରେସନରେ ସାମିଲ ଯବାନଙ୍କୁ ଶୁଭେଚ୍ଛା ସହ ୨ ଆହତ ଯବାନଙ୍କ ଆଶୁଆରୋଗ୍ୟ କାମନା କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ବିକାଶ, ଶାନ୍ତି ଓ ଯୁବପିଢିଙ୍କ ଉଜ୍ଜ୍ବଳ ଭବିଷ୍ୟତ ପାଇଁ ନକ୍ସଲବାଦ ବଡ଼ ସମସ୍ୟା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ ଦେଶରୁ ମାଓ ସମସ୍ୟା ମୁକ୍ତ କରିବାକୁ ଚାଲିଛି ଅଭିଯାନ । ସରକାରଙ୍କ ଆକ୍ରମଣାତ୍ମକ ଆଭିମୁଖ୍ୟ ଓ ସୁରକ୍ଷା କର୍ମୀଙ୍କ ପ୍ରୟାସ ଯୋଗୁଁ ମାଓ ସମସ୍ୟା ଛୋଟ ଅଞ୍ଚଳରେ ସୀମିତ ରହିଛି । ଖୁବଶୀଘ୍ର ଛତିଶଗଡ ସହ ସାରା ଦେଶ ମାଓ ସମସ୍ୟାରୁ ମୁକ୍ତ ହେବ ବୋଲି ଅମିତ ଶାହ ଦୃଢୋକ୍ତି କରିଛନ୍ତି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢନ୍ତୁ ଭାରତ ଖବର

ଆସନ୍ତା ୧୯ରେ ଛତିଶଗଡ଼ରେ ପ୍ରଥମ ପର୍ଯ୍ୟାୟ ଭୋଟ୍ ହେବାକୁ ଥିବା ବେଳେ, ନିର୍ବାଚନ ପୂର୍ବରୁ ମାଓ ଗଡ଼ ଧ୍ବସଂ କରିଛି ସୁରକ୍ଷାବାହିନୀ । ସେପଟେ ବଡ଼ ଧରଣର ମାଓ ଅପରେସନ ପରେ ସିଲ୍‌ ହୋଇଛି ଓଡିଶା ଛତିଶଗଡ଼ ସୀମା । ନବରଙ୍ଗପୁର, କୋରାପୁଟ, ମାଲକାନଗିରି, ନୂଆପଡା ସୀମା ସିଲ କରାଯାଇଛି । ମାଓବାଦୀଙ୍କ ସମ୍ଭାବ୍ୟ କ୍ୟାମ୍ପ ଉପରେ ନଜର ରହିବା ସହ ଚାଲିଛି ସର୍ଚ୍ଚ ଅପରେସନ ।
 
 

Sponsored
"Completely Maoist-Free": Amit Shah's Big Vow Day After 29 Rebels Killed | Argus News