|
logo
Live

Argus News - ଆଜିଠୁ "ଓଡିଆ ପର୍ବ ୨୦୨୪" ; ରାଜଧାନୀ ଦିଲ୍ଲୀରେ ଓଡ଼ିଆ ସଂସ୍କୃତିର ଝଲକ୍

National

ଆଜିଠୁ "ଓଡିଆ ପର୍ବ ୨୦୨୪" ; ରାଜଧାନୀ ଦିଲ୍ଲୀରେ ଓଡ଼ିଆ ସଂସ୍କୃତିର ଝଲକ୍

Swayangprajna Mishra
Browse all articles by Swayangprajna Mishra
·1 year ago·1 min read
ଆଜିଠୁ "ଓଡିଆ ପର୍ବ ୨୦୨୪" ; ରାଜଧାନୀ ଦିଲ୍ଲୀରେ ଓଡ଼ିଆ ସଂସ୍କୃତିର ଝଲକ୍

ଅର୍ଗସ ବ୍ୟୁରୋ : ରାଜଧାନୀ ଦିଲ୍ଲୀରେ ଓଡ଼ିଆ ସଂସ୍କୃତିର ଝଲକ୍ ।   ଆଜିଠୁ ଜବାହାରଲାଲ ନେହରୁ ଷ୍ଟାଡିୟମ୍ ପରିସରରେ 3 ଦିନିଆ ଓଡ଼ିଶା ପର୍ବ ୨୦୨୪ ଆରମ୍ଭ।ଓଡ଼ିଆ ସମାଜ ପକ୍ଷରୁ ଭବ୍ୟ ଆୟୋଜନ ।ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଯୋଗଦାନ ଚଳିତ ଓଡ଼ିଶା ପର୍ବକୁ କରିବ ଗରିମାମୟ।ସାହିତ୍ୟିକ ଓ କଳାକାରଙ୍କ ପ୍ରତିଭାର ପ୍ରଦର୍ଶନ ସହ ଜମିବ ଓଡ଼ିଆ ଖାଦ୍ୟର ଆସର । ୩ଦିନ ପର୍ଯ୍ୟନ୍ତ ଓଡ଼ିଆ କଳା,ସସ୍କୃତି, ଖାଦ୍ୟ ଓ ନୃତ୍ୟ ଗୀତର ଆସର ଜମିବ ଏହି ଷ୍ଟାଡିଅମ ପରିସରରେ। ଚଳିତ ବର୍ଷର ଓଡ଼ିଶା ପର୍ବକୁ ସଫଳ କରିବା ପାଇଁ ଦିନରାତି ଏକ କରିଦେଇଛି ଦିଲ୍ଲୀ ଓଡ଼ିଆ ସମାଜ।

ଅଧିକ ପଢନ୍ତୁ : ‘ଓଡ଼ିଆ ସମାଜ’ ପକ୍ଷରୁ ଦିଲ୍ଲୀରେ ଜାତୀୟ ମଞ୍ଚରେ 'ଓଡ଼ିଶା ପର୍ବ' ଆୟୋଜନ

ଏଥର ପ୍ରଥମ ଥର ପାଇଁ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ସାମିଲ ହେବେ ଏହି ଓଡ଼ିଆ ପର୍ବରେ। ସେଥିପାଇଁ ଆଯୋଜକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ। ରାଜ୍ୟର ଜୀବନ୍ତ ସାମାଜିକ, ସାଂସ୍କୃତିକ ଓ ରାଜନୈତିକ ମୂଲ୍ୟବୋଧକୁ ପ୍ରଦର୍ଶିତ କରାଯିବା ସହ ଓଡ଼ିଆ ଅସ୍ମିତାର ପ୍ରତିଫଳନ ବି ଦେଖିବାକୁ ମିଳିବ। ଏଥିସହ ଓଡ଼ିଶାର ପ୍ରସିଦ୍ଧ ହସ୍ତଶିଳ୍ପ, ହସ୍ତତନ୍ତ, କଳା ଓ ସଂସ୍କୃତିର ଝଲକ ଦେଖିବାକୁ ମିଳିବ ଜବାହାରଲାଲା ନେହେରୁ ଷ୍ଟାଡିଅମ ପରିସରରେ। ପାରମ୍ପରିକ ଓଡ଼ିଆ ଖାଦ୍ୟର ପସରା ବି ଲାଗିବ ତିନି ଦିନ ବ୍ୟାପୀ। ଏହି ବର୍ଣ୍ଣାଢ୍ୟ ସମାରୋହର ମୁଖ୍ୟ ଆକର୍ଷଣ ହେବ ଓଡ଼ିଶା କନକ୍ଲେଭର ଦ୍ବିତୀୟ ସଂସ୍କରଣ, ଯେଉଁଥିରେ ବିଶିଷ୍ଟ ଲେଖକ, ବିଶେଷଜ୍ଞ ଏବଂ ବିଶିଷ୍ଟ ବ୍ୟକ୍ତିବିଶେଷ ସାମିଲ ଦେବେ। ଓଡ଼ିଆ ଅସ୍ମିତା, ଓଡ଼ିଆ କଳା, ଓଡ଼ିଆ ସଂସ୍କୃତିର ସଂରକ୍ଷଣ ପାଇଁ କିପରି ଏକ ଦୀର୍ଘକାଳୀନ ବାତାବରଣ ତିଆରି କରାଯାଇପାରିବ ସେନେଇ କନକ୍ଲେଭରେ ହେବ ଚିନ୍ତନ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ଆଜିଠୁ "ଓଡିଆ ପର୍ବ ୨୦୨୪" ; ରାଜଧାନୀ ଦିଲ୍ଲୀରେ ଓଡ଼ିଆ ସଂସ୍କୃତିର ଝଲକ୍ | Argus News