ମୁଁ ମରିଯାଇଥିଲି ମୋର ପୁର୍ନଜନ୍ମ ଘଟିଛି: ଶ୍ରେୟସ ତଲପଡେ
·2 years ago

ନୂଆଦିଲ୍ଲୀ: ମୁଁ ମରିଯାଇଥିଲି ମୋର ପୁର୍ନଜନ୍ମ ଘଟିଛି । ଏପରି ଭାବବ୍ୱିହଳ କଥା କହିଛନ୍ତି ଅଭିନେତା ଶ୍ରେୟସ ତଲପଡେ। କିଛି ଦିନ ପୂର୍ବରୁ ସୁଟିଙ୍ଗ ସମୟରେ ଶ୍ରେୟସଙ୍କୁ ହାର୍ଟ ଆଟାକ୍ ହୋଇଥିଲା। ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କର ଆଞ୍ଜିଓପ୍ଲାଷ୍ଟି କରାଯାଇଥିଲା। ପ୍ରଶଂସକଙ୍କ ଆଶିର୍ବାଦରୁ ମୁଁ ଧିରେ ଧିରେ ସୁସ୍ଥ ହେଉଛି ବୋଲି କହିଛନ୍ତି ଅଭିନେତା।
ଏଥିସହିତ ଶ୍ରେୟସ କହିଛନ୍ତି ମୁଁ ପ୍ରଥମ ଥର ହସ୍ପିଟାଲରେ ଆଡମିଟ୍ ହୋଇଥିଲି। ୨୦ ବର୍ଷ ବୟସରୁ ଲଗାତାର କାମ କରିଚାଲିଛି। ଏବେ ମୁଁ ୪୭ ବର୍ଷ ବୟସରେ ପହଞ୍ଚିସାରିଲେଣି। ଗତ କିଛି ମାସ ହେବ ମୁଁ ପୁରା ବିଜି ସିଡ୍ୟୁଲରେ ରହିଥିଲି ଯେଉଥିପାଇଁ ମୋତେ ବହୁତ ଥକାନ୍ ବି ଲାଗୁଥିଲା। ତେବେ ବର୍ତ୍ତମାନ ସୁସ୍ଥ ହେଉଛନ୍ତି ଅଭିନେତା ଶ୍ରେୟସ।
ଅଧିକ ପଢନ୍ତୁ ମନୋରଞ୍ଜନ ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: