2013 Jhiram Ghati Attack / ଝିରମ୍ ଘାଟି ଆକ୍ରମଣ ଘଟଣାରେ ୧୦ ଦୋଷୀ ସାବ୍ୟସ୍ତ
·55 mins ago·2 min read

Key Points
ଏହି ଘଟଣା ୨୦୧୩ ମେ ୨୫ ତାରିଖରେ ଘଟିଥିଲା। ଯେତେବେଳେ ଛତିଶଗଡ଼ ବସ୍ତର ଅଞ୍ଚଳ ଝିରମ୍ ଘାଟିରେ ଅବସ୍ଥିତ ଏକ ଜାତୀୟ ରାଜପଥରେ ମାଓବାଦୀ ରାଜ୍ୟ କଂଗ୍ରେସ ନେତୃବୃନ୍ଦଙ୍କୁ ନେଇ ଯାଉଥିବା ଏକ କନଭୟ ଉପରେ ଆକ୍ରମଣ କରିଥିଲେ।
2013 Naxal Attack in Darbha valley: ବହୁଚର୍ଚ୍ଚିତ ଝିରମ୍ ଘାଟି ଆକ୍ରମଣ ଘଟଣାରେ ପ୍ରକାଶ ପାଇଛି ରାୟ। ଛତିଶଗଡ଼ର ବସ୍ତର ସ୍ଥିତ ସ୍ୱତନ୍ତ୍ର ଏନଆଇଏ (NIA) କୋର୍ଟ ୨୦୧୩ ମେ ୨୫ ତାରିଖରେ ହୋଇଥିବା ଏହି ଆକ୍ରମଣରେ ସମ୍ପୃକ୍ତ ୧୦ ଜଣ ଆକ୍ରମଣକାରୀଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଏହି ଆକ୍ରମଣରେ ୩୨ ଜଣଙ୍କ ମୃତ୍ୟୁ ହୋଇଥିଲା। ମାଓବାଦୀଙ୍କ ଦ୍ୱାରା ହୋଇଥିବା ଏହି ଆକ୍ରମଣରେ ରାଜ୍ୟ କଂଗ୍ରେସ ନେତୃତ୍ୱ ଏକପ୍ରକାର ମୂଳପୋଛ ହୋଇଯାଇଥିଲା।
ସୁରକ୍ଷା ବାହିନୀ ଝିରମ୍ ଘାଟିରେ ହୋଇଥିବା ମାଓବାଦୀ ଆକ୍ରମଣକୁ ବାମପନ୍ଥୀ ଉଗ୍ରବାଦର ସବୁଠାରୁ ଭୟାନକ ଘଟଣା ଭାବରେ ବର୍ଗୀକୃତ କରିଛନ୍ତି। ଏହି ଘଟଣା ୨୦୧୩ ମେ ୨୫ ତାରିଖରେ ଘଟିଥିଲା। ଯେତେବେଳେ ମାଓବାଦୀ, ଛତିଶଗଡ଼ର ବସ୍ତର ଜିଲ୍ଲାର ଦରଭା ଥାନା ଅଧିନସ୍ଥ ଝିରମ୍ ଘାଟିରେ ଅବସ୍ଥିତ ଏକ ଜାତୀୟ ରାଜପଥରେ କଂଗ୍ରେସ ନେତାଙ୍କ ଏକ କାଫିଲା ଉପରେ ଅତର୍କିତ ଆକ୍ରମଣ କରିଥିଲେ।
ଛତିଶଗଡ଼ର କଂଗ୍ରେସର ବହୁ ପୁରୁଖା ନେତା ଦଳ ପକ୍ଷରୁ ଆୟୋଜିତ ହୋଇଥିବା ପରିବର୍ତ୍ତନ ରାଲିରେ ଯୋଗ ଦେଇ ଫେରୁଥିବା ବେଳେ ସେମାନଙ୍କ ଉପରେ ହୋଇଥିଲା ଅଚାନକ ଆକ୍ରମଣ। ଏହି ଆକ୍ରମଣରେ ପ୍ରାଣ ହରାଇଥିବା ମୃତକଙ୍କ ମଧ୍ୟରେ ଥିଲେ ତତ୍କାଳୀନ ରାଜ୍ୟ କଂଗ୍ରେସ ମୁଖ୍ୟ ନନ୍ଦ କୁମାର ପଟେଲ, ତାଙ୍କ ପୁଅ ଦିନେଶ ପଟେଲ, ତତ୍କାଳୀନ ବିରୋଧି ଦଳ ନେତା ମହେନ୍ଦ୍ର କର୍ମା, ପୂର୍ବତନ କେନ୍ଦ୍ର ମନ୍ତ୍ରୀ ବିଦ୍ୟା ଚରଣ ଶୁକ୍ଳା ଏବଂ ପୂର୍ବତନ ବିଧାୟକ ଉଦୟ ମୁଦଲିଆରଙ୍କ ସମେତ ଦଳର ଅନେକ ବରିଷ୍ଠ ନେତା ଥିଲେ। ଅନେକ ସାଧାରଣ ନାଗରିକ ଏବଂ ସୁରକ୍ଷା କର୍ମୀ ମଧ୍ୟ ଏହି ଆକ୍ରମଣରେ ପ୍ରାଣ ହରାଇଥିଲେ।
ଜଗଦଲପୁର ସ୍ଥିତ ସ୍ୱତନ୍ତ୍ର ଏନଆଇଏ କୋର୍ଟ (Special NIA Court) ସ୍ୱତନ୍ତ୍ର ବିଚାରପତି ଅଭୟ ସିଂହ ରାଜପୁତ, ୨ ମହିଳାଙ୍କ ସମେତ ୧୦ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଏହି ମାମଲାରେ ଆସନ୍ତା ୧୬ ତାରିଖରେ ଘୋଷଣା କରାଯିବ ଦଣ୍ଡାଦେଶ। ଯଦିଓ ଏହି ଆକ୍ରମଣ ଘଟଣାରେ ବସ୍ତର ପୋଲିସ (Bastar Police) ପ୍ରଥମେ ମାମଲା ପଞ୍ଜୀକୃତ କରିଥିଲା। ହେଲେ ତଥାପି ଆକ୍ରମଣର ଗୁରୁତ୍ୱକୁ ଦୃଷ୍ଟିରେ ରଖି ଏହାର ତଦନ୍ତ ଭାରତ ଜାତୀୟ ତଦନ୍ତକାରୀ ସଂସ୍ଥା (National Investigation Agency) କୁ ହସ୍ତାନ୍ତର କରାଯାଇଥିଲା।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏହି ମାମଲାରେ ଏନଆଇଏ, ୨୦୧୪ ସେପ୍ଟେମ୍ବର ମାସରେ ଜଗଦଲପୁର ସ୍ଥିତ ସ୍ୱତନ୍ତ୍ର ଏନଆଇଏ କୋର୍ଟ ଠାରେ ଏହାର ଚାର୍ଜସିଟ୍ ଦାଖଲ କରିଥିଲା। ବର୍ଷ ବର୍ଷ ଧରି ପ୍ରାୟ ୧୦୧ ଜଣ ସାକ୍ଷୀଙ୍କୁ ଅଦାଲତରେ ହାଜର କରାଇଥିଲା। ଏନଆଇଏ ବ୍ୟତୀତ ଏହି ଆକ୍ରମଣ ଘଟଣାର ତଦନ୍ତ ପାଇଁ ଦୁଇଟି ନ୍ୟାୟିକ କମିଶନ ମଧ୍ୟ ଗଠନ କରାଯାଇଥିଲା। ଏହି ମାମଲାରେ ୨୦୨୨୬ ଅଗଷ୍ଟ ୩୧ ତାରିଖରେ ରାୟ ଆସିବା ନେଇ ଆଶା କରାଯାଉଥିଲା। ହେଲେ କୋର୍ଟ ଏହାକୁ ସେପ୍ଟେମ୍ବର ୫ ତାରିଖକୁ ସ୍ଥଗିତ ରଖିଥିଲେ।
Related Topics
Explore more stories