Videos
|
National

ତୃତୀୟ ତ୍ରୈମାସିକରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ନେଟ ଲାଭରେ ୧୦.୯ ପ୍ରତିଶତ ବୃଦ୍ଧି

Jitendra Dash
Browse all articles by Jitendra Dash
·2 years ago·2 min read
ତୃତୀୟ ତ୍ରୈମାସିକରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ନେଟ ଲାଭରେ ୧୦.୯ ପ୍ରତିଶତ ବୃଦ୍ଧି

ଅର୍ଗସ ବ୍ୟୁରୋ : ଭାରତର ସର୍ବବୃହତ ଘରୋଇ କମ୍ପାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ଼ ପକ୍ଷରୁ ଚଳିତ ଆର୍ଥିକ ବର୍ଷର ତୃତୀୟ ତ୍ରୈମାସିକ ଆର୍ଥିକ ଫଳାଫଳ ଘୋଷଣା କରାଯାଇଛି । ଅକ୍ଟୋବର ରୁ ଡିସେମ୍ବର ୨୦୨୩ ତ୍ରୟମାସରେ କମ୍ପାନୀର ନେଟ ଲାଭ ପୂର୍ବ ବର୍ଷ ସମାନ ଅବଧି ତୁଳନାରେ ୧୦.୯ ପ୍ରତିଶତ ବୃଦ୍ଧି ପାଇଥିବା ଜଣାପଡିଛି । ତୈଳ ବ୍ୟବସାୟ କ୍ଷେତ୍ରରେ ଆୟ ଉପରେ ପୂର୍ବ ନିର୍ଦ୍ଧାରିତ ମେଣ୍ଟେନାନ୍ସ (ରକ୍ଷଣାବେକ୍ଷଣ) କାର୍ଯ୍ୟ ପାଇଁ ପଡିଥିବା ପ୍ରଭାବ ରିଟେଲ ଏବଂ ଟେଲିକମ ବ୍ୟବସାୟରେ ସ୍ଥିର ପ୍ରଦର୍ଶନ ବଳରେ ଭରଣା ହୋଇପାରିଛି ।

ଅକ୍ଟୋବର ରୁ ଡିସେମ୍ବର ୨୦୨୩ ତ୍ରୟମାସରେ କମ୍ପାନୀର ନେଟ ଲାଭ ପୂର୍ବ ବର୍ଷ ସମାନ ଅବଧି ତୁଳନାରେ ୧୦.୯ ପ୍ରତିଶତ ବୃଦ୍ଧି ପାଇ ୧୯୬୪୧ କୋଟି ଟଙ୍କା ହୋଇଥିବା କମ୍ପାନୀ ପକ୍ଷରୁ ପ୍ରକାଶ କରାଯାଇଛି । ଗତ ଆର୍ଥିକ ବର୍ଷର ସମାନ ତ୍ରୟମାସରେ କମ୍ପାନୀର ନେଟ ଲାଭ ୧୭୭୦୬ କୋଟି ଟଙ୍କା ରହିଥିଲା ।

ଅଧିକ ପଢନ୍ତୁ ଭାରତ ଖବର

ଚଳିତ ଆର୍ଥିକ ବର୍ଷର ତୃତୀୟ ତ୍ରୟମାସରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ମୋଟ ଆୟ ପୂର୍ବ ବର୍ଷ ତୁଳନାରେ ୩.୨ ପ୍ରତିଶତ ବୃଦ୍ଧି ସହିତ ୨.୪୮ ଲକ୍ଷ କୋଟି ରହିଥିବା କମ୍ପାନୀ ପକ୍ଷରୁ ପ୍ରକାଶ କରାଯାଇଛି । ଏହି ଅବଧିରେ ରିଲାଏନ୍ସ ରିଟେଲ ର ନେଟ ଲାଭ ପୂର୍ବ ବର୍ଷ ତୁଳନାରେ ୩୧.୯ ପ୍ରତିଶତ ବୃଦ୍ଧି ପାଇ ୩୧୬୫ କୋଟି ଟଙ୍କା ହୋଇଥିବା ବେଳେ ତ୍ରୈମାସିକ ରାଜସ୍ବ ୨୨.୮ ପ୍ରତିଶତ ବୃଦ୍ଧି ପାଇ ରେକର୍ଡ ୮୩୦୮୩ କୋଟି ଟଙ୍କା ହୋଇଥିବା ଜଣାପଡିଛି । ତୃତୀୟ ତ୍ରୟମାସରେ ରିଲାଏନ୍ସ ରିଟେଲ ପକ୍ଷରୁ ୨୫୨ ଟି ନୂଆ ଷ୍ଟୋର ଖୋଲାଯିବା ସହିତ ଏହାର ମୋଟ ଷ୍ଟୋର ସଂଖ୍ୟା ୧୮୭୭୪ ରେ ପହଁଚିଥିବା କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି । ସେହିଭଳି ଜିଓ ପ୍ଲାଟଫର୍ମସର ତ୍ରୈମାସିକ ନେଟ ଲାଭ ଗତ ବର୍ଷ ତୁଳନାରେ ୧୧.୬ ପ୍ରତିଶତ ବୃଦ୍ଧି ସହ ୫୪୪୫ କୋଟି ଟଙ୍କା ରହିଥିବା ଜଣାପଡିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
10.9 percent rise in Reliance Industries' net profit in the third quarter | Argus News