|
logo
Live

Argus News - "ଭାରତ-ଚୀନ LAC ଚୁକ୍ତିର ଅର୍ଥ ସମସ୍ୟାର ସମାଧାନ ନୁହେଁ"-ଏସ. ଜୟଶଙ୍କର

National

"ଭାରତ-ଚୀନ LAC ଚୁକ୍ତିର ଅର୍ଥ ସମସ୍ୟାର ସମାଧାନ ନୁହେଁ"-ଏସ. ଜୟଶଙ୍କର

Swayangprajna Mishra
Browse all articles by Swayangprajna Mishra
·1 year ago·1 min read
"ଭାରତ-ଚୀନ LAC ଚୁକ୍ତିର ଅର୍ଥ ସମସ୍ୟାର ସମାଧାନ ନୁହେଁ"-ଏସ. ଜୟଶଙ୍କର

ଅର୍ଗସ ବ୍ୟୁରୋ :  ଭାରତ-ଚୀନ LAC ଚୁକ୍ତିର ଅର୍ଥ ସମସ୍ୟାର ସମାଧାନ ନୁହେଁ । ସୀମାରୁ ସୈନ୍ୟ ପ୍ରତ୍ୟାହାର ପରବର୍ତ୍ତୀ ପଦକ୍ଷେପ ଉପରେ ବିଚାର କରିବାକୁ ଏହା ସୁଯୋଗ ସୃଷ୍ଟି କରିଥିବା କହିଛନ୍ତି ବୈଦେଶିକି ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର । ୪ ବର୍ଷରୁ ଅଧିକ ସମୟ ଧରି ଲଦାଖ ସୀମାବର୍ତ୍ତୀ ଏଲ୍‌ଏସିରେ ଲାଗି ରହିଥିବା ଅଶାନ୍ତକୁ ଦୂର କରିବା ପାଇଁ ଏହି ବୁଝାମଣା ଉଭୟ ଦେଶ ପାଇଁ ଶୁଭଙ୍କର ହେବ ବୋଲି ପୁଣେରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ କହିଛନ୍ତି ଜୟଶଙ୍କର । ଚୁକ୍ତି ଅନୁଯାୟୀ ଉଭୟ ଦେଶର ସେନା ପଛକୁ ହଟିବା ଆରମ୍ଭ କରିଛନ୍ତି। ଭାରତ-ଚୀନ୍ ଲାଇନ ଅଫ୍ ଆକ୍ଟୁଆଲ୍ କଣ୍ଟ୍ରୋଲ୍ ଚୁକ୍ତିର ସଫଳତା ପାଇଁ ସେନା ଓ  କୂଟନୀତିଜ୍ଞକୁ ଶ୍ରେୟ ଦେଇଛନ୍ତି ବୈଦେଶିକ ମନ୍ତ୍ରୀ ।

ଅଧିକ ପଢନ୍ତୁ ଭାରତ ଖବର

ଭାରତ-ଚୀନ ମଧ୍ୟକେ ବିଶ୍ୱାସ ବୃଦ୍ଧି ଏବଂ ଏକତ୍ର କାର୍ଯ୍ୟ କରିବା ପରି ସ୍ଥିତି ପାଇଁ ଅଧିକ ସମୟ ଲାଗିବ ବୋଲି ସେ କହିଛନ୍ତି। ଉଭୟ ଦେଶର ସେନା ପଛକୁ ହଟିବା ନେଇ ଅକ୍ଟୋବର ୨୧ ତାରିଖରେ ଚୁକ୍ତି ସ୍ବାକ୍ଷରିତ ହୋଇଥିଲା ।  ଚୁକ୍ତି ଅନୁଯାୟୀ ଡେପସାଙ୍ଗ ଓ ଡେମଚୋକରେ 4 ବର୍ଷ ପୂର୍ବରୁ ଯେପରି ପାଟ୍ରୋଲିଂ ହେଉଥିଲା, ସେହି ଧାରା ପୁନଃ ଆରମ୍ଭ କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଚୀନ୍‌ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗଙ୍କ ମଧ୍ୟରେ ଗତ ୨୩ ତାରିଖରେ ହୋଇଥିବା ଦ୍ୱିପାକ୍ଷିକ ବୈଠକରେ ଏହି ବଡ଼ ନିଷ୍ପତ୍ତି ନିଆଯାଇଥିଲା ବୋଲି ଜୟଶଙ୍କର କହିଛନ୍ତି । ବୁଝାମଣା ଅନୁଯାୟୀ ଆସନ୍ତା ୨୯ ତାରିଖ ସୁଦ୍ଧା ଡେପ୍‌ସାଙ୍ଗ ଏବଂ ଡେମ୍‌ଚୋକ୍‌ରୁ ସେନା ପ୍ରତ୍ୟାହାର ଶେଷ ହେବ ।  ୩୧ତାରିଖ ସୁଦ୍ଧା ଉଭୟ ପକ୍ଷ ପାଟ୍ରୋଲିଂ ଆରମ୍ଭ କରିବାକୁ ଯାଉଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
"ଭାରତ-ଚୀନ LAC ଚୁକ୍ତିର ଅର୍ଥ ସମସ୍ୟାର ସମାଧାନ ନୁହେଁ"-ଏସ. ଜୟଶଙ୍କର | Argus News