Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ମଝିରୁ ଭାଙ୍ଗିଗଲା ନିର୍ମାଣାଧିନ ବିଶାଳ ବ୍ରିଜ୍

Jitendra Dash
Browse all articles by Jitendra Dash
·2 years ago·1 min read
ମଝିରୁ ଭାଙ୍ଗିଗଲା ନିର୍ମାଣାଧିନ ବିଶାଳ ବ୍ରିଜ୍

ଅର୍ଗସ ବ୍ୟୁରୋ : ବିହାରରେ ଘଟିଲା ବଡ଼ଧରଣର ଅଘଟମ । ଭାଙ୍ଗିଲା ନିର୍ମାଣ ହେଉଥିବା ଦେଶର ସବୁଠାରୁ ଲମ୍ବା ବ୍ରିଜ । ଫଳରେ ପୋଲତଳେ ଚାପିହୋଇ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଆହତ ।

ସୂଚନା ଅନୁସାରେ, ପୋଲର ୫୦, ୫୧ ଓ ୫୨ଟି ସ୍ତମ୍ଭର ଘାଟି ଭୁଶୁଡ଼ି ପଡ଼ିଛି । ଏହି ଘଟଣାରେ ଅନେକ ଲୋକ ଆହତ ହୋଇଥିବା ସୂଚନା ମିଳିଛି । ଏହି ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୮ ଜଣ ଆହତ ହୋଇଥିବା କୁହାଯାଉଛି । ବ୍ରିଜ ତଳେ ୨୦ରୁ ଅଧିକ ଲୋକ ଫସି ରହିଥିବା ସ୍ଥାନୀୟ ଲୋକେ କହିଛନ୍ତି । ସୁପୌଲର ବକୌରରୁ ମଧୁବନୀର ଭେଜା ଘାଟ ମଧ୍ୟରେ ନିର୍ମାଣ ହେଉଛି ଭାରତର ସବୁଠାରୁ ଲମ୍ବା ସଡ଼କ ସେତୁ ।

ଅଧିକ ପଢନ୍ତୁ ଭାରତ ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଘଟଣାସ୍ଥଳରେ ଜିଲ୍ଲା ମାଜିଷ୍ଟ୍ରେଟ କୌଶଲ କୁମାର ପହଞ୍ଚିଛନ୍ତି । ଅନ୍ୟ ବରିଷ୍ଠ ଅଧିକାରୀ ମଧ୍ୟ ଯାଇ ଘଟଣାର ତଦନ୍ତ କରୁଛନ୍ତି । ତେବେ ଉଦ୍ଧାରାକରୀ ଟିମ୍ ଉଦ୍ଧାର କାର୍ଯ୍ୟ ଚଳାଇଛନ୍ତି । ୨୦୨୩ ଅଗଷ୍ଟ ସୁଦ୍ଧା ଏହି ସେତୁ ନିର୍ମାଣ କାର୍ଯ୍ୟ ଶେଷ ହେବାର ଥିଲା । ମାତ୍ର କାମ ନରସରିବାରୁ ୨୦୨୪ ଶେଷ ସୁଦ୍ଧା ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଥିଲା । 

Sponsored
Bihar Bridge Collapse : 1 Dead, 8 Injured as Under-Construction Bridge Collapses In Supaul | Argus News