ସେବା ନିବୃତ୍ତ ଅଗ୍ନିବୀରଙ୍କ ପାଇଁ ୧୦% ସଂରକ୍ଷଣ
·2 years ago

ଅର୍ଗସ ବ୍ୟୁରୋ : ସେବା ନିବୃତ୍ତ ଅଗ୍ନିବୀରଙ୍କ ପାଇଁ ଖୁସି ଖବର । ସିଏପିଏଫ୍, ଆରପିଏଫରେ 10 ପ୍ରତିଶତ ସଂରକ୍ଷଣ । ସିଆଇଏସ୍ଏଫ୍, ବିଏସ୍ଏଫ୍, ସିଆରପିଏଫ୍, ସଶସ୍ତ୍ର ସୀମା ବଳ ଭଳି କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବାହିନୀର କନେଷ୍ଟବଳ ପଦବୀରେ ସେମାନଙ୍କ ପାଇଁ ୧୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରାଯିବ । ସେହିଭଳି ରେଲଓ୍ବେ ସୁରକ୍ଷା ବାହିନୀରେର ମଧ୍ୟ ସଂରକ୍ଷଣ ସହ ସର୍ବୋଚ୍ଚ ବୟସ ସୀମା କୋହଳ କରାଯିବା ନେଇ ଘୋଷଣା କରାଯାଇଛି ।
ଅଧିକ ପଢନ୍ତୁ ଭାରତ ଖବର
ପ୍ରଥମ ବ୍ୟାଚ୍ ପାଇଁ ୫ବର୍ଷ ଓ ପରବର୍ତ୍ତୀ ବ୍ୟାଚ୍ ପାଇଁ ୩ବର୍ଷ ବୟସ କୋହଳ କରାଯିବ। ଏହାକୁ ତତ୍କାଳ ଲାଗୁ କରାଯିବ । ଏଥିପାଇଁ ସମସ୍ତ ପ୍ରସ୍ତୁତି କରାଯାଇଛି । ଏପରିକି ସେବା ନିବୃତ୍ତ ଅଗ୍ନିବୀରଙ୍କ ପାଇଁ ଶାରୀରିକ ଦକ୍ଷତା ପରୀକ୍ଷା ଛାଡ କରାଯିବ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: