Videos
|
National

"ଜୀଜାଜୀ ଙ୍କ ନଜର ସିଟ ଉପରେ ରହିଛି", ରାହୁଲଙ୍କୁ ଏପରି କହିଲେ ସ୍ମୃତି ଇରାନୀ

Swayangprajna Mishra
Browse all articles by Swayangprajna Mishra
·2 years ago·1 min read
"ଜୀଜାଜୀ ଙ୍କ  ନଜର ସିଟ ଉପରେ ରହିଛି", ରାହୁଲଙ୍କୁ ଏପରି କହିଲେ ସ୍ମୃତି ଇରାନୀ

ଅର୍ଗସ ବ୍ୟୁରୋ :  ଉତ୍ତରପ୍ରଦେଶ ଅମେଠୀର ଲୋକସଭା ସିଟ ପାଇଁ ଏପର୍ଯ୍ୟନ୍ତ କଂଗ୍ରେସ ଦ୍ବାରା ପ୍ରାର୍ଥୀ ଘୋଷଣା କରାଯାଇନାହିଁ । କିନ୍ତୁ ସେଠାରେ ରାହୁଲଗାନ୍ଧୀଙ୍କ ଭିଣୋଇ ରବର୍ଟ ଭଦ୍ରାଙ୍କୁ ପ୍ରାର୍ଥୀ ଭାବେ ଟିକେଟ ଦିଆଯିବା ନେଇ ଚର୍ଚ୍ଚା କରାଯାଉଛି । ଏହାକୁ ନେଇ ସ୍ମୃତି ଇରାନୀଙ୍କ ମନ୍ତବ୍ୟ ଚର୍ଚ୍ଚାର ବିଷୟ ପାଲଟିଛି । 

ଅମେଠିର ଏକ ସଭାରେ ବିଜେପି ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ରାହୁଲ ଗାନ୍ଧିଙ୍କୁ ଟାର୍ଗେଟ କରି କହିଛନ୍ତି, "ଜୀଜା ଜି କା ନଜର ସିଟ ପର ହୈ, ସାଲେ ସାହେବ କ୍ୟା କରେଙ୍ଗେ  ।  ଏତେ ଅହଙ୍କାର କଂଗ୍ରେସର କଣ ପାଇଁ । ଯେଉଁ କାମ ସେ ୧୫ ବର୍ଷ ହେବ କରିନାହାନ୍ତି, ତାକୁ ମୁଁ ୫ ବର୍ଷରେ କରିଦେଇଛି ।" 

ଅଧିକ ପଢନ୍ତୁ ଭାରତ ଖବର

ପୂର୍ବରୁ କଂଗ୍ରେସର ଗଡ ଥିଲେ ଅମେଠି । ଯେଉଁଠି କେବଳ କଂଗ୍ରେସ ମାନଙ୍କର ଶାସନ ଚାଲିଥିଲା । ରାହୁଲ ଗାନ୍ଧି ମଧ୍ୟ ଏଠାରେ ୧୫ ବର୍ଷ ହେବ ଶାସନ କରୁଥିଲେ । ହେଲେ ୨୦୧୯ ନିର୍ବାଚନରେ ଗଡ ଜିତିଥିଲେ ସ୍ମୃତି ଇରାନୀ । ସ୍ମୃତି ଇରାନୀ ଏହି ସଭାରେ ଆହୁରି ମଧ୍ୟ କହିଥିଲେ, ଗୋଟେ ସମୟ ଥିଲା ଯେତେବେଳେ ନିର୍ବାଚନ ପାଇଁ ନେତାମାନେ ନିଜ ସିଟରେ କେହି ନବସିବା ପାଇଁ ରୁମାଲ ଛାଡି ଯାଉଥିଲେ , ରାହୁଲ ଗାନ୍ଧି ମଧ୍ୟ ଏଠାରେ ରୁମାଲ ଛାଡିବା ପାଇଁ ଆସିପାରନ୍ତି । ଯେଉଁ ନେତାମାନେ ଅଯୋଧ୍ୟା ରାମ ମନ୍ଦିର ପ୍ରତିଷ୍ଠାର ନିମନ୍ତ୍ରଣ ପତ୍ରକୁ ଅସ୍ବୀକାର କରି ଦେଇଥିଲେ , ସେମାନେ ଅନ୍ୟ ମନ୍ଦିରରେ ବୁଲୁଥିବାର ନଜର ଆସୁଛନ୍ତି । ତେଣୁ ସେମାନଙ୍କ ପ୍ରତି ସାବଧାନ ରୁହନ୍ତୁ ଏବଂ ସତର୍କ ରୁହନ୍ତୁ ବୋଲି ଚେତାବନୀ ଦେଇଛନ୍ତି ସ୍ମୃତି ଇରାନୀ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: