Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଚେନ୍ନାଇରେ ବଡ଼ ଧରଣର ଅଘଟଣ, ଜୀବନ୍ତ ଜଳିଗଲେ ୧୦ ଲୋକ

National

ଚେନ୍ନାଇରେ ବଡ଼ ଧରଣର ଅଘଟଣ, ଜୀବନ୍ତ ଜଳିଗଲେ ୧୦ ଲୋକ

Jitendra Dash
Browse all articles by Jitendra Dash
·2 years ago·1 min read
ଚେନ୍ନାଇରେ ବଡ଼ ଧରଣର ଅଘଟଣ, ଜୀବନ୍ତ ଜଳିଗଲେ ୧୦ ଲୋକ

ଅର୍ଗସ ବ୍ୟୁରୋ : ଚେନ୍ନାଇରେ ବଡ଼ ଧରଣର ଅଘଟଣ । ଜୀବନ୍ତ ଜଳିଗଲେ ୧୦ ଲୋକ ।  ଆଜି ତାମିଲନାଡୁର ବିରୁଧନଗର ଜିଲ୍ଲାର ଏକ ବାଣ ତିଆରି କାରଖାନାରେ ନିଆଁ ଲାଗି ବିସ୍ଫୋରଣ ଘଟିଛି । ମିଳିଥିବା ସୂଚନା ମୁତାବକ ଶନିବାର ତାମିଲନାଡୁର ବିରୁଧନଗର ଜିଲ୍ଲାର ଭେମ୍ବାକୋଟାଇ ନିକଟ ରାମୁଥେଭାନପଟ୍ଟିଠାରେ ୱାଇନର ନାମକ ଏକ ବାଣ ତିଆରି କାରଖାନାରେ ନିଆଁ ଲାଗିଯାଇଥିଲା । ଆଉ ନିଆଁ ଲାଗିବା ପରେ ହଠାତ୍ ବିସ୍ଫୋରଣ ହୋଇଥିଲା ।

ଅଧିକ ପଢନ୍ତୁ ଭାରତ ଖବର

ବିସ୍ଫୋରଣ ପରେ ପ୍ରାୟ ୩ଟି କୋଠା ଭୁଶୁଡ଼ି ପଡ଼ିଥିଲା । ଅଗ୍ନିଶମ ବିଭାଗର କର୍ମଚାରୀ ବିସ୍ଫୋରଣ ସ୍ଥଳରେ ପହଞ୍ଚିବାବେଳେକୁ ପ୍ରାୟ ୧୦ ଜଣଙ୍କର ମୃତ୍ୟୁ ଘଟିଥିଲା । ବର୍ତ୍ତମାନ ମୃତକଙ୍କ ପରିଚୟ ମିଳିପାରି ନାହିଁ । କୁହାଯାଉଛି ଯେ ସ୍ଥାନୀୟ ଶ୍ରମିକଙ୍କ ସହ ବହୁ ସଂଖ୍ୟକ ପ୍ରବାସୀ ଶ୍ରମିକ ମଧ୍ୟ ବାଣ କାରଖାନାରେ କାମ କରୁଥିଲେ । ପୋଲିସ କହିଛି ଯେ ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି ଯେ କାରଖାନାର ରାସାୟନିକ ମିଶ୍ରଣ କକ୍ଷରେ ଏହି ଦୁର୍ଘଟଣା ଘଟିଛି । ତେବେ ଘଟଣାଟି କିପରି ହେଲା ଏନେଇ ଅନୁସନ୍ଧାନ ଜାରି ରହିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
10 dead, 7 injured in explosion at firecracker unit in Tamil Nadu | Argus News