Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - କୋଲକାତାରେ ଅଘଟଣ, ୧୦ ମୃତ୍ୟୁ

National

କୋଲକାତାରେ ଅଘଟଣ, ୧୦ ମୃତ୍ୟୁ

Jitendra Dash
Browse all articles by Jitendra Dash
·2 years ago·1 min read
କୋଲକାତାରେ ଅଘଟଣ, ୧୦ ମୃତ୍ୟୁ

ଅର୍ଗସ ବ୍ୟୁରୋ : ପୁଣି କୋଲକାତାରେ ଘଟିଲା ବଡ଼ ଧରଣର ଅଘଟଣ । ଏହି ଦୁର୍ଘଟଣାରେ ୧୦ଜଣଙ୍କ ମୃତ୍ୟୁ ହୋଇଥିବା ଜଣା ପଡ଼ିଛି । ସୂଚନା ଅନୁସାରେ, କୋଲକାତା ଗାର୍ଡେନ ରିଚ ଅଞ୍ଚଳରେ ରବିବାର ବିଳମ୍ବିତ ରାତିରେ ୫ମହଲା କୋଠା ଭୁଶୁଡି ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି । ଏହି ଅଘଟଣରେ ୧୦ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଭଗ୍ନାବଶେଷ ତଳେ ଚାପି ହୋଇ ରହିଥିଲେ । 

ଅନେକଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତି କରାଯାଇଛି । କୋଲକାତା ମୁନିସପାଲିଟି ଅଂଚଳରେ ଏହି ନିର୍ମାଣଧୀନ କୋଠାଟି ରହିଥିଲା । ଅଘଟଣରେ କୋଠା ତଳେ ରହିଥିବା ଅନେକ ଛୋଟ ଛୋଟ ଘର ଗୁଡିକ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି । ବେଆଇନ ଭାବେ କୋଠା ନିର୍ମାଣ କରାଯାଇଥିବା ସ୍ଥାନୀୟ ଅଂଚଳବାସୀ ଅଭିଯୋଗ କରିଛନ୍ତି । 

ଅଧିକ ପଢନ୍ତୁ ଭାରତ ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସେପଟେ ବିଲ୍ଡିଂ ଭୁଶୁଡ଼ିବା ଘଟଣାରେ ଘଟଣାସ୍ଥଳକୁ ଯାଇ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଗତ ସପ୍ତାହରେ ତାଙ୍କ ମୁଣ୍ଡରେ ଆଘାତ ଲାଗିଥିଲା । ମୁଣ୍ଡରେ ପଟି ବାନ୍ଧି ମମତା ବାନାର୍ଜୀ ଘଟଣାସ୍ଥଳ ପରିଦର୍ଶନ କରିଥିବା ଦେଖିବାକୁ ମିଳିଛି । 

Argus Whatsapp Channel Mobile Top
Sponsored
10 Dead As Five-storey Under-construction Building Collapses in Kolkata | Argus News